Nojoto: Largest Storytelling Platform

Best brmapura Shayari, Status, Quotes, Stories

Find the Best brmapura Shayari, Status, Quotes from top creators only on Nojoto App. Also find trending photos & videos about brm stands for, brm cycling full form, brm full form, brm meaning, brm watches,

  • 1 Followers
  • 1 Stories
    PopularLatestVideo

Rajpradhan

#Odisa #brmapura#odia#Kanhu Charan prdhan

read more
ଏ ଦେହରେ ରହି, ଦେହକୁ କେମିତି ଜାଣିବି ?
ଦେହକୁ ମାନିଚି ନିଜର,
ସବୁ ଜାଣି ଶୁଣି ପୁଣୀ ବୁଲି ଯାଏ ,କେମିତିକରିବି ବିଚାର ?
ମନ ତ ହୋଇଛି ଦେହର ଚାକର !

ପଙ୍କରେ ଜନ୍ମହୋଇ, ମୁଁ ସ୍ଵଭାବ ମୋର କଇଁଫୁଲର..
ପଙ୍କ ପ୍ରକୃତି କୁ ମାନୁଚି ନିଜର , କେମିତି ହୋଇବି ପଦ୍ମନାଭ ର...
କାନ ଖଜୁଅଛି ଗୋବିନ୍ଦ ବାଣୀ ମୋର, ପାଟି ମାଗୁଅଛି ସ୍ଵାଦ,
ଆଖି ଖୋଜୁଅଛି ମାୟା ମୋହିନିକି, କେମିତି ପାଇବି ମାୟାଧର !
ରାମର ଭଜନ କେମିତି କରିବି, ସ୍ତ୍ରୀ କୁ ମାନିଚି ପ୍ରେମିକା 
ଦେହର ବୃତ୍ତି ପ୍ରେମ ଭାବୁଚି, କେମିତି ପାଇବି ପ୍ରଭୁ ପ୍ରେମଟା ?

ହନୁମାନ ହୋଇମୁଁ ଭୁଲିଛି ଆଜିମୁ ନିଜର ଶକ୍ତି,  ଜାମ୍ବନ୍ତ୍ ମୋର ପାଖରେ ନାହାଁନ୍ତି ଏକା କାନ୍ଦୁଅଛି ବସି,
ମନ କୁ ସାଧନ କଲେ ପାଇ ଯିବି, ମୁକ୍ତିର ଦୁଆର ଭାଇ...
କଣ୍ଟାତ ରହିବ ଏହି ଜୀବନରେ, ମୁଁହେବି ଗୋଲାପ ପରି,
ମନର କଥାକୁ କଲମ ରେ ଲେଖେ, ମନ ଭୁଲିଯିବ ବୋଲି ମୋଲେଖା ରେ ଭୁଲ୍ ଥିଲେ, ତମେ ଭୁଲି ଯିବା ଭାଈ !


-କାହ୍ନୁ ଚରଣ ପ୍ରଧାନ 
ବ୍ରହ୍ମପୁର, ଓଡିଶା  #odisa #brmapura#odia#kanhu Charan prdhan


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile