Nojoto: Largest Storytelling Platform

Best Mahaprabhu Shayari, Status, Quotes, Stories

Find the Best Mahaprabhu Shayari, Status, Quotes from top creators only on Nojoto App. Also find trending photos & videos about pastimes of chaitanya mahaprabhu, chaitanya mahaprabhu quotes, chaitanya mahaprabhu in hindi 320, mahaprabhuji story, mahaprabhuji family tree,

  • 2 Followers
  • 2 Stories

Realhari kumar

ଜୟ ଜଗନ୍ନାଥ ସ୍ଵାମୀ . . #jagannath #4k #Rhk #short #Mahaprabhu #nojotkaro #4kstatus #New #kaliathakura #Motivational

read more

Bani

କୌଣସି ସତ ଘଟଣା କୁ ଶୁଣିବା ପାଇଁ ସମସ୍ତ ଙ୍କ ର ବହୁତ ଇଚ୍ଛା ଥାଏ । କାରଣ ସତ ରେ ବହୁତ କିଛି ଲୁଚି ରହି ଥାଏ ଆମ ର କିଛି ପରମ୍ପରା ଆଉ ବିଶ୍ବାସ୍ । ତେବେ ଆସନ୍ତୁ ଜାଣିବା ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମହିମା ବିଷୟ ରେ କିଛି ସତ ଘଟଣା । ଆପଣ ମାନେ ଜାଣିଥିବେ ଭଗବାନ ଙ୍କ ର ଯିଏ ସଚ୍ଚା ଭକ୍ତ ହୋଇ ଥାଏ ସେ କେବଳ ଭକ୍ତି ପୂଜା କରନ୍ତି ନୁହଁ ସେ ବି କେବେ କେବେ ଅଭିମାନ କରି ଭଗବାନ ଙ୍କୁ ଗାଳି  ବି କରି ପାରେ । 

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ମଧ୍ୟ ମହିମା ଅନେକ ସେ ଭକ୍ତ ଙ୍କ ଠାରୁ ଗାଳି  ବି ଶୁଣି ବହୁତ ଖୁସି ହେଇ ଜାଆନ୍ତି । ତେବେ ଦିନ ଜଣେ ଭକ୍ତ ଥିଲେ ଯାହାର ନାଁ ହେଉଛି ହରିହର ମିଶ୍ର । ତାଙ୍କ ଘର ହେଉଛି ପୁରୀ ର ରାମଚଣ୍ଡୀ ଠାରେ । ସେ ଜଣେ ନୈଷ୍ଟିକ ବ୍ରାହ୍ମଣ । ସେ ପ୍ରତିଦିନ ରାତି ରେ ମହାପ୍ରଭୁ ଜଗନ୍ନାଥ  ଙ୍କ ର ବଡସିଂହାର ବେଶ ଦେଖି ଆସିଲା ପରେ ସେ ଶୋଇ  ବାକୁ ଯାଉ ଥିଲେ । 

ତା ପରେ ଗୋଟିଏ ଦିନ ଥିଲା ସେ ରାତି ରେ ଚାଲି ଚାଲି ଯାଉ ଥିଲେ ଦର୍ଶନ କରିବା ପାଇଁ ସେଦିନ ସେ ବେଢା ପରିକ୍ରମା କରି ସାରି ବଡସିଂହାର ର ନିୟମ ଅନୁଯାୟୀ ସେ ବଟ ଗଣେଶ ସର୍ବ ମଙ୍ଗଳା ପଞ୍ଚ ମହାଦେବ ବଟ ବୃକ୍ଷ  ଙ୍କୁ ଦର୍ଶନ କରି ଗଲା ପରେ ସେ ଯେତେବେଳେ ବିମଳା ଦେବୀ  ଙ୍କ ମନ୍ଦିର ଆଗକୁ ଜାଆନ୍ତି ସେତେବେଳେ ଦେଖିଲେ ସବୁ ଆଡେ ଖାଁ  ଖାଁ  । 

ଆଉ ସେଇଠି ଜଣେ ବ୍ରାହ୍ମଣ ଗୋଟିଏ ଖୁମ୍ଭ୍ କୁ ଆଉଜି ବସି ଥିଲେ । ସେତେବେଳେ ସେ ବ୍ରାହ୍ମଣ ହରିହର କୁ ପଛ ରେ ଡାକି ପଚାରିଲେ କି କୁଆଡେ ଯାଉଛ । ତାଙ୍କ ଉତ୍ତର ରେ କହିଲେ କି ଦର୍ଶନ କରି କି ଯିବେ । ସେତେବେଳେ ସେ ବ୍ରାହ୍ମଣ ଜଣକ କହିଲେ କି ସେ ତାଙ୍କୁ ଗୋଟିଏ କଥା କହିବେ ଯାହା କୁ ଯାଇ ସେ ମନ୍ଦିର ରେ କହିବେ । ସେ ଖବର ରେ କହିଲେ କି ସେ ଶଳା କୁ କହିବ କି ଦିନ ଯାକ କେତେ ଖାଇ ସାରି ଲୁଣି ତୋତେ ତ ଧୂପ ବନ୍ଦ ହେଇ ନାହିଁ । 

କିନ୍ତୁ ଗୋଟିଏ ଗରିବ ବ୍ରାହ୍ମଣ  ଟିଏ ବସିଛି ତା ପେଟ କୁ ଏପର୍ୟ୍ଯନ୍ତ  ଗୋଟିଏ ଦନା ଟିଏ ବି ଯାଇନି । ଏମିତି କହି ବ୍ରାହ୍ମଣ କହିଲେ କି ପଚାରିବ ଆଉ ପଚାରି ସାରିଲେ ଆସିବ ଆଉ ଏକାଠି ତାପରେ ଘର କୁ ଯିବା । ଏହି କଥା ଶୁଣି ହରି ମିଶ୍ର ଙ୍କ ର ମନ ଦୁଃଖ ହେଲା କାରଣ ଏହି କଥା କହିବାକୁ ପୁଅ ର ରାଣ ପକେଇଛନ୍ତି ଆଉ ତା ପରେ ଫୁଣି ମହାପ୍ରଭୁ ଙ୍କୁ  ଏମିତି କହିବା କୁ କହିଛନ୍ତି । 

ଏହା ଶୁଣି ନିୟମ ଅନୁଯାୟୀ ସେ ମନ୍ଦିର ଭୀତ ର କୁ ଯାଇ କାନ୍ଦି କାନ୍ଦି କହିଲେ ମହା ପ୍ରଭୁ ବାଧ୍ୟ ହେଉଛି ଆପଣ ଙ୍କୁ କହିବା ପାଇଁ ସେ ଯାହା କହିଛି ତାହା କହିବା ପାଇଁ ଆଉ ତାହା ମଧ୍ୟ କହିଲେ । ଠିକ ଏହି ସମୟ ରେ ମନ୍ଦିର ଭୀତ ରୁ ଜଣେ ପଣ୍ଡା ଥାଳିଏ ଭୋଗ  ଆଣି ସେ ବ୍ରାହ୍ମଣ ଙ୍କୁ ଦେଲେ ଆଉ ସେ ବ୍ରାହ୍ମଣ ଜଣକ ଦେଖିଲେ କି ତାଙ୍କୁ ସେ ପଣ୍ଡା ଜଣକ ଭୋଗ ଦେଇ ଥାଳି ଧରି ମନ୍ଦିର ଭୀତ ର କୁ ଗଲେ । 

ଆଉ ପରେ ହରି ମିଶ୍ର ମନ୍ଦିର ଭୀତ ରୁ ବାହାରିଲେ । ସେତେବେଳେ ଫୁଣି ଥରେ ହରି ମିଶ୍ର ଙ୍କୁ ଡାକିଲେ ଆଉ କହିଲେ କି ଦେଖ ସେ ଡରି କି ଥାଳିଏ  ଭୋଗ ପଠେଇ ଦେଇଛି । ତା ପରେ ସେ ହରି ମିଶ୍ର ଆଶ୍ଚର୍ୟ୍ଯ  ହୋଇ ଗଲେ ଆଉ କହିଲେ କି ଏ କଣ ଭଗବାନ ସେ ଗାଳି  ଦେଲା ତାକୁ ହିଁ ଥାଳିଏ  ଭୋଗ ଆଣି ଦେଇ ଦେଲ । ତା ପରେ ସେହି ଭୋଗ ରୁ ଦୁଇ ଜଣ ଭାଗ କରି ଆଣିଲେ ଆଉ ବାଟରେ କହିଲେ କି ସେ ଜଗନ୍ନାଥ ତୁମ  ଗାଳି  ଶୁଣୁଛି ହେଲେ ମୋ ସୁନ୍ଦର ଭଜନ କୁ ଶୁଣୁନି । 

ତା ପରେ ସେ ବ୍ରାହ୍ମଣ ହସି କହିଲେ ନା ରେ ସେ ସବୁ ଶୁଣେ ସେ ଗାଳି  ବି ଶୁଣେ ଆଉ ସ୍ତୁତି ବି ଶୁଣେ ନିନ୍ଦା ବି ଶୁଣେ ଆଉ ଅଭିମାନ ବି ଶୁଣେ ଅପମାନ ବି ଶୁଣେ । ସେଥି ପାଇଁ ମୋତେ ରାଗ ଲାଗିଲା ଆଉ ମୁଁ କହି ଦେଲି । ଏହା ଶୁଣି ସେ ବ୍ରାହ୍ମଣ କୁ ସେ କୁଣ୍ଢେଇ ପକେଇ କହିଲେ କି ଆଜି ପର୍ଯ୍ୟନ୍ତ ମୁଁ ଏହା ଅନୁଭବ କରି ନଥିଲି ଆଜି ତୁମ ପାଖ ରୁ ଅନୁଭବ କାଲି ଯେ ଗାଳି ଶୁଣିଲେ  ଠାକୁର କୃପା କରନ୍ତି । ସେଥି ପାଇଁ ସେ ମହାପ୍ରଭୁ । ଆଉ ସେ ଆମ ରା ଓଡ଼ିଆ ଜାତି ର ଶ୍ରୀ ଜଗନ୍ନାଥ ମହା ପ୍ରଭୁ ।।

©Ushnita #Mahaprabhu


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile