Nojoto: Largest Storytelling Platform

Best Mamali Shayari, Status, Quotes, Stories

Find the Best Mamali Shayari, Status, Quotes from top creators only on Nojoto App. Also find trending photos & videos about mamali song, mamalicious meaning, mamaliga, mamali, mamalia,

  • 1 Followers
  • 1 Stories

Jyotshna Rani Sahoo

ଖୁବ୍ ମନେ ପଡ଼ ତମେ ସବୁ।ଜୀବନରେ ଯେବେ ଯେବେ ଲେଖିବା କଥା ମନେ ପଡ଼ିବ, ମାମାଲି ମନେ ପଡ଼ିବ।ଯେବେ ଯେବେ ସେ ମନେ ପଡ଼ିବ ତମେ ସବୁ ମନେ ପଡ଼ିବ,ମୁଁ ମନେ ପଡିବି।ତମେ ସବୁ ମନେ ପଡିଲେ ଏ ମଞ୍ଚ ମନେ ପଡ଼ିବ।ସେଇ ଗୋଟିଏ ଶକ୍ତ କଡ଼ି ଯାହା ପାଇଁ ମୁଁ ଏଠି ଅଛି ରହିବି ଆଉ କାହାକୁ ଯିବାକୁ ଦେବିନି। ଶୀଘ୍ର ସେ ଆସୁଛି,ହେଲେ ତୁମେ ମାନେ ଯେମିତି ଦୂରେଇ ଦୂରେଇ ଯାଉଛ। Lucy,rabi,swarna,lopa,pritam,upasana,shriya,bada bhauja,Sana bhauja ,mumma Sweta Didi (mamali family)ଆହୁରି ସମସ୍ତେ ମୋର ଅତି ପ୍ରିୟ ଭାଇ ଭଉଣୀ ବନ୍ଧୁ( my family)❤️❤️ ଆରମ୍ଭରୁ ଏ ପର୍ଯ୍ୟନ୍ତ ଆଉ ଆଗକୁ ବି। #yqodiamamal #Mamali

read more
ସେ ଗୋଟେ ହାରି ଯାଇଥିବା ପ୍ରେମିକା। ଯିଏ ନିଜ ପ୍ରେମକୁ ନିଜେ ଟେକି ଦେଇଛି ମହାନତା ହାତରେ କିନ୍ତୁ ପ୍ରେମର ମହତ୍ ରଖିନି।ସେ କେବଳ ଯନ୍ତ୍ରଣା ସାଜିଛି ତାକୁ ଜୀବନଠୁ ବେଶୀ ଭଲ ପାଉଥିବା ପ୍ରେମିକର।ଏସବୁ ଦୁର୍ଭାଗ୍ୟ କି ତା'ର ନିଜର କିଛି କର୍ମ ଫଳ ଏତିକି ବି ଜାଣିନି।ସେ ଏକ ଏମିତି ଝିଅ ଯିଏ କେବେ ଘରର ଶକ୍ତ ଆଧାର ହେଇ ପାରିନି କେବଳ ଏକ କୋମଳ ଫୁଲଟେ ହେଇ ରହି ଯାଇଛି ଯାହାକୁ ସୁରକ୍ଷା ଦେବାପାଇଁ ଘରର ସମସ୍ତେ ମାଳି ସାଜି ଯାଇଛନ୍ତି।କଣ ପରିଚୟ ଦେବ ସେ ନିଜର?ସଭିଙ୍କ ପ୍ରଶ୍ନର ତୀର ଗୁଡ଼ା ଯେମିତି ତା' ଆଡେ଼ ଧାଇଁ ଆସୁଛନ୍ତି।ପ୍ରଶ୍ନିଳ ମୁହଁ ଗୁଡ଼ା ତାକୁ ଆତତାୟୀ ଭଳିଆ ଦେଖାଯାଉଥିଲା।ତା' ମନର ଭ୍ରମ ବି ହେଇପାରେ କିନ୍ତୁ ସମସ୍ତେ ଯେମିତି ଏଇନେ ମାଡ଼ି ବସି ଅତୀତର ଖତଗଦାରେ ପୋତିଦେବେ।ଏସବୁ ଭାବନା ଆଉ ନିଜ ପରିକଳ୍ପିତ ଆଶଙ୍କା  ଭିତରେ ସେ ଆଉ ନିଜକୁ ସେ ଜାଗାରେ ଅଳ୍ପ ସମୟ ମଧ୍ୟ ଥୟ କରି ରଖି ପାରିଲା ନାହିଁ।
ସବୁ ଜିନିଷ ତାର ସଜାଡ଼ି ପକେଇଲା ତା ଦ୍ଵାରା ଆଉ କିଛି ହେବ ନାହିଁର ଗଣ୍ଠିଲି ଟିଏ ମଧ୍ୟ ବାନ୍ଧିଦେଲା କଷିକରି।ଆଉ ଥରେ ଭାଙ୍ଗିଗଲା ନିଜକୁ ଏତେସବୁ ସଂଘର୍ଷର ପ୍ରଲେପ ଦେଇ ଯେଉଁ ଟିକେ ଶକ୍ତ କରି ଗଢ଼ିଥିଲା।ସବୁ ଖଣ୍ଡ ଖଣ୍ଡ ହେଇ ବର୍ଷ ବର୍ଷ ପୁରୁଣା ପାହାଡ଼ରୁ ପଥର ଖଣ୍ଡ ଭଳିଆ ଖସି ପଡୁଥାଏ।ସେଇ ପଥର କେବଳ ତା ଛାତିରେ ବାରମ୍ବାର ପ୍ରହାର କରୁଥାଏ।

                                                   "ମାମାଲି" ଖୁବ୍ ମନେ ପଡ଼ ତମେ ସବୁ।ଜୀବନରେ ଯେବେ ଯେବେ ଲେଖିବା କଥା ମନେ ପଡ଼ିବ, ମାମାଲି ମନେ ପଡ଼ିବ।ଯେବେ ଯେବେ ସେ ମନେ ପଡ଼ିବ ତମେ ସବୁ ମନେ ପଡ଼ିବ,ମୁଁ ମନେ ପଡିବି।ତମେ ସବୁ ମନେ ପଡିଲେ ଏ ମଞ୍ଚ ମନେ ପଡ଼ିବ।ସେଇ ଗୋଟିଏ ଶକ୍ତ କଡ଼ି ଯାହା ପାଇଁ ମୁଁ ଏଠି ଅଛି ରହିବି ଆଉ କାହାକୁ ଯିବାକୁ ଦେବିନି।
ଶୀଘ୍ର ସେ ଆସୁଛି,ହେଲେ ତୁମେ ମାନେ ଯେମିତି ଦୂରେଇ ଦୂରେଇ ଯାଉଛ।
Lucy,rabi,swarna,lopa,pritam,upasana,shriya,bada bhauja,Sana bhauja ,mumma Sweta Didi (mamali family)ଆହୁରି ସମସ୍ତେ ମୋର ଅତି ପ୍ରିୟ ଭାଇ ଭଉଣୀ ବନ୍ଧୁ( my family)❤️❤️ 
ଆରମ୍ଭରୁ ଏ ପର୍ଯ୍ୟନ୍ତ ଆଉ ଆଗକୁ ବି।
#yqodia#mamal


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile