Nojoto: Largest Storytelling Platform

Best ଜନ୍ମଦିନ Shayari, Status, Quotes, Stories

Find the Best ଜନ୍ମଦିନ Shayari, Status, Quotes from top creators only on Nojoto App. Also find trending photos & videos about ଜନ୍ମଦିନ କବିତା, ଜନ୍ମଦିନର ଶୁଭେଚ୍ଛା,

  • 4 Followers
  • 21 Stories

koushik lenka

ରାତି କୁ ରାଣ ଦେଲି ଚୁପି ଚୁପି କହିଲି ଆଣିବୁନି ଅନ୍ଧାର ଏଥର; ଜହ୍ନ କୁ ହାତ ଠାରି ଡାକିଲି ଗୁମୁରି ଗୁମୁରି କହିଲି ଛିଞ୍ଚିଦବୁ ବହଳେ ଜୋଛନା ମନା କରିବୁନି ଏଥର।। #BirthDay #testimonial #yqodia #Yqbhaina #ଜନ୍ମଦିନ #ଓଡ଼ିଆtestimonial

read more
ପ୍ରିୟ ,
        ଚ଼ାରୁ ଦିଦି ରାତି କୁ ରାଣ ଦେଲି
ଚୁପି ଚୁପି କହିଲି
ଆଣିବୁନି ଅନ୍ଧାର ଏଥର;
ଜହ୍ନ କୁ ହାତ ଠାରି ଡାକିଲି
ଗୁମୁରି ଗୁମୁରି କହିଲି
ଛିଞ୍ଚିଦବୁ ବହଳେ ଜୋଛନା
ମନା କରିବୁନି ଏଥର।।

koushik lenka

ସେ ପାପୁଲିରେ ବହୁଥର ପ୍ରଜାପତି ଟେ ଥକା ମେଣ୍ଟେଇଲାଣି।। ସେ ଆଖି ରେ କଳାଦାଗ ସବୁ ସାଆନ୍ତେ ଙ୍କ ପ୍ରେମରେ କୃଷ୍ଣ~ହୀରକ ର ଖଣି ଖୋଜିଲାଣି।। ରୂପସୀ ଚିଲିକା ର ଚତୁଃପାର୍ଶ୍ଵରେ ସେ ପାଦ ଯୋଡ଼େ ଜୁଆର ଭଳି ଗୋଟେ ବିଜ୍ଞାନ କୁ ଆପଣେଇ #BirthDay #odiawritings #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
ପରିଚୟ ପାଇଁ
ଘୁରିଲି ପୁରା ପୃଥିବୀ
ମାଗିଲି ଅନେକ ଜହ୍ନରାତି
ସାଉଁଟିଲି ଅନେକ ସୈତାନ ସ୍ମୃତି
ଶେଷରେ
ସ୍ପନ୍ଦିତ ହୃଦୟ ର ଭାଷା ଥିଲା.....
ଆବେଗ ଓ ଅନୁରାଗ ର
ଆବାହନୀ ଗାଉଥିବା
ଆଜନ୍ମ ଜୀବନ୍ତ ରୂପକ ଟିଏ ହେଉଛି
"ତୁହିନାଂଶୁ କର"।। ସେ ପାପୁଲିରେ ବହୁଥର
ପ୍ରଜାପତି ଟେ ଥକା ମେଣ୍ଟେଇଲାଣି।।
ସେ ଆଖି ରେ
କଳାଦାଗ ସବୁ ସାଆନ୍ତେ ଙ୍କ ପ୍ରେମରେ
କୃଷ୍ଣ~ହୀରକ ର ଖଣି ଖୋଜିଲାଣି।।
ରୂପସୀ ଚିଲିକା ର ଚତୁଃପାର୍ଶ୍ଵରେ
ସେ ପାଦ ଯୋଡ଼େ ଜୁଆର ଭଳି
ଗୋଟେ ବିଜ୍ଞାନ କୁ ଆପଣେଇ

koushik lenka

ଦିଦି ♥️ ଟିକେ ଶୁଣିବ ତ!! ଆଜିକାଲି ଆଉ, ଶ୍ରାବଣରେ ମେଘ ବରଷୁନି। ବସନ୍ତ ରେ କୋଇଲି କୁହୁ ଡାକୁନି। ଏବେ ତ ଶୀତ ଆସିଛି, #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
H
A
P
P
Y

B
I
R
T
H
D
A
Y

ଦି
ଦି ଦିଦି ♥️ ଟିକେ ଶୁଣିବ ତ!!

ଆଜିକାଲି
ଆଉ, ଶ୍ରାବଣରେ ମେଘ
ବରଷୁନି।
ବସନ୍ତ ରେ କୋଇଲି
କୁହୁ ଡାକୁନି।
ଏବେ ତ ଶୀତ ଆସିଛି,

koushik lenka

Dedicating a #testimonial to Bhagyashree ଚାଲ ଆଜି ରାତିକୁ ଶୁଏଇ ଦେବା ସ୍ୱପ୍ନ ର ଶେଯରେ.... ଗଙ୍ଗଶିଉଳି କୁ ମନେଇ ନେବା ମେଘ ମହ୍ଲାର ର ରାଗରେ.... ବାଟବଣା ପ୍ରୀତି ସବୁକୁ ପଚାରିବା ତା' ଅଝଟପଣ କୁ କେଉଁ ଏକ ସ୍ଥିର କାଚ ଭିତରରେ.... #BirthDay #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
HAPPY BIRTHDAY 🎂 DIDI Dedicating a #testimonial to Bhagyashree 

ଚାଲ ଆଜି ରାତିକୁ ଶୁଏଇ ଦେବା
ସ୍ୱପ୍ନ ର ଶେଯରେ....
ଗଙ୍ଗଶିଉଳି କୁ ମନେଇ ନେବା
ମେଘ ମହ୍ଲାର ର ରାଗରେ....
ବାଟବଣା ପ୍ରୀତି ସବୁକୁ ପଚାରିବା ତା' ଅଝଟପଣ କୁ
କେଉଁ ଏକ ସ୍ଥିର କାଚ ଭିତରରେ....

koushik lenka

ମୋତେ ହଜିବାକୁ ପସନ୍ଦ ତା'କୁ ଖୋଜିବାକୁ.... ମୋତେ ଅନୁସରଣ କରିବାକୁ ପସନ୍ଦ ତା'କୁ ଅନୁମାନ କରିବାକୁ... ମୋତେ ଭିଜିବାକୁ ପସନ୍ଦ ତା'କୁ ଭିଜେଇବାକୁ.... ମୋତେ ସେ ଭାରି ପସନ୍ଦ ହେଲେ, #happybirthday #birthdaywishes #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
पुरी दुनिआँ आँखे खोल
के बैठ रही है कब
घड़ि मेँ बजेगा साढ़े-सात
माहि लोट रहा है बले के साथ
शोर मचेगा
देखो भाई देखो
"माहि मार रहा है",
लेकिन लेकिन
मेँ भी कर रहा हुँ इन्तजार,
कब होगी तेरे साथ मुलाकात,
और मेँ भी शोर मचाउँगा
"ओए पार्टि कब दे रही हो,
कहाँ है मेरी "तेढ़ेमेढे",
पुछेगी नहिँ क्युँ
जो १९ सेप्तेम्बर को तेरा बार्थडे बितगया
जन्मदिन कि ढेर सारी शुभकामनाएँ
मेरी प्यारी सी दोस्त कम प्रेरणा कि छाया ज्यादा
हर खुसियाँ तुझे रब ने दिला दे यहि दुआँ ମୋତେ ହଜିବାକୁ ପସନ୍ଦ
ତା'କୁ ଖୋଜିବାକୁ....
ମୋତେ ଅନୁସରଣ କରିବାକୁ
ପସନ୍ଦ ତା'କୁ ଅନୁମାନ କରିବାକୁ...
ମୋତେ ଭିଜିବାକୁ ପସନ୍ଦ
ତା'କୁ ଭିଜେଇବାକୁ....
ମୋତେ ସେ ଭାରି ପସନ୍ଦ
ହେଲେ,

koushik lenka

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଦିଦି 🙏🍫🌹🌹🌹🍫।। ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ 🙏🍫🍫🍫🌹।। ତୁମ ସହ ମୋର ଅନୁଭବ ନାହିଁ, ଅନୁଭୂତି ନାହିଁ ହେଲେ ପାଇଛି ଅନେକ କିଛି ସ୍ନେହ, ଅନେକ ଆଦର, ହୃଦୟ ଛୁଆଁ ସମ୍ବୋଧନ।। ଯେବେଠୁ ତୁମ ସଂସ୍ପର୍ଶରେ ଆସିଛି ନିଜକୁ କେବେ ଏକୁଟିଆ ମନେ କରିନି, ତୁମର ମିଠା ମିଠା କଥା ଖୁବ୍ ପ୍ରେରଣା ଏବଂ ଉତ୍ସାହ ଭରି ଦେଇଛି ମନରେ।। ତୁମ ସୁଲଳିତ କଣ୍ଠରେ କର୍ଣ୍ଣିକା ର ଛାପ କୁ ବର୍ଣ୍ଣନା କରିବାର ଅଦମ୍ୟ ଚିତ୍ତାକର୍ଷକ ଶୈଳୀ ହୃଦୟରେ ଅଦ୍ଭୁତ ଶିହରଣ ଖେଳାଇଦିଏ।। ଏ ଶୁଭ ଲଗନେ ଶୁଭ ଅବସରରେ ତୁମ ଲ #happybirthday #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
ଯେମିତି ନଦୀ ଦେହରେ
ଥାଏ ଶ୍ରାବଣ
ଏକଥା ଜାଣିଥାଏ ଧୀବର।।

ଯେମିତି ଫୁଲ ଦେହରେ
ଥାଏ ଫଗୁଣ
ଏକଥା ଜାଣିଥାଏ ଭ‌ଅଁର।।

ଯେମିତି ପଥର ଦେହରେ
ଥାଏ ଭଗବାନ
ଏକଥା ଜାଣିଥାଏ ମନ୍ଦିର।।

ଠିକ୍ ସେମିତି,

ଅଧରରୁ ଝରେ କବିତା
କାହାଣୀ ରେ ଝଟକେ ସବିତା
ଦିଦି ମୋର ଦିନେ ହୋଇବ
"ଜଗତ ଜିତା"
ନାଁ ତା'ର "ସ୍ୱାଗତିକା" ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଦିଦି 🙏🍫🌹🌹🌹🍫।।
ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ 🙏🍫🍫🍫🌹।।
            ତୁମ ସହ ମୋର ଅନୁଭବ ନାହିଁ, ଅନୁଭୂତି ନାହିଁ ହେଲେ ପାଇଛି ଅନେକ କିଛି ସ୍ନେହ, ଅନେକ ଆଦର, ହୃଦୟ ଛୁଆଁ ସମ୍ବୋଧନ।।
          ଯେବେଠୁ ତୁମ ସଂସ୍ପର୍ଶରେ ଆସିଛି ନିଜକୁ କେବେ ଏକୁଟିଆ ମନେ କରିନି, ତୁମର ମିଠା ମିଠା କଥା ଖୁବ୍ ପ୍ରେରଣା ଏବଂ ଉତ୍ସାହ ଭରି ଦେଇଛି ମନରେ।।
               ତୁମ ସୁଲଳିତ କଣ୍ଠରେ କର୍ଣ୍ଣିକା ର ଛାପ କୁ ବର୍ଣ୍ଣନା କରିବାର ଅଦମ୍ୟ ଚିତ୍ତାକର୍ଷକ ଶୈଳୀ ହୃଦୟରେ ଅଦ୍ଭୁତ ଶିହରଣ ଖେଳାଇଦିଏ।।
            ଏ ଶୁଭ ଲଗନେ ଶୁଭ ଅବସରରେ ତୁମ ଲ

koushik lenka

*********୦ ଅଜଣା ନମ୍ବର ରୁ କଲ୍ କିଏ ହେଇଥାଇପାରେ ମୁଁ ସେତେବେଳେ ମୋ ପ୍ରିୟ କୃଷ୍ଣଚୂଡ଼ା ଗଛ ପାଖରେ ଥାଏ....❣️ ଚାଲ ଫୋନ୍ ଟା ଉଠେଇଦବା....ଉଠେଇଲି ସେପଟରୁ ଶବ୍ଦ ଆସିଲା :-କୌଶିକ ଲେଙ୍କା କହୁଛନ୍ତି କି.... :-ହଁ କହୁଛି :-ଆପଣଙ୍କ ନାଁ ରେ କୋରିୟର ଆସିଛି କ‌ଉଠି ଦେବି (ସେତେବେଳକୁ ମୁଁ ଜାଣି ସାରିଥାଏ ଏ କୋରିୟର କାହା ପାଖରୁ ଆସିଛି ଆଉ କାହା ପାଇଁ ମଧ୍ୟ...ମନରେ ମୋର ଅହେତୁକ ଖୁସି.....ଲୁହ ବି ଚାଲି ଆସୁଥାଏ) :-ଆପଣ କ‌ଉଠି ଅଛନ୍ତି #BirthDay #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
......       *********୦
 ଅଜଣା ନମ୍ବର ରୁ କଲ୍ କିଏ ହେଇଥାଇପାରେ ମୁଁ ସେତେବେଳେ ମୋ ପ୍ରିୟ କୃଷ୍ଣଚୂଡ଼ା ଗଛ ପାଖରେ ଥାଏ....❣️
       ଚାଲ ଫୋନ୍ ଟା ଉଠେଇଦବା....ଉଠେଇଲି ସେପଟରୁ ଶବ୍ଦ ଆସିଲା
:-କୌଶିକ ଲେଙ୍କା କହୁଛନ୍ତି କି....
:-ହଁ କହୁଛି
:-ଆପଣଙ୍କ ନାଁ ରେ କୋରିୟର ଆସିଛି କ‌ଉଠି ଦେବି
(ସେତେବେଳକୁ ମୁଁ ଜାଣି ସାରିଥାଏ ଏ କୋରିୟର କାହା ପାଖରୁ ଆସିଛି ଆଉ କାହା ପାଇଁ ମଧ୍ୟ...ମନରେ ମୋର ଅହେତୁକ ଖୁସି.....ଲୁହ ବି ଚାଲି ଆସୁଥାଏ)
:-ଆପଣ କ‌ଉଠି ଅଛନ୍ତି

koushik lenka

"ଯଦି ନିଜକୁ ସଜାଗ କରିବାକୁ ଚାହଁ ତେବେ, ଗୋଟେ ସୁଯୋଗ ନିଅ" ଭାଇ 🙏❣️ ତମର ଏ ଧାଡ଼ି ମୋତେ ବହୁତ କିଛି ଶିକ୍ଷା ଦେଇଛି..... ତମକୁ ଶବ୍ଦ ରେ ବର୍ଣ୍ଣନା କରିବା ମୋର ଧୃଷ୍ଟତା ହେବ... ତମେ ଅନେକ କଲମ ର ପ୍ରେରଣା.... ପ୍ରଥମତଃ ୭୪ତମ ସ୍ୱାଧୀନତା ଦିବସ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି...ପରେ ପରେ ତୁମ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା Binesh Samal ଭାଇ 🍫🌹🌹🌹🎂🎂🎂 ବୋଧହୁଏ ବିଧାତା ତୁମକୁ ଆଜିର ଦିନରେ ପଠାଇବାର କାରଣ ହେଉଛି ବାକି ଥିବା ଆଉ ଟିକିଏ ସ୍ୱାଧୀନତା କୁ କଲମ ମୂନରେ ସାକ୍ଷୀ କରିଦେବା ପାଇଁ.....🎈❣️ ପ୍ରତି ମୁହୂର୍ତ୍ତରେ ତୁମଠାରୁ ଅନେକ କିଛି ଶିଖେ ଭାଇ 🍫🍫🍫🍫 ତୁମର #BirthDay #testimonial #yqodia #Yqbhaina #ଜନ୍ମଦିନ #ଓଡ଼ିଆtestimonial

read more
                 🎈










🎈  "ଯଦି ନିଜକୁ ସଜାଗ କରିବାକୁ ଚାହଁ ତେବେ, ଗୋଟେ ସୁଯୋଗ ନିଅ"
    ଭାଇ 🙏❣️ ତମର ଏ ଧାଡ଼ି ମୋତେ ବହୁତ କିଛି ଶିକ୍ଷା ଦେଇଛି.....
ତମକୁ ଶବ୍ଦ ରେ ବର୍ଣ୍ଣନା କରିବା ମୋର ଧୃଷ୍ଟତା ହେବ...
ତମେ ଅନେକ କଲମ ର ପ୍ରେରଣା....
ପ୍ରଥମତଃ ୭୪ତମ ସ୍ୱାଧୀନତା ଦିବସ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି...ପରେ ପରେ ତୁମ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା Binesh Samal ଭାଇ 🍫🌹🌹🌹🎂🎂🎂
ବୋଧହୁଏ ବିଧାତା ତୁମକୁ ଆଜିର ଦିନରେ ପଠାଇବାର କାରଣ ହେଉଛି ବାକି ଥିବା ଆଉ ଟିକିଏ ସ୍ୱାଧୀନତା କୁ କଲମ ମୂନରେ ସାକ୍ଷୀ କରିଦେବା ପାଇଁ.....🎈❣️
ପ୍ରତି ମୁହୂର୍ତ୍ତରେ ତୁମଠାରୁ ଅନେକ କିଛି ଶିଖେ ଭାଇ 🍫🍫🍫🍫
ତୁମର

koushik lenka

ମୋତେ ଆଜିକାଲି ଯ‌ଉ ନିଦ ଆସୁଛି, ଲାଗୁଛି ଯେମିତି ଦୁନିଆଁ ରେ ଯେତେ ଗାଁ ଅଛି.....ସବୁ ଗାଁ ର ଲୋକ ମାନଙ୍କ ପାଖରେ ମୋର କରଜ ଅଛି......ଧାର କରଜ ରେ ବୁଡ଼ି ରହିଲେ ନିଦ ଆସେନି ମୋତେ ତ ପୁରା ନିଦ ଘାଇଁ...ଘାଇଁ...ଘାଇଁ...କରି ଆସୁଛି 😜 କ'ଣ କରିବା ପି‌ଉଷା କହୁଥିଲେ "ବିନାଶ କାଳେ ବିପରୀତ ବୁଦ୍ଧି"🤣 ଯାହା କୁହ ଘୋର କଳିଯୁଗ.....😁😁😁 ଏ ହେଇଲୋ.....୧୨ଟା ବାଜିଲାଣି ଆଜି ପରା ମୋ ଦିଦି ଜନମ ଦିନ......ଟିକେ ଉଇସ୍ କରିଦବା.....ହୁସ୍ ହୁସ୍ କି ମଶା....ଉଃ... ଫୁନ୍ 😜 କରିଦବା ଟିକେ....ଉଠେଇଲେ ଉଠେଇବ.... ନହେଲେ ସିଏ ଯେ ଗୀତ ଲଗେଇଥିବ 🤣ଟିକେ ଶୁଣିକି ଶୁଇଯିବା....ମୋ ଦିଦି ❣️ତ ଆଉ ରାତି ପାହିଲେ କହି #BirthDay #testimonial #yqodia #Yqbhaina #ଜନ୍ମଦିନ #ଓଡ଼ିଆtestimonial

read more
                          🎂








                          

                       
                         🎂 ମୋତେ ଆଜିକାଲି ଯ‌ଉ ନିଦ ଆସୁଛି, ଲାଗୁଛି ଯେମିତି ଦୁନିଆଁ ରେ ଯେତେ ଗାଁ ଅଛି.....ସବୁ ଗାଁ ର ଲୋକ ମାନଙ୍କ ପାଖରେ ମୋର କରଜ ଅଛି......ଧାର କରଜ ରେ ବୁଡ଼ି ରହିଲେ ନିଦ ଆସେନି ମୋତେ ତ ପୁରା ନିଦ ଘାଇଁ...ଘାଇଁ...ଘାଇଁ...କରି ଆସୁଛି 😜
କ'ଣ କରିବା ପି‌ଉଷା କହୁଥିଲେ
 "ବିନାଶ କାଳେ ବିପରୀତ ବୁଦ୍ଧି"🤣
ଯାହା କୁହ ଘୋର କଳିଯୁଗ.....😁😁😁

ଏ ହେଇଲୋ.....୧୨ଟା ବାଜିଲାଣି ଆଜି ପରା ମୋ ଦିଦି ଜନମ ଦିନ......ଟିକେ ଉଇସ୍ କରିଦବା.....ହୁସ୍ ହୁସ୍ କି ମଶା....ଉଃ...

ଫୁନ୍ 😜  କରିଦବା ଟିକେ....ଉଠେଇଲେ ଉଠେଇବ.... ନହେଲେ ସିଏ ଯେ ଗୀତ ଲଗେଇଥିବ 🤣ଟିକେ ଶୁଣିକି ଶୁଇଯିବା....ମୋ ଦିଦି ❣️ତ ଆଉ ରାତି ପାହିଲେ କହି

koushik lenka

କଳାର ପଟ୍ଟୁଳୀ ଆଖିରେ ବାନ୍ଧି ଧର୍ମ ନିକିତି ଧରିଥିବା ମୂକ ସାହାଣୀ ଆଗରେ ତମେ କେତେ ସତ୍ୟକୁ ତୁମର ଶାଣିତ ଯୁକ୍ତିରେ ଉନ୍ମୋଚନ କରିଅଛ......।। ନିଶା ଆଉ ପେଶା କୁ ସମନ୍ୱୟ କରି ପଶ୍ଚାତାପ ର ଶିଶିର ମାଳାରେ ସ୍ମୃତି ର ଫର୍ଦ୍ଦ କୁ ଭିଜେଇ ଦେଇଛ.....।। ଦିଗହରା ବାଟୋଇ ଟିଏ ପାଇଁ ତୁମେ ବିସ୍ମୃତି ର ବହ୍ନି। ନିଦ୍ରା ନିଶିର ଅର୍ଦ୍ଧ ପ୍ରହରରେ ଯେବେ ଅନୁଭବେ ମୁହିଁ ନିଶିର ନିରବତା ସେବେ ସୁଖର ମୌସୁମୀ ଭଳି ତୁମର ସାହିତ୍ୟ ସାଧନା କୁ ନେଇ କଳାଚାତୁରୀ ଆଗରେ ମୁଁ ଅନୁଭବ କରେ ମଧୁବ୍ରତର ବାଚାଳାମି.....।। #BirthDay #testimonial #yqodia #Yqbhaina #ଜନ୍ମଦିନ #ଓଡ଼ିଆtestimonial

read more
ଧୂଳି ରୁ ଧୂମକେତୁ ଯାଏଁ
ଧରିତ୍ରୀ ର ଶାନ୍ତ ସୁରଭି
ମହକୁ ଥାଏ।।                                                  ଜ

କହିବାକୁ କଥା ଅନେକ,
ହେଲେ,କହିବା ଆରମ୍ଭ
କଲେ ସବୁ ବନ୍ଦ ହେଇଯାଏ।।                               ନ୍ମ

ଭାବିବାକୁ ଭଣ୍ଡାର ଘରକୁ
ଯାଏ ସତ ହେଲେ
ଶବ୍ଦ ମାନଙ୍କର ଆନୁଗତ୍ୟ
ଦେଖି ଆଖି ବୁଜିଯାଏ।।                                      ଦି

ଅସି ଠାରୁ ମସି ଯେ
ଶକ୍ତିଶାଳୀ ସେ କଥାକୁ
ତା'ର ପ୍ରତିଟି ଧାଡ଼ି
ବଖାଣିଯାଏ।।                                                 ନ

 
କଳାର ପଟ୍ଟୁଳୀ ଆଖିରେ ବାନ୍ଧି
ଧର୍ମ ନିକିତି ଧରିଥିବା ମୂକ ସାହାଣୀ ଆଗରେ ତମେ କେତେ ସତ୍ୟକୁ ତୁମର ଶାଣିତ ଯୁକ୍ତିରେ ଉନ୍ମୋଚନ କରିଅଛ......।।

ନିଶା ଆଉ ପେଶା କୁ ସମନ୍ୱୟ କରି ପଶ୍ଚାତାପ ର ଶିଶିର ମାଳାରେ ସ୍ମୃତି ର ଫର୍ଦ୍ଦ କୁ ଭିଜେଇ ଦେଇଛ.....।।

ଦିଗହରା ବାଟୋଇ ଟିଏ ପାଇଁ ତୁମେ ବିସ୍ମୃତି ର ବହ୍ନି। ନିଦ୍ରା ନିଶିର ଅର୍ଦ୍ଧ ପ୍ରହରରେ ଯେବେ ଅନୁଭବେ ମୁହିଁ ନିଶିର ନିରବତା ସେବେ ସୁଖର ମୌସୁମୀ ଭଳି ତୁମର ସାହିତ୍ୟ ସାଧନା କୁ ନେଇ କଳାଚାତୁରୀ ଆଗରେ ମୁଁ ଅନୁଭବ କରେ  ମଧୁବ୍ରତର ବାଚାଳାମି.....।।
loader
Home
Explore
Events
Notification
Profile