Nojoto: Largest Storytelling Platform

ଫଟା ଏଡି (ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟି) ଫଟା ଏଡୀ

ଫଟା ଏଡି

(ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟି) ଫଟା ଏଡୀ

ଗୋଡ଼ ଠୁ ମୁଣ୍ଡ ଯାଏଁ ତନ୍ନ ତନ୍ନ କରି  ପରୀକ୍ଷା ନିରୀକ୍ଷା ହୁଏ ଝିଅ ଟିର।ଫଟା ଏଡି ନୁହଁ ତ ଯେମିତି ଫଟା ଭାଗ୍ୟ।ଭାଗ୍ୟ ରେଖା କେତେ ସିଧା କେତେ ବଙ୍କା ତାର ମାପ ଚୁପ କରି ଲୋକେ ନିଜ ଜ୍ୟୋତିଷ ଶାସ୍ତ୍ର କଳାର  ପ୍ରମାଣ ଦିଅନ୍ତି ମାତ୍ର।କିନ୍ତୁ ତାର ଜୀବନର  ପ୍ରସ୍ତୁତ ଦୁଃଖ କୁ ଭାଗ୍ୟର ବକ୍ର ରେଖା ର ନାମ ଦିଆ ଯାଏ।ହେଲେ ଜୀବନ ତ ନିଜେ କେବେ ସରଳ ରେଖା ରେ ଗତି କରେ ନାହିଁ,ଯଦି କେବେ କଲା ତେବେ ନିଶ୍ଚୟ ଛଳନା।
 ଏଡି ରେ ଫାଟ ସୃଷ୍ଟି ର ରହସ୍ୟ ଉନ୍ମୋଚନ କରିବା ବିଧି ସମ୍ମତ ନୁହଁ।କିନ୍ତୁ ସୁକୋମଳ ପଦ ଦ୍ବୟ ହିଁ ପ୍ରଯୁଜ୍ୟ।

ନାମ ହିସାବ ରେ କେବେ ବାସ୍ତବରେ ଜୀବନ କାହାଣୀ ହୁଏ ନାହିଁ।ରାଣୀ ର ନାଁ ହିସାବ ରେ ତାର ସମ୍ପୂର୍ଣ୍ଣ ବିପରୀତ କାହାଣୀ।

ନିଜ ହାତରେ ଟେକି ଦିଏ ଶାଢ଼ୀ ଟିକୁ ଗୋଟେ ବିତା।କଷ୍ଟ ହୁଏ ଅଳ୍ପ ନିଜେ ନିଜର ଆଙ୍ଗୀକ ପ୍ରଦର୍ଶନ କରେ ବୋଲି।ଆଗ ଟିକେ ବେଶୀ କଷ୍ଟ ହେଉଥିଲା ଆଉ ଦେହ ସୁହା ହେବା ମନସ୍ତାତ୍ତ୍ୱିକ।ଏଥିରେ ରାଣୀ ର ବାହାଦୂରୀ ନ ଥିଲା।