Nojoto: Largest Storytelling Platform

ପଥ ସମୁଦ୍ର ସମ ଯୋଜନ ଯୋଜନ ଲଙ୍ଘିବାକୁ ପଥ କର ଯେବେ ମନ ବଜ

ପଥ

ସମୁଦ୍ର ସମ ଯୋଜନ ଯୋଜନ
ଲଙ୍ଘିବାକୁ ପଥ କର ଯେବେ ମନ
ବଜ୍ରସମ କର ସମ୍ପର୍କର ବନ୍ଧନ

ଭେଦ ଭାବେ ହୁଏନା ଯନ୍ତ୍ରଣା ଲାଘବ
ଏକ ଠୁ ବଳି ମୁଷ୍ଟିର ଅଧିକ ଥାଏ ପ୍ରଭାବ 
ମୁଁ ନୁହେଁ ଆମର ମନ୍ତ୍ର କର ଉଚ୍ଚାରଣ 

ବଳିଆନ ଏଠି କିଏ, ସବୁ ନିମିଷ ମାତର
ସବୁ ତୁଚ୍ଛା ଆକଳନ ଏଇ ଜୀବନ ଯାତର
ପଥ ମୁକ୍ତିର ସନ୍ଧାନ ଦିଏ, ଯନ୍ତ୍ରଣା ବି ଦିଏ 
କେଉଁ ପଥେ ଅଗ୍ରସର ହେବ ବିଚାର ତୁମର

ଜୀବନ ଜଞ୍ଜାଳ ଶେଷ ଭାଗଫଳ ଏଇ ଶଶ୍ମାନ
ଏଠି କେବଳ ଗୋଟିଏ ପରିଚୟ
ନଥାଏ ଏଠି କିଛି ଭେଦଭାବ, 
ସମସ୍ତେ ଏଠି ସମାନ ।।

©Tafizul Sambalpuri
  #ଓଡ଼ିଆକବିତା

#ଓଡ଼ିଆକବିତା

48 Views