Nojoto: Largest Storytelling Platform
tafizulhussain4478
  • 1.3KStories
  • 55.9KFollowers
  • 22.5KLove
    8.2LacViews

Tafizul Sambalpuri

खामोश रहते कुछ हासिल नहीं होगा बोलें अपने दिल की बातें YouTube id https://youtu.be/uZyC_sPFr7k 9439221989 Sambalpur Odisha Sambalpur Odisha

  • Popular
  • Latest
  • Repost
  • Video
f81efd748804cf8452b84575ebfb66fb

Tafizul Sambalpuri

White ଶେଷ ଧାଡ଼ିର ମଣିଷ 

ମଣିଷମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ 
ବୋଧେ ଶେଷ ଧାଡ଼ିର ମାନକ
ମାନକ ମେନେ, ଏଇ ଯେମିତି 
ଧନ, ଜ୍ଞାନ, ସମ୍ମାନ ବୋଧେ 
ଏମିତି କିଛି ସ୍ଥିତିରୁ 
ଚିହ୍ନଟ ହୁଅନ୍ତି ଶେଷ ଧାଡ଼ିର ମଣିଷ 

ସେମାନେ ଶେଷ ଧାଡ଼ିରେ ଥାଆନ୍ତି ସତ
କାର୍ଯ୍ୟ ସବୁ ତାଙ୍କର କିନ୍ତୁ ଆଗ ଧାଡ଼ିରେ 
ସେମାନେ ହିଁ ଟାଣି ନିଅନ୍ତି ଅକ୍ଳେଶରେ 
ଜାତୀ ନନ୍ଦିଘୋଷକୁ ଆଗକୁ ଆଗକୁ 

ତୁମ ପାଦତଳେ ଥିବା ଏହି ରାସ୍ତା 
ତୁମେ ମୁଣ୍ଡ ଉପରେ ଥିବା ଛାତ
ତୁମେ ସମ୍ମୁଖରେ ଥିବା ସୁରମ୍ୟ ଅଟ୍ଟାଳିକା 
ତୁମେ ଛାଡ଼ି ଆସିଥିବା ଇତିହାସ 
ତୁମେ ପଢିଥିବା ଭୂଗୋଳ 
ସବୁଠି ସେମାନଙ୍କ ରକ୍ତିମ ସ୍ବାକ୍ଷର ରହିଛି 

ଏଇ ଦେଖୁନା ବାହାରିଥିବା ଶୋଭାଯାତ୍ରାକୁ
ସମାନେ ଜାଣନ୍ତି ନାହି ସେମାନଙ୍କ ମୂଲ୍ୟକୁ 
ହେଲେ ବୁଝିବା ଲୋକେ ଠିକ୍ ଠହରେଇ ଛନ୍ତି 
ସେମାନଙ୍କ ସ୍ବରର ଶକ୍ତି କେତେ ଦମଦାର୍

ଏତେ ପରେ ମଧ୍ୟ ସେମାନେ ସର୍ବଦା 
କାହିଁକି ରହି ଯାଇଛନ୍ତି ଶେଷ ଧାଡିରେ
ହଁ, ପ୍ରଶ୍ନ ତ ନିଶ୍ଚୟ ଉଠିବ 
ହେଲେ ଉତ୍ତର କ'ଣ କିଛି ନାହିଁ 
ନା ଏହା ଏକ  ଅଭିଶପ୍ତ ପରମ୍ପରା 
ଯାହାର କୈାଣସି ଅନ୍ତ ନାହିଁ ।

©Tafizul Sambalpuri
  #Freedom
f81efd748804cf8452b84575ebfb66fb

Tafizul Sambalpuri

White ମାଁ'ର୍‌ କଥା ଯେତେ ଲେଖ୍‌ଲେ
ସର୍‌ସି କାଏଁ କହ
ଯେତେ ଲେଖୁଥିଲେ ଉପ୍‌ଜୁ ଥିସି
ମହିମା  ଜହ ଜହ। 


ମା'ର୍‌ ଗୁନ୍‌କେ କଲମ୍‌ ଗାରେ
 ଲେଖିହେବା କାଏଁ କହ
ନାଇଁ ହୁଏ ଭର୍‌ନା ପଡ଼ିଯାଏସି ଉନା
ଲେଖୁଥିଲେ ଜହ ଜହ।

ତଫିଜୁଲ ହୋସେନ
ଚିପିଲିମା

©Tafizul Sambalpuri
  #mothers_day
f81efd748804cf8452b84575ebfb66fb

Tafizul Sambalpuri

White ଗାରେ ଜୀବନ 

ଜୀବନର ଚିତ୍ର ଆଙ୍କିବା ପାଇଁ 
ଅନେକ ଗାର ଟାଣାହୁଏ
ହେଲେ ସବୁ ଗାର ଅଟକି ଯାଏ
ଗୋଟିଏ ବିନ୍ଦୁରେ 
ବୁଝିବା କଷ୍ଟକର ହୁଏ 
ତା' ପରର ଆକୃତିକୁ

ବିକୃତ, ଅଦ୍ଭୂତ, କିମ୍ବୁତ କିମ୍ବାକାରର
ଏକ ବିରାଟ ପ୍ରଶ୍ନବାଚୀ 
ଆଉ ତା ମଧ୍ୟରେ 
ପ୍ରହେଳିକାର ଏକ ଲମ୍ବା ଯାତ୍ରା 
ଯାହା ଲକ୍ଷ୍ୟହୀନ ମନେ ହୁଏ 
ଏକ ଗନ୍ତବ୍ୟ ସ୍ଥଳକୁ 

ପ୍ରାପ୍ତି ଓ ଅଭିବ୍ୟକ୍ତିର ଅପର ପାର୍ଶ୍ୱରେ 
ମୂଲ୍ୟାଙ୍କନ ହେଉଥାଏ ବାରମ୍ବାର
ଉଦାହରଣ ଓ ମାନସାଙ୍କର ଉତ୍ତର ମଧ୍ୟରେ
ନିରୋଳାରେ ନିଖୋଜ ଏକ ଗାର

ହଁ ସେଇ ଗାର, ଯାହା ଟଣା ହେଇଛି  
ସମସ୍ତଙ୍କ ଅଜାଣତରେ
ଏକ ପରିଧି ମଧ୍ୟରୁ ମୁକ୍ତ ହୋଇ
ମୁକ୍ତାକାଶରେ ମୁକ୍ତିଲାଭ ପାଇଁ ।।

ତଫିଜୁଲ ହୋସେନ
ଚିପିଲିମା

©Tafizul Sambalpuri
  #Sad_Status
f81efd748804cf8452b84575ebfb66fb

Tafizul Sambalpuri

White ख़ामोशी भी अजीब है
इन्सान ज़िन्दा रहता है
ओर
दिल में आह दफ़न हो जाती है

©Tafizul Sambalpuri
  #SAD
f81efd748804cf8452b84575ebfb66fb

Tafizul Sambalpuri

ମୁଁ ଚାଲେ
ପ୍ରତିଦିନ ଚାଲେ
ଏଇ ଚାଲିବା ଭିତରେ
ଅନେକ ଚାଲିଗଲେଣି
ଆଗକୁ ମଧ୍ୟ
ଅନେକ ଚାଲିଯିବେ
ଯାହା ତୁମେ ଭାବୁଛ, ମୋର ଠିକଣା
ଏହି ସମଗ୍ର ପୃଥିବୀଟା
କେବଳ ତାର ଅଗଣା
ଘର ତୁମକୁ ତୋଳିବାକୁ ପଡ଼ିବ
କର୍ମ ତୁମର,  ତୁମକୁ
ନିଜେ ନିଜ ପିଠିରେ ବୋହିବାକୁ ପଡ଼ିବ
କହନ୍ତି ଆକାଶରେ ପଥଟିଏ ଅଛି
ସେ ରାସ୍ତାରେ ମଧ୍ୟ, ଚାଲିବାକୁ ପଡ଼ିବ
ଯଦି କେବଳ ଚାଲିବାର ଅଛି
ତେବେ ସତ୍ୟ ପଥରେ ଚାଲ
ସମସ୍ତଙ୍କୁ ଫେରିବାକୁ ଅଛି
ଏହାହିଁ ସତ୍ୟ, 
 ମୁଁ ଚାଲୁଛି, ତୁମେ ମଧ୍ୟ ଚାଲ ।।

©Tafizul Sambalpuri
  #sadak
f81efd748804cf8452b84575ebfb66fb

Tafizul Sambalpuri

ମୁଁ ଠିକ୍ କି ଭୁଲ୍ ?

ଏହି ପ୍ରଶ୍ନ ଆନ୍ଦୋଳିତ କରୁଥିବା 
ମଣିଷଙ୍କୁ ନେଇ ହିଁ ମଣିଷପଣିଆ ବଞ୍ଚି ରହିଛି।

©Tafizul Sambalpuri
  #teatime
f81efd748804cf8452b84575ebfb66fb

Tafizul Sambalpuri

'ନାଟକ ଏଥର ତୁମେ' 

କଳକାରଖାନାର ଧୂଆଁରେ 
ମାଟିର ରଙ୍ଗ ବଦଳି ଯାଇଛି 
କେବଳ ମାଟି ତ ନୁହେଁ 
ମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତି
ସଂଘର୍ଷର ଏହି କାହାଣୀର
ୟେ ହେଉଛି ଶେଷ ଦୃଶ୍ୟ 
ତା ପରେ.....
ହୁଏତ କିଛି ସହାନୁଭୂତି ଓ  କିଛି 
ଆଖିରେ ଲୁହ ଛଳଛଳ ହୋଇପାରେ 
ଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ !

ମାଟିର ରଙ୍ଗ ବଦଳିଛି ତ, କ'ଣ ହେଲା
ମଣିଷ ରଙ୍ଗ ମଧ୍ୟ ବଦଳିଛି, 
ଏଥିରେ ନୂଆଁ କ'ଣ ଅଛି ଯେ 
ହଁ କିଏ ବିସ୍ଥାପିତ ହେଲା
କିଏ ସ୍ଥାପିତ ହେଲା 
ଅନେକ ହିସାବ ଅଛି 
ଅସଂଖ୍ୟ ନାୟକ ଓ ଖଳନାୟକ 
ଏବେ ରହସ୍ୟମୟ ଭୂମିକାରେ 
ଅଭିନନ୍ଦନ କରୁଛନ୍ତି 
ମୁହଁରେ ରଙ୍ଗ ଲଗାଇ

ଶେଷ ଦୃଶ୍ୟ ମଞ୍ଚସ୍ଥ ହେବ
ମଞ୍ଚରେ ଲୋଟି ପଡ଼ିବ ଶରୀର ଟିଏ 
ସେଇ ବିସ୍ଥାପିତର
ଏକଦା ଯିଏ ଭୂମର ମାଲିକ ଥିଲା 
ଏଥର କାଙ୍ଗାଳ ବେଶରେ 
ଧାଇଁ ଆସିବ ତାର ସ୍ତ୍ରୀ 
ସ୍ବାମୀର ଛାତି ଉପରେ ମୁଣ୍ଡ ବାଡ଼େଇ 
ଚିତ୍କାର କରିବ ଜନତାଙ୍କୁ ଦେଖି
ବାଳୁତ ଟିଏ କେବଳ ଆଁ କରି ଚାହଁ ରହିବ
ଭାଷି ଉଠିବ କଣ୍ଠଶିଳ୍ପୀଙ୍କ କରୁଣ ସ୍ବର
ମଞ୍ଚ ଧିରେ ଧିରେ କଳା ରଙ୍ଗ ଧାରଣ କରିବ
ସମାପ୍ତ ଘୋଷଣା ସହ

ଫେରିବେ ଦର୍ଶକ 
ଅପେକ୍ଷା କରିବେ 
ଆଉ ଏକ ରଙ୍ଗମଞ୍ଚକୁ
ନେପଥ୍ୟରୁ ଘୋଷଣା ହେଉଥିବ
ଦେଖିବାକୁ ଭୁଲନ୍ତୁ ନାହିଁ 
ଆସନ୍ତା କାଲିର ସୁପର୍ ହିଟ୍ ନାଟକ
 'ଏଥର ତୁମେ' ।।

©Tafizul Sambalpuri
  #ରଙ୍ଗ

#ରଙ୍ଗ #କବିତା

126 Views

f81efd748804cf8452b84575ebfb66fb

Tafizul Sambalpuri

Blue Moon ମୁଁ ଲେଖିବି ତୁମକୁ, ଅପେକ୍ଷା କର

ଅନେକ ଏଠି ଅନାୟାସରେ 
ମିଛ ବିକ୍ରି କରନ୍ତି 
ମଧୁଶାଳାର ପାହାଚରୁ ଓହ୍ଲାଇଥିବା 
ଯନ୍ତ୍ରଣାକୁ କବଳିତ କରି
ମିଛ ଆଲୁଅ ଦୁନିଆକୁ
ଘୋଷାରି ନିଅନ୍ତି 
ହଁ, ଯଦିବା ମୋ କଲମ ଚାଲେ
ତଥାପି ସେ ଶୋଷି ପାରେନା 
ସେଇ ଅଭିଶପ୍ତଙ୍କ 
କୋହ ଓ ଲୁହକୁ ।
ମୁଁ ତ ବିମୋହିତ,  
ପ୍ରିୟତମାର ଚକ୍ଷୁରୁ ନିର୍ଗତ ମଦିରାରେ ସ୍ନାନରତ
ତା ପ୍ରେମରେ କରାଯତ
କ'ଣ ବା ଯାଏ ମୋର 
ମରୁଡ଼ି ହେଉ ବା, 
ପେଟ ଭୋକରେ ଆଉଟୁପାଉଟୁ ହେଉ
ସାଦା କାଗଜରେ ଚାରିପଦ
ପ୍ରିୟାର ଓଠକୁ ଛୁଇଁବାର ଅନୁଭୂତି ବର୍ଣ୍ଣର୍ନା କରିବା 
ମୋର ଧର୍ମ ଓ କର୍ମ ପାଲଟିଛି।
ମୁଁ ଦେଖିପାରେନା ସେଇ ଫୁଙ୍ଗୁଳା ଶରୀରକୁ 
ଯାହା ଚିରହରଣର ଯାତନା ସହିଛି 
ହେ, ବାର ମାସିଆ କାଙ୍ଗାଳ ଈଶ୍ୱର 
ହେ, ବିସ୍ଥାପିତ ଯାତନା ସହି ଥିବା କ୍ଲାନ୍ତ ଶରୀର
ହେ, ମାଟିର ଧୁଳି ଧୂସରିତ ମଣିଷ 
ଏଥର ଟିକିଏ ଥୟ ଧର ଥୟ ଧର
ତୁମକୁ ମଧ୍ୟ ମୁଁ ଦିନେ ଲେଖିବି ମୋ କବିତାରେ
ବର୍ତମାନ  ନିଖୋଜ ହୋଇଛି ମୁଁ 
ଥରେ ନିଜକୁ ଉଦ୍ଧାର କରିନିଏ
ପୁଣି ତୁମ କଥା ବିଚାର କରିବି
ଚନ୍ଦ୍ରମାର ଶୀତଳ ଆଲୋକରେ ଦେଖ କେମିତି 
ନୂପୁର ଶବ୍ଦ ଖଣ୍ଡବିଖଣ୍ଡିତ କରୁଛି ମୋ ହୃଦୟକୁ
ମୁଁ ଅଥୟ, ଅଶାନ୍ତ, ଅସରନ୍ତି ପଥର ପଥୀକ
ତୁମେ ବିଶ୍ରାମ ନିଅ, 
ମୋର ଚେତନା ଫେରିବା ପର୍ଯ୍ୟନ୍ତ ।।

©Tafizul Sambalpuri
  #bluemoon
f81efd748804cf8452b84575ebfb66fb

Tafizul Sambalpuri

ସକାଳ କ'ଣ ଏମିତି ପାହିଯାଏ
ନୂତନ ସକାଳ ପାଇଁ 
ପ୍ରଥମେ ସୂର୍ଯ୍ୟକୁ ଅସ୍ତ ହେବାକୁ ପଡ଼େ 
ଘନ ଅନ୍ଧାର ସହ ସଂଘର୍ଷ କରି 
ପାହୁଣ୍ଡେ ପାହୁଣ୍ଡେ ପାଦ ଥାପି ଥାପି
ଗତ କାଲିର କ୍ଲାନ୍ତ ଶରୀରକୁ 
କେଉଁ ପାହାଡ଼ ସନ୍ଧିରେ ଅବା
କେଉଁ ଗଛର ଆଢୁଆଳରେ ଆଉଜାଇ
ପୁଣି ତାକୁ ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ କରି 
ଆହ୍ବାନୀ ଗୀତ ଗାଇବାକୁ ପଡ଼େ 
ହଁ , ଠିକ୍ ଏମିତି ଜୀବନ ମଧ୍ୟ
ପ୍ରତିଦିନ ଅସ୍ତ ହୋଇ ଅସ୍ତିତ୍ବ ହରାଏ
ପୁଣି ଆଉ ଏକ ନୂଆଁ ସକାଳକୁ ଅପେକ୍ଷା କରେ 
ମୁଠେ ଆୟୁଷ ପାଇଁ 
ଚେନାଏ ହସ ପାଇଁ 
ପୁଳାଏ ଦୁଃଖ ଓ ଯନ୍ତ୍ରଣା ସହିବାକୁ 
ସ୍ରଷ୍ଟାଙ୍କ କରୁଣା ପ୍ରାପ୍ତି ପାଇଁ।।

#ଜୀବନ_କିଛି_ଏମିତି

©Tafizul Sambalpuri
  #RoadTrip
f81efd748804cf8452b84575ebfb66fb

Tafizul Sambalpuri

जिंदगी एक जूआ है 
यहां सिर्फ जित या हार होती है

तकदीर सही हो अगर
ताज मिलाते हैं 
वर्ना दफनाने के लिए 
कफ़न कि तलाश होती है 

वो जो चांद है, आसमान में
अफवाहें फैला रही है, कि
सब उसके इश्क में दीवानें है 
हकीकत यह है कि 
इस जले हुए रोटी में मुझे
अपनी चांद नजर आती है

सन्नाटे ने एलान किया है 
आब कोई ख़ामोश नहीं रहेगा
क्या खूब वो मंजर है
अपनी बातें सुनाने के लिए
सब उसकी तलाश में भटक रहे हैं 

किसी ने कहा,  बयां कर दी है 
उस से अपनी दिल कि बात
मेरे समझ में नहीं आता
सुना है किसने उसकी
क्यों आखिर जिंदगी 
इतनी गुमराह कर देति है 

जिंदगी एक जूआ है
यहां सिर्फ जित या हार होती है

©Tafizul Sambalpuri
  #GoldenHour
loader
Home
Explore
Events
Notification
Profile