Nojoto: Largest Storytelling Platform

ମଉଳା ସମୟ ସତେଜ ପ୍ରେମ (ଭାଗ - ୧) A small novella (

ମଉଳା ସମୟ ସତେଜ ପ୍ରେମ

(ଭାଗ - ୧)

A small novella

( Love comes again) ଏକ କ୍ଷୁଦ୍ର ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଆପଣ ମାନଙ୍କ ପାଇଁ।

 ଦିନ ଛୋଟ ଲାଗେ ତାର ଆଲିଙ୍ଗନର ପରିକ୍ରମଣରେ, ଶୋଇଯାଏ କିଛି କ୍ଳାନ୍ତି ଆଉ ଶିହରି ଉଠନ୍ତି ମୁହୂର୍ତ୍ତ ସବୁ।ପବନର ଶିତ୍କାର ଆଉ ବେଗ ସବୁ ମଉଳି ଯାଆନ୍ତି ପ୍ରେମର ଆବେଗ ସାମ୍ନାରେ।ଏମିତି ଏକ ମଉଳା ସଞ୍ଜରେ ଜିଁଇ ଉଠନ୍ତି ଦୁହେଁ ପରସ୍ପରର ସ୍ପର୍ଶରେ।ହେଇପାରେ ସ୍ପର୍ଶ କାତରତା ସେ ବିଶାଳ ଓଢ଼ଣା ତଳେ ଝୁଙ୍କି ପଡ଼ିଥିବା ପୃଥିବୀ ଆଉ ଦମ୍ଭିଲା ଅନନ୍ତ ଆକାଶ ଭିତରେ।

ତାଙ୍କ ଭିତରେ କେବଳ ମିଳନର ରେଖା ଆଙ୍କି ଦିଏ ଅବଧୂତ ବାରିଦ। ନିର୍ଲଜତା,, ଲଗେଇଦିଆ ଯାଏ ନାମ ପଛରେ ଏକ ଉପନାମ।ଯେମିତି ଶ୍ରାବଣ ଆଉ ନିଳୀମା ପାଇଁ ହୋମ ନିଆଁ ରୁ ଉତ୍ତାପ ବଦଳରେ ବାହାରି ଥିଲା ଧିକ୍କାର ଆଉ ଲାଞ୍ଛନାର ଧୂଆଁ,ମନ୍ତ୍ରର ଧ୍ଵନୀ ହେଇଥିଲା ମନ୍ତ୍ରଣା,ପୁଷ୍ପାଞ୍ଜଳି ଜାଗାରେ ତୀର୍ଯକ ଚାହାଣୀର ବର୍ଷଣ।ପ୍ରେମ ଯେବେ ସବୁ ଅଗ୍ନି ପରୀକ୍ଷାରୁ ବାହାରି ଆସେ,ଅପସରି ଯାଏ ତାର ଚମକ୍।ହଁ ଠିକ୍ କଥା,ପ୍ରେମ ସୁନା ନୁହଁ ଯେ ଆହୁରି ବେଶୀ ଉଜ୍ଜଳ ଆଉ ଉଦ୍ଭାସିତ ହେଇ ଉଠିବ।ସେଇ ଭୁଲ୍ ଧାରଣା କିମ୍ବା ଭୁଲ୍ ତୁଳନା।ତାକୁ ଅମୂଲ୍ୟ ଧାତୁ କହି ବାରମ୍ବାର ନିଆଁର ପରଶ ଦେଇ ତା ତ୍ବକ୍ କ୍ଷୁର୍ଣ୍ଣ କରିବା ସଭିଙ୍କ ଉଦ୍ଦେଶ୍ୟ ମାତ୍ର।ସେଇ ପରୀକ୍ଷା ଭିତରେ ଦଳି ହେଇଯାଏ ଆନ୍ତରିକତା,ବିଶ୍ୱାସ,ଅମୂଲ୍ୟ ସମୟ ଆଉ କିଛି ଅଣଦେଖା ସ୍ବପ୍ନ।

ପ୍ରେମରେ କେବେ ବିଶ୍ୱାସ ରଖି ନଥିବା,ପରିବାରର ଦାୟିତ୍ୱ କୁ ଜୀବନର ଲକ୍ଷ୍ୟ ଭାବି ବହନ କରିଥିବା ଶ୍ରବଣ ଜୀବନରେ ପ୍ରଣୟର ବାରିଦ ହେଇ ଆସିଥିଲା ନିଳୀମା।ବହୁତ୍ ମିସାଳିଆ ଝିଅ ଆଉ ଜୀବନକୁ ଖୋଲିକି ବଞ୍ଚିବାର ପ୍ରବର୍ତ୍ତକ।ଦୁଃଖର ଚନ୍ଦ୍ରମାକୁ ଘୋଡ଼େଇ ଦିଏ ତା ମୁହଁରେ ଥିବା ହସର ଭସା ବାଦଲ।ହେଲେ ସେ କେବେ ଜଣକ ନୁହଁ, ଯେମିତି ପୃଥିବୀ।ସଭିଙ୍କୁ ମୋର କହେ ହେଲେ କାହାର ହେଇ ରହିନି।ସଭିଙ୍କ ପାଇଁ ତା ମନରେ ଦରଜ ହେଲେ ତା ପାଇଁ କେବେ କାହାକୁ ଦରଜ ହେଇନି।ଆଉ ସେଥିପାଇଁ ବି ତାର ତିଳେ ଅବସୋସ ବି ନାହିଁ।