Nojoto: Largest Storytelling Platform

ମୁଁ ମାପୁଛି ଦୂରତା ତମ ପ୍ରେମ ଆଉ ମୋର ଭ୍ରମ ଭିତରେ ମାପ ଫି

ମୁଁ ମାପୁଛି ଦୂରତା ତମ ପ୍ରେମ ଆଉ ମୋର ଭ୍ରମ ଭିତରେ
ମାପ ଫିତା ବି ହୃଦୟ ଆଉ ତମ ପ୍ରେମ ବି ହୃଦୟରେ।
ଜାଣି ପାରୁନି କୋଉଠୁ ଆରମ୍ଭ କରିବି ଆଉ କୋଉଠୁ ଶେଷ
ଏହା ହୃଦୟ ସ୍ପନ୍ଦନରୁ ଆରମ୍ଭ ନା ଏହାର ଉତ୍ପତ୍ତି ସ୍ଥଳ ନିଃଶ୍ୱାସ।
ମୋ ମନ ବାଧା ଦେଲା ଆତ୍ମା ଧିକ୍କାର କଲା
ଛି ତୁ ପ୍ରେମର କରୁଛୁ କଳନା!
ମୁଁ କହିଲି ହଁ ପ୍ରେମ ଅତୁଳନୀୟ ଆଉ ଅକଳନୀୟ
ହେଲେ ମୁଁ ତାକୁ ରଖିବି ମୋ ପରିଧୀରେ
ମୁଁ ତିଆରି କରିଥିବା ବିଶ୍ବାସ ଆଉ ଭରଷା ପଞ୍ଜୁରୀରେ।
ପାରିବିନି ତାକୁ ମୁକ୍ତ କରି
କାଳେ ଏ କପଟି ଦୁନିଆ ଦେବ ଆବୋରୀ।
କୁହୁଡ଼ି ହେଇକି ଥାଉ ମୋ ପ୍ରେମ
ମତେ ସ୍ୱଚ୍ଛ ନିର୍ମଳ ସମ୍ପର୍କ ନାହିଁ ଲୋଡ଼ା
ମତେ ସ୍ୱାର୍ଥପର କହୁ ଏ ଦୁନିଆ ସାରା
ନାହିଁ ମୋ ଖାତିର ନ ପଡୁ ତା ଉପରେ ପରିବର୍ତ୍ତନର ଖରା।
 #ପ୍ରେମ #ସ୍ବାର୍ଥପର #yqbhaina #ମୁଁଓଡ଼ିଆ #ଓଡ଼ିଆ_କବିତା #ଓଡ଼ିଆଗୀତ #odiawritings