Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୬

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୫)

କ୍ରମଶଃ......... ସାହେବ୍ ମତେ କିଛି କାମ ମିଳିବ?ମୁଁ ଜାଣି ନାଇ ତୁମକୁ ହେଲେ କାଇଁ ତୁମକୁ ଦେଖିଲା ପରେ ମତେ ମୋର ଠାକୁର୍ ମିତାର୍ ଲାଗିଲ।ଦୁଇ ଦିନ ହେଲାନ ପାଦ ଦୁଇ ଟା ଘାଏ ହେଲେ  ବି ବିଶ୍ରାମ କରିନାଇ ଆଉ ତା ସାଙ୍ଗେ ଭୋକ ବା କାହାର ବୋଲ ମାନେ ଯେ,ସେ ବି ତାର ଗୀତ ନାଚ ଲୀଳା ଚଲେଇଛି,ହେଲେ ତୁମକୁ ଦେଖି ଲାଗିଲା ମୋ ଠାକୁର୍ ପଠେଇ ଦେଲା ,,ଯା ଯା ତୁଇ ସେଠୁ ଖାଲି ହାତରେ କେବେ ନାଇ ଫେରିବୁ।ବିବେକ ର ଘର ସାମ୍ନାରେ ତାକୁ ଲକ୍ଷ୍ୟ ରଖି ସୁଯୋଗ ଦେଖି ଆସିଯାଇଛି ଶୀତଳ ଆଉ ତା ପଛରେ ଅଦୃଶ୍ୟ ଚକ୍ଷୁ ଚାରୋଟି ଅହରହ ତା ସୁରକ୍ଷା ରେ ନିହିତ।

ପୁରା ନିଫଟ ଗାଉଁଲି ବେଶ,ଦୁଇ ବେଣୀ ରେ ଭିନ୍ନ ଭିନ୍ନ ମିଶା ମିଶା ରଙ୍ଗ ବେରଙ୍ଗ ଫିତା, ତାର ବକ୍ଷ ତଳ ଯାଏଁ ପ୍ରସାରିତ,ଆଖିରେ କଜ୍ଜଳ ର ମାତ୍ରା ସାମାନ୍ୟ ଠାରୁ ଟିକେ ଅଧିକ, ଗାଲରେ ଅନେକ କୃତ୍ରିମ କଳା ଜାଇ ର ସମଷ୍ଟି ବିଭିନ୍ନ ପ୍ରକାରର ଆକୃତି ର ରୂପ ନେଇଥିଲେ।ବେକରେ ଏକ କଳା ଫିତା ରେ ବଡ଼ ମାଆ କାଳୀ ଙ୍କ ଏକ ଲକେଟ୍ ଝୁଲୁଥାଏ କଣ୍ଠ ଦେଶରୁ ଅଳ୍ପ ଦୂର ଯାଏଁ।ଏକ ସୂତା ଶାଢ଼ୀ ରେ ଗୁଡ଼େଇ ହେଇ ନିଜ ଦେହକୁ ଘୋଡେଇ ଥାଏ ତା ସାଙ୍ଗରେ ହାତ କଟା ବ୍ଲାଉଜ୍ ପୁଣି ନଥା ପକା।ତଥାପି ଏସବୁ  ର କାହିଁ  ସାମର୍ଥ୍ୟ  ତାର ସୌନ୍ଦର୍ଯ୍ୟ କୁ ତିଳେ ମାତ୍ର ଫିକା କରି ପାରିବେ।କୁହନ୍ତି ନାରୀ ଟିଏ ଯେବେ ନ୍ୟାୟ ପାଇଁ ଖଡ୍ଗ ଧରେ ତେବେ ସେ ଆହୁରି ରୂପବତୀ, ଲାବଣ୍ୟବତୀ ହେଇଯାଏ,ଆଗ ଅପେକ୍ଷା ଆହୁରି ଆକର୍ଷଣୀୟ ହେଇଯାଏ ତାର କ୍ରୋଧସିକ୍ତ ନୟନ ଦ୍ବୟ ଆହୁରି ଚକ୍ ଚକ୍ କରି ଉଠେ, ସନ୍ଧ୍ୟାର ପ୍ରଥମ ତାରକା ଭଳି।ଠିକ୍ ମାଆ ଦୁର୍ଗା ଙ୍କ ସେ ସତେଜ ଦୀପ୍ତିମାନ ନୟନ ଦ୍ବୟ ଭଳି।ଆଉ ଯଦି ମହିଷାସୁର ତାଙ୍କ ପ୍ରକୋପ ରୁ ବଞ୍ଚିତ ହେଇପାରିଲା ନାହିଁ ତା ହେଲେ ବିବେକ ତ ତୁଚ୍ଛ ମାନବରୁପୀ ଦାନବ।ଏବେ ଶୀତଳ,ରିତୁ, ମାମାଲି ଭଳି ଅନେକ ଦୁର୍ଗା ଜାଗ୍ରତ ବିବେକ ଭଳି ଦାନବ ମାନଙ୍କୁ ସମୂଳେ ନାଶ କରିବା ପାଇଁ।

ବିବେକ ଏଥର ଆଉ ବିଳମ୍ବ କରି ନାହିଁ କାରଣ ମାଆ ଙ୍କୁ ଦେଖି ଶୀଘ୍ର ପୁଣି ଭୁବନେଶ୍ୱର ଫେରିବାର ଅଛି ,ବେଶୀ ଦିନ ରହି ଯାଇଥିବାରୁ ତାର ସେ ଆଡ଼େ ବହୁତ୍ କାମ ପେଣ୍ଡିଂ ରହି ଯାଇଛି ,ସାଙ୍ଗରେ ପୁଣି ଏଥର ପ୍ରୀତି ବି ଆସିଛନ୍ତି।ଟିକେ ସମବେଦନା,ଆଉ କାଣିଚିଏ ସହାନୁଭୂତି,ହଁ ଏତିକି ହିଁ ତ ଖୁବ୍ ହେଇଥାଏ ନା ସେ ଅବହେଳିତ, ଅଲୋଡ଼ା ନଦୀରେ ବୁଡ଼ି ଯାଉଥିବା, କୁଟା ଖିଅ ର ସାହାରା ଖୋଜୁଥିବା ନିରୀହ ହୃଦୟ ସାଙ୍ଗରେ ଖେଳି ଦଳି ମଚକି ଶୂନ୍ୟରେ ଫୋପାଡ଼ି ଦେବାପାଇଁ।ସେଇଆ ହିଁ କରି ଆସନ୍ତି ବିବେକ ଭଳି ଅବାଧ ରେ ଅନ୍ୟାୟ କରୁଥିବା କଳା ରକ୍ତ ଧାରୀ ନୃଶଂସ ଦାନବ।ପ୍ରଥମେ ପବିତ୍ର ବନ୍ଧନରେ ବାନ୍ଧି ପ୍ରୀତି କୁ ଛଳନା ରେ ବାନ୍ଧି ରଖିଲା ଆଜୀବନ,ପୁଣି ସୋନଲ କୁ ପ୍ରେମ ଫାସ ରେ ଫସେଇ ଶେଷରେ ଫାଶୀଖୁଣ୍ଟ ଯାଏଁ ଟାଣି ନେଲା ବାଧ୍ୟ ବାଧ୍ୟକତା କରେଇ ଶୋଷି ନେଲା ସେ ଅମୃତ ପ୍ରାଣ କୁ ନିଜେ ସୈତାନ୍ ର ଅମରତ୍ଵ ପାଇବା ପାଇଁ। ପ୍ରୀତି ଆଉ ସୋନଲ ମଝିରେ ବି କେତେ କଙ୍କାଳ ଆକୁଳ କ୍ରନ୍ଦନ କରୁଥିବେ ତାର ଆକଳନ ଖୁବ୍ ଜଟିଳଜ୍ୟାମିତି।

ସବୁ ପାପର ଅନ୍ତ ସୁନିଶ୍ଚିତ।ଶୀତଳ ଆଉ କଙ୍କାଳ ହେବ ନାହିଁ କାରଣ ଯିଏ ଏବେ ରକ୍ତ ମାଂସ ଧାରୀ କନ୍ୟା ନୁହଁ,ଯିଏ ଏବେ ଲୌହ ର ବଳ ପ୍ରାପ୍ତ ଶକ୍ତ ତନୁ ସେ ବା କେମିତି କଙ୍କାଳ ହେଇ ପାରିବ!