Nojoto: Largest Storytelling Platform

ପିଲା ଦିନ 🍁🍁🍁🍁🍁🍁 part 2 କେବେ ଲୁଚକାଳି କେବେ ତ ବ

ପିଲା ଦିନ
🍁🍁🍁🍁🍁🍁
part 2
କେବେ ଲୁଚକାଳି କେବେ ତ ବାଗୁଡ଼ି 
କେବେ ବଳ ତ କେବେ କେଳି । 
ନାନା ଖେଳ ସାଙ୍ଗେ ଧୂସର ଧାସର 
ଜାମାରେ ଲାଗିଥାଏ ବାଲି ।
କେବେ ଆମ୍ବ ତୋଟା ତ ଗୁଡି ଉଡାଣ 
କେବେ ବନ ପାହାଡ ତଳେ।
ଉପବନରେ ଭାଇ ଭଉଣୀ ସାଥେ 
ଖେଳ ହୁଏ ଅବନୀ ତଳେ ।
ବିଦ୍ୟାଳୟ ରୂପି ଉଦ୍ୟାନ ର ଫୁଲ 
ଯେଉଁଠି ସଂଗର ଗହଳ।
ହସ ଖୁସି ରେ ସେ ପାଠ ପଢି ଶିଖେ
ତନୁ ମନ କରି ସବଳ।
ପିଲା ଦିନ ସାଙ୍ଗ ଝୂରେ ଏଇ ମନ
ଲିପି ବଦ୍ଧ ହୁଏ ହୃଦୟେ।
କାଠ ଗଣ୍ଡି ପରି ଜୀବନ ସ୍ରୋତରେ
ଭାସି ଭାସି ଚାଲେ ସଦୟେ।
କଣ୍ଟା ଝଣ୍ଟାରେ କେଵେ ହସ ଖୁସିରେ
ଚାଲିଥାଏ ସେ  ଜୀବନ ।
ମାଆ ବାପା ରକ୍ଷାର କବଚ ବୋଳି
ଖୁସି ଥାଏ ଟି ପିଳା ଦିନ । 
ପିଲା ଦିନ ଏକ ସତର ସପନ
ଭୁଲି ପାରେନା କେବେ ମନ।
ଜୀବନ ଥିବା ଯାଏ ପିଛା ଛାଡେନା 
ମନେ ପଡେ ସଦା ସେ ଦିନ।

©Sri batsa Meher
  ପିଲାଦିନ p -2

ପିଲାଦିନ p -2 #କବିତା

25,808 Views