Nojoto: Largest Storytelling Platform

Best କବିତା Shayari, Status, Quotes, Stories

Find the Best କବିତା Shayari, Status, Quotes from top creators only on Nojoto App. Also find trending photos & videos aboutକବିତା, ଓଡ଼ିଆକବିତା, ମହାକବିତା, ୯ଟିଶବ୍ଦରକବିତା, ଓଡ଼ିଆ_କବିତା,

  • 37 Followers
  • 4155 Stories

Joy Krishna Behera

ବର୍ଷା ହେଲା

read more
White ବରଷା ହେଲା ବରଷା ହେଲା
ବରଷା ଯେମିତି ଅଟକିଗଲା
ସୂରୁଜ ଯେମିତି ଝଟକିଗଲା
ଇନ୍ଦ୍ରଧନୁ ଆକାଶେ ଶୋଭିଲା।
#ଶୁଭ ସକାଳ #

©Joy Krishna Behera ବର୍ଷା ହେଲା

Joy Krishna Behera

ବର୍ଷା ହେଲା

read more
White ବରଷା ହେଲା ବରଷା ହେଲା
ନଦୀ ନାଳ ସବୁ ପୁରି ଉଠିଲା 
ବେଙ୍ଗୁଲିନାନୀ ସାରୁଗଛମୂଳେ ବେଙ୍ଗରାଜାସାଥେବିବାହ କଲା
#ଶୁଭ ସକାଳ #

©Joy Krishna Behera ବର୍ଷା ହେଲା

Joy Krishna Behera

ବରଷା ହେଲା

read more
White ବରଷା ହେଲା ବରଷା ହେଲା
ବରଷା ରାଣୀ ବୋହୁ ସାଜିଲା
ବାପଘର ଛାଡି ଗଲାବେଲେ
ଝରଝର ହୋଇ ଲୁହ ଢାଳିଲା। #ଶୁଭ ସକାଳ #

©Joy Krishna Behera ବରଷା ହେଲା

Joy Krishna Behera

ବର୍ଷା ହେଲା

read more
White ବରଷା ହେଲା ବରଷା ହେଲା 
ଆକାଶେ ମେଘମାଳା ଭାସିଲା
ବିଜୁଳି ସାଥେ ଘଡଘଡି ମାରି
ମୂଷଳଧାରରେ ବରଷିଗଲା।
#ଶୁଭ ସକାଳ #

©Joy Krishna Behera ବର୍ଷା ହେଲା

SAROJINI BEHERA

#sad_quotes

read more
White ନିର୍ଦ୍ଦୟ 

ଜୀବନ ଅଟଇ ଦି'ଦିନର ବନ୍ଧୁ 
ସେନେହ ରଜ୍ଜୁକୁ ଧରି 
ପରକୁ ଆପଣା କରି ଚଳୁଥିବା 
ମୁକୁତା ପଡ଼ିବ ଝରି।।

ଦୟା, ବିନୟର ମମତାର ମଧୁ 
ବିତରି ଯିବା ସଂସାରେ 
ସତ୍ୟ, ତ୍ୟାଗ, ବଳିଦାନର ମନ୍ତର 
ଜପୁଥିବା ଜୀବନରେ।।

ଦୟା ରଖିଥିବା ସବୁ ଜୀବଠାରେ 
ମାନବ ଜୀବନାଦର୍ଶ 
ନିର୍ଦ୍ଦୟ ନୋହିବ କେବେ କାହା ପରେ 
ମିଳିବ ଅନେକ ଦୁଃଖ।।

ନିର୍ଦ୍ଦୟ ଅଟଇ ପାଶବ ପ୍ରକୃତି 
ସମାଜରେ ନାହିଁ ସ୍ଥାନ 
ନିର୍ଦ୍ଦୟୀ ଭାବନା ଥାଏ ଯା ମନରେ 
ପାଇଥାଏ ଅସମ୍ମାନ।।

ପାଶବ ପ୍ରୟାସ ନାଶ ନିଜ ହୃଦୁ 
ଦୟାଭାବ ହୃଦେ ବହି 
ପର, ଆପଣାର ଭେଦ ଭୁଲି ଯିବା 
ଏକତାର ମନ୍ତ୍ର ଗାଇ।।

ନିର୍ଦ୍ଦୟ କୃପାଣ ଫିଙ୍ଗି ଦେବା ଦୂରେ 
ଏକ ସୂତ୍ରେ ହେବା ଗୁନ୍ଥି 
ନିଃସ୍ୱ,ଅସହାୟେ ହୋଇବା ସହାୟ 
ସେବା ଭାବେ ହେବା ବ୍ରତୀ।।

ଦୁଃଖୀଜନ ସେବା କରୁଥିବା ସଦା 
ପରମେଶ୍ୱରଙ୍କୁ ଧ୍ୟାୟୀ 
ସଭିଙ୍କ ହୃଦୟେ ବିରାଜିତ ପରା 
ଭକ୍ତବନ୍ଧୁ ଭାବଗ୍ରାହୀ।।
     
           ସରୋଜିନୀ ବେହେରା 
            ପାଳଲହଡ଼ା, ଅନୁଗୁଳ

©SAROJINI BEHERA #sad_quotes

Joy Krishna Behera

ବର୍ଷା ହେଲା

read more
White ବରଷା ହେଲା ବରଷା ହେଲା
ଥୁଣ୍ଟା ଗଛରେ ପତର ହେଲା
ଧରଣୀରାଣୀକୁ ସବୁଜ ଶାଢୀ
ଅତି ଯତନେ ପିନ୍ଧାଇ ଦେଲା।
#ଶୁଭ ସକାଳ #

©Joy Krishna Behera ବର୍ଷା ହେଲା

℘ųཞŋą ƈɧąŋɖཞą ཞąŋą

#army Day special

read more
मां तेरी इजाजत को हे कोटि नमन
जो तुमने सेवा करने का मौका दिया
मां तु मोहब्बत कि मसीहा है 
तेरी चरणों छुने से प्यार हुआ ।।

में हमेशा रहा तेरी चारों तरफ़
महसूस किया तेरी धड़कन को
और रहुगा हमेशा तेरे साथ मां
समर्पण कर दिया इस प्राण को ।।

©℘ųཞŋą ƈɧąŋɖཞą ཞąŋą #Army Day special

SAROJINI BEHERA

#booklover

read more
ଚିଠି 

ମୋ ଅନିଦ୍ରା ଆଖିର ତମାମ ସ୍ୱପ୍ନକୁ 
ପ୍ରୀତିକୁଞ୍ଜର ସେ ଠିକଣାରେ 
ପଠେଇ ଦେଇଛି ମନର ଲଫାପା
ସିଞ୍ଚି ଦେଇଛି ତୁମ ଦେହର ପରଫ୍ୟୁମ 
ଯାହା ସାଇତି ରଖିଛି ଏ ଯାଏ 
ମୋ ଛାତିର ନିବୁଜ କୋଠରୀରେ।

ପଢ଼ି ନେବ ଥରେ ଦରଭଙ୍ଗା ଶବ୍ଦସବୁ 
ପ୍ରେମର ମହାନୁଭବ ଥିଲା ନା 
ଛଳନାର କାରିଗରୀ 
ଥରେ ବି ହେଉ ନିଶ୍ଚୟ ପଢ଼ିବ 
ବିକ୍ଷିପ୍ତ ଚନ୍ଦ୍ରଲୋକରେ 
ଲିଭିଯିବା ଆଗରୁ ଅନ୍ତତଃ 
ଚିତ୍ରଲେଖା ଜୀବନର ଦୀପାଶିଖା।
 
  ସରୋଜିନୀ ବେହେରା 
  ପାଳଲହଡ଼ା, ଅନୁଗୁଳ

©SAROJINI BEHERA #booklover

Joy Krishna Behera

ମୋ ଗାଆଁ

read more
White ଜୀବନରେ ମୁଁ ସେବିଲି ନାହିଁ 
ପୂଣ୍ୟ ଗାଆଁ ମାଟିକୁ
ତଥାପି ଆଜି ଜୀବନ ସଂଜେ
କ୍ଷମା ମାଗେ ସେ ଗାଆଁ କୁ। 
#ଶୁଭ ସକାଳ #

©Joy Krishna Behera ମୋ ଗାଆଁ

SAROJINI BEHERA

#makarsankranti

read more
ମକର ସଂକ୍ରାନ୍ତି 

ମକର ଆସିଛି ଉତ୍ସାହ ନେଇ 
ଖୁସିରେ ନାଚୁଛି ଭାରତ ଭୂଇଁ।
ବାରଟି ମାସରେ ବାର ସଂକ୍ରାନ୍ତି 
ମକର କୋଳକୁ ସୂର୍ଯ୍ୟଙ୍କ ଗତି।
ଉତ୍ତରାୟଣରେ ସୂର୍ଯ୍ୟ ଚଳନ 
ଅଟଇ ଅତୀବ ପବିତ୍ର ଦିନ।
ମକର ଦିନଟି ଶୁଭ ଅଟଇ 
ମକରଠୁ ବେଳ ବକର ହୋଇ।
ରାତି ହୁଏ ଛୋଟ ଦିନ ତ ବଡ଼ 
କମି କମି ଆସେ ବାଘୁଆ ଜାଡ଼।
କୃଷିଭିତ୍ତିକ ଏ ପରବ ଆମ 
ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ।
କିଏ ପାଳେ 'ଟିସୁ' କିଏ 'ପୋଙ୍ଗଲ'
ଖୁସି ବାଣ୍ଟିଥାଏ ପଲ୍ଲୀ, ନଗର।
ପୂଜା ଯେ ହୋଇଥାନ୍ତି ଦିବାକର 
ସକଳ ଶକ୍ତିର ସେ ଯେ ଆଧାର।
ପ୍ରତ୍ୟୁଷରୁ ଉଠି କରି ସ୍ନାହାନ 
ସୁରୁଜ ଦେବଙ୍କୁ କଲେ ଦର୍ଶନ।
ସକଳ ପାପରୁ ମୁକ୍ତି ମିଳଇ 
ସୂର୍ଯ୍ୟ ପୂଜା କଲେ ଅଭିଷ୍ଟ ପାଇ।
ମକର ଆମର ଅମଳ ପର୍ବ 
ପ୍ରତି ଓଡ଼ିଆଙ୍କ ଗର୍ବ ଗୌରବ।
ନୂଆ ଚାଉଳରେ କ୍ଷୀର, କଦଳୀ 
ଘୃତ, ମହୁ, ଅଦା, କର୍ପୁର ପଡ଼ି।
ମକର ଭୋଗ ଯେ ହୁଏ ପ୍ରସ୍ତୁତ 
ବାଣ୍ଟି ଖାଇଥାନ୍ତି ତାକୁ ସର୍ବତ୍ର।
ଆନନ୍ଦେ ବୁଲନ୍ତି ମକର ମେଳା 
ଗୁଡ଼ିକୁ ଉଡ଼ାଇ ଖେଳନ୍ତି ପିଲା।
ବ୍ୟାସକବିଙ୍କର ଏ ଜନ୍ମ ତିଥି 
ଗଙ୍ଗାକୁ ଆଣିଲେ ଯେ ଭଗିରଥୀ।
ମକର ସଂକ୍ରାନ୍ତି ପାଳିବା ଆସ 
ଭାଇଚାରା ବାଣ୍ଟି ହେବା ହରଷ।

              ସରୋଜିନୀ ବେହେରା 
               ପାଳଲହଡ଼ା, ଅନୁଗୁଳ

©SAROJINI BEHERA #makarsankranti
loader
Home
Explore
Events
Notification
Profile