ଫଗୁଣର ଫଗୁ ଆଣି ବୋଳିଦେଇଥିଲ ମୋ ଗାଲରେ ଆଉ କିଛି ଭାବିବାକୁ

ଫଗୁଣର ଫଗୁ ଆଣି ବୋଳିଦେଇଥିଲ ମୋ ଗାଲରେ
ଆଉ କିଛି ଭାବିବାକୁ ଦେଲ ନାହିଁ ମନରେ 
ମୋ ହସ ଦେଖିବାକୁ ମୋ କଥା ଶୁଣିବାକୁ ଜଗୁଥିଲ ରାସ୍ତା ଘାଟରେ
କେଜାଣି କାହିଁକି ତୁମ କଥା ମନେ ପଡେ ସବୁଦିନ ସଂନ୍ଧ୍ୟାରେ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !
ନା ଥିଲା ଦୂରାଭାଷ ନା ମିଳିଥିଲା କିଛି ଆଭାସ
ନା ମିଶିଥିଲା ଜାତକ ନା ମିଶିଥିଲା ମନ
ନା ଖୁସିଥିଲେ ଘରେ କେହି ନ ଖୁସିଥିଲି ମୁଁ ନିଜେ
ନା ଠିକ୍ ଥିଲା ସମୟ ନା ଠିକ୍ ଥିଲା ବୟସ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ
play

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

93 Views