Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୪

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୧)

କ୍ରମଶଃ......... ଭାଉଜ ବହୁତ୍ ଧର୍ଯ୍ୟ ର ସହ ମାମାଲି କୁ ଡାକ ଦେଉ ଥାଆନ୍ତି।ଦୂରରୁ ଥାଇ ସମସ୍ତେ ଏସବୁ ଦୃଶ୍ୟ କୁ ଦେଖିବା ଛଡ଼ା ଆଉ କିଛି ଉପାୟ ନ ଥାଏ। ଯେତେବେଳେ ଭାଉଜର ଧର୍ଯ୍ୟ ଆଉ ବୋଲ ମାନୁ ନ ଥାଏ ଠିକ୍ ସେତିକି ବେଳେ କବାଟ ଖୋଲିବାର ଧଡ କିନା ଶବ୍ଦ ହେଲା ଆଉ ସତେ ଯେମିତି ସେ ଶବ୍ଦ ସମସ୍ତଙ୍କ ରୋକି ହୋଇଯାଇଥିବା ପ୍ରଶ୍ୱାସ କୁ ଜୀବନ୍ୟାସ ଦେଇଦେଲା।ଦୀର୍ଘ ନିଶ୍ଵାସ ଟେ ନେବା ସମୟରେ ଆଖି ଦୁଇଟିକୁ ସିନା ମୂଜି ଦେଲେ ହେଲେ ସେ ବନ୍ଦ ଆଖି ବି ଅଧର୍ଯ୍ୟ ହେଇ ସମ୍ପୂର୍ଣ୍ଣ ବନ୍ଦ୍ ହବା ପୂର୍ବରୁ ଖୋଲି ହେଇଗଲା।ସେଇ ଦୁଆର ମୁହଁରେ ଭୋକିଲା ଛୁଆର କାନ୍ଦ ଦେଖି ମା ଯେମିତି ଖାଇବା ଦେବା ଆଗରୁ ତାକୁ ନିଜ ଛାତିରେ ଲଗେଇ ଦିଏ ଠିକ୍ ସେମିତି ଭାଉଜ ତାଙ୍କ ସେ କୁନି ଝିଅ କୁ ନିଜ ଛାତିରେ ଲଗେଇ ଆଗ ନିଜ ହୃଦୟର ସ୍ପନ୍ଦନ କୁ ସନ୍ତୁଳିତ କଲେ।
ହେଲେ ଭାଉଜ ମାମାଲି କୁ ଦେଖି ମ୍ଲାନ ନ ହେଇ ଆଶ୍ଚର୍ଯ୍ୟ ହେଇଗଲେ।ତା ଆଖିରେ ଯେଉଁ ଲୁହର ବନ୍ୟା କୁ ସେ ଡରୁ ଥିଲେ ସେଠି ଲୁହର ମରୁଡ଼ି।ଏତେ ଶାନ୍ତ ମୁହଁ,ବନ୍ୟା ପୂର୍ବର କି ପରର ପରିସ୍ଥିତି ସେ କିଛି ବି ବୁଝି ପାରୁ ନ ଥିଲେ।ପୁଣି ଥରେ ନିଜ ଛାତିରେ ଲଗେଇ ସତେ ଯେମିତି ତାକୁ ନୁହଁ ନିଜକୁ ବୁଝାଉଛନ୍ତି।ଶବ୍ଦ ସବୁ ଯେମିତି ମୁକ ପାଲଟି ଯାଇଛନ୍ତି,ହେଲେ ଏଇତ କିଛି ସମୟ ଆଗରୁ କେତେ କୋଳାହଳ କରୁଥିଲେ।
"ଭାଉଜ ବହୁତ୍ ଭୋକ ହଉଛି ଲୋ,ମୁଁ ମୁହଁ ହାତ ଧୋଇକି ଆସୁଛି ତମେ ଟିକେ ବାଢ଼ି ଦିଅ,ଆଉ ହଁ ଗୋଟେ ମୁଠା ଅଧିକ ଦେଇଥିବ ଆଜି ବହୁତ୍ ଭୋକ ହଉଛି ଲୋ।ଆଜି ମୁଁ ଜମା ଛାଡ଼ିବି ନାହିଁ କି ତୁମକୁ ଆଉ ସବୁ ଦିନ ପରି ଗାରୁ ଗାରୁ ହବାକୁ ପଡ଼ିବ ନାହିଁ।"ଏତିକି କହି ସ୍ମିତ ହାସ୍ୟ ଟେ ଦେଇକି ସିନା ପଳେଇଲା,ହେଲେ ସେ ହସ ପଛର ଦରଜ ବୁକୁଫଟା କାନ୍ଦ ଠାରୁ ଢେର୍ ଗୁଣା ଅଧିକ ଥିଲା।ଭାଉଜ କୁ ବହୁତ୍ କଷ୍ଟ ହେଲା ଏସବୁ ଦେଖି ଆଉ ହୁଏତ ସେ ଯେତିକି କଷ୍ଟର ସାମ୍ନା କରିବେ ତାକୁ ବୁଝେଇବେ ଖୁବ୍ ସ୍ନେହ ଦେବେ ,ଏସବୁ ଭାବିଥିଲେ ତାର ଠିକ୍ ବିପରୀତ ହଉଛି।ଯଦି ସେ ଘାଆ ଦେଖେଇବ ନାହିଁ ଏ ମଲମ କେମିତି ଦେବେ।ଆଉ ତାହା ଦିନକୁ ଦିନ ନିଶ୍ଚୟ ଗଭୀର ହେଇ ହେଇ ଯିବ।ଏ ଡର ତାଙ୍କୁ ବିଚଳିତ କରି ଦେଉଥାଏ।
  ଥରେ ଥରେ କଷ୍ଟର ପରିମାଣ ଏତିକି ଥାଏ ଯେ ଲୁହ ବି ତାର ସାମ୍ନା କରିବା ପାଇଁ ହିମ୍ମତ ଜୁଟେଇ ପାରେ ନାହିଁ।ଆଖି ବାଟରେ ବହିବା ଛାଡ଼ି ଛାତିର କୋଉ କୋଣରେ ଲୁଚି ବସିଥାଏ।ହୁଏତ ମାମାଲି ସାଙ୍ଗରେ ଠିକ୍ ସେଇଆ ହେଇଥିବ।କି ସତରେ ସେ ସବୁ ଭୁଲିଯାଇ ଆଉ ଆଗକୁ ବଢ଼ିବ !!ହୁଏତ ସେ ତାର ଲୁହର ସୁଅ ରେ ତା ପ୍ରେମର କଳଙ୍କ କୁ ପୋଛିବାକୁ ଚାହୁଁ ନ ଥିବ।
   ସେ କିଛି ମୁହୂର୍ତ୍ତ ମଧ୍ୟରେ ଯୁଗ ଯୁଗର ସଂଘର୍ଷ କରିଥିଲା ତା ଲୁହ ଆଉ କୋହ ସାଙ୍ଗରେ ଆଉ ଶେଷରେ ବିଜୟୀ ହେଲା।ଯିଏ ଥରେ ମରି ସାରିଛି ସେ ଆଉ କେତେ ଥର ମରିବ?ହଁ ସେ ନିଶ୍ବାସ ସାଙ୍ଗେ ସମ୍ପର୍କ ତାର କଟି ପାରିବ ନାହିଁ।ସେ ନିଶ୍ବାସ, ଏ ଶରୀର ଆଉ ଜୀବନ କଣ ଖାଲି ତାର କି?ସେ ତ ଏ ବିଶାଳ ରୂପୀ ପରିବାର ଆଉ ସମାଜ ରୂପକ ଶରୀର ର ଅଙ୍ଗ ମାତ୍ର।ଅନ୍ୟ ଦ୍ଵାରା ପରିଚାଳିତ ଆଉ ଜଡ଼ିତ।ଯଦି ସେ ଅଙ୍ଗ ଶରୀର ରୁ କଟି ଯାଏ କଷ୍ଟ ତ ପରିବାର ପାଇବ ଜୀବନ ସାରା।ସେ ଅଙ୍ଗର କଣ ଯାଉଛି?ଆଉ ଅଙ୍ଗ କେମିତି ସ୍ୱାର୍ଥପର ହେଇଯିବ ନିଜ କଷ୍ଟ ପାଇଁ? ମାମାଲି ସେ ଦିନ ହିଁ ନିଜ ନିଶ୍ବାସ ଠୁ ସମ୍ପର୍କ ଛିଣ୍ଡାଇ ପାରିଥାନ୍ତା,କିମ୍ବା ତା ପରେ ବି ସେ ଯାହା ସହିଛି,ତାଠୁ ହାର ମାନି କାପୁରୁଷତା ର ପରିଚୟ ଦେଇ ପାରିଥାନ୍ତା।ଲୋକେ ଏତିକି କହି ଥାଆନ୍ତେ ଇଜ୍ଜତ ଗଲା ପରେ ସେ ଜୀବନକୁ ଉତ୍ସର୍ଗ କରିଦେଲା କିମ୍ବା ସେ ଏସବୁ ସହ୍ୟ କରି ପାରିଲା ନାହିଁ।ହେଲେ ଆଜି କିଛି ଏପରି ପଦକ୍ଷେପ ର ଔଚିତ୍ୟ କଣ?ନିଜ ଜୀବନର କିଛି ଦୁର୍ବଳ ମୁହୂର୍ତ୍ତ ପାଇଁ ଆମେ ଆମ ଜୀବନ ପାଇଁ ହତ୍ୟାକାରୀ କେମିତି ସାଜି ପାରିବା?ଆଉ ମାମାଲି ପ୍ରେମ ପାଇଁ ବଞ୍ଚିବାକୁ ଚାହେଁ ତା ବିନା ମରି ସେ ପ୍ରେମକୁ ସବୁଦିନ ପାଇଁ କେବେବି ମାରିବାକୁ ଚାହିଁବ ନାହିଁ।ହଁ ତା ମତରେ ସେ ଭଲ ପାଇକି ଭୁଲ୍ କରି ନାହିଁ।ସେ ଭୁଲ୍ ଲୋକ କୁ ଭଲ ପାଇଗଲା।ଆଉ ତା ହୃଦୟର ଦୁର୍ବଳତା ପାଇଁ ସମସ୍ତେ କାହିଁକି କଷ୍ଟ ପାଇବେ। ଜୀବନରେ ଜଣଙ୍କ ପାଇଁ ଆମେ ନିଜ ଜୀବନର ଜଳାଞ୍ଜଳି ଦେଇ ଦେଉ ହେଲେ ସେ ଜଣଙ୍କ ଉପରେ ତାର ପ୍ରଭାବ ପଡୁ କିମ୍ବା ନାହିଁ କିନ୍ତୁ ଯେଉଁ ମାନଙ୍କ ଜୀବନରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ ଆମେ ଯେ ତା ପାଇଁ ସାମାନ୍ୟ ଭାବରେ ବି ଚିନ୍ତା କରି ନ ଥାଉ।ତାଙ୍କ ଜୀବନ କୁ ମୃତ୍ୟୁ ଠାରୁ ଭୟଙ୍କର କରିଦେଉଥାଉ।ଏକଥା ଆମେ ବଞ୍ଚିବା ଅବସ୍ଥାରେ ବୁଝିବାରେ ଅକ୍ଷମ ହେଇଥାଉ ଆଉ ମରିଗଲା ପରେ ଆଉ କଣ ଅଛି?ସବୁ କେବଳ ଅସମ୍ଭବ।ହୁଏତ ଈଶ୍ୱର ଏ ବ୍ୟବସ୍ଥା ଟିକକ କରିଥିଲେ ଆଉ କେହି ଏପରି ଅମାନୁଷିକ ପଦକ୍ଷେପ ନିଅନ୍ତେ ନାହିଁ।ଏମିତି ଅନେକ ଭାବନାର ସଂଘର୍ଷ ଭିତରେ ନିଜକୁ ଧାନ ପେଶିଲା ଭଳିଆ ସବୁ କୁଣ୍ଡା କୁ ଅଲଗା କରିଦେଉଥାଏ।ସଂଘର୍ଷ ଯଦି ଏତେ ସହଜ କଥା ତା ହେଲେ ତାକୁ ସଂଘର୍ଷ କାହିଁକି କୁହା ଯାଆନ୍ତା?
      ପୁଣି ଗୋଟେ ନୂତନ ସୁରୂଜ ର ଜନ୍ମ ହେଲା ଆଜି ଯିଏ ନିଜକୁ ଘୋର ଅନ୍ଧାର କବଳରେ ବନ୍ଧା ପକାଇ ଦେଇଛି।ସେଇ ହସ ହସ ମୁହଁ ଭିତରେ କଷ୍ଟର ଜୁଆର ଟେ ମୁହାଣ ନିକଟକୁ ଆସି ପାରୁ ନ ଥିଲା ଆଉ ପୁଣି ସମୁଦ୍ର ଗର୍ଭକୁ ଫେରି ଯାଉଥାଏ।ଆଜି ତାକୁ କେହି ସମ୍ଭାଳି ନାହାଁନ୍ତି ନା ବୋଉ ନା ବାପା ନା ସାନ ଭାଇ ନା ବଡ଼ଭାଇ ନା ଭାଉଜ।ସତରେ କୋମଳ କଢ଼ି ଟେ ସଂଘର୍ଷ ର ଚାପରେ ଫୁଲ ହବା ଆଗରୁ କଣ୍ଟା ଟିରେ ପରିବର୍ତ୍ତିତ ହେଇ ଯାଇଛି।ଯିଏ କଣ୍ଟା କୁ ଡରେ ଆଜି ସେ କଣ୍ଟା କାଢୁଛି ତା ଜୀବନର।ଏତେ ଶକ୍ତ ମାମାଲି କୁ ଦେଖି ସଭିଙ୍କ ହୃଦୟ ତରଳି ଯାଉଛି । ସତରେ ଅସହ୍ୟ କଷ୍ଟ କୁ ମନରେ ରଖି ମୁହଁରେ ମିଥ୍ୟା ହସ ପୁଣି ସାଧାରଣ ଜୀବନ,ଏସବୁ କଣ ଏତେ ସହଜ?କେବେ ବି ହେଇ ପାରି ନ ଥିବ।ଏକ ଯୋଦ୍ଧା ହିଁ କେବଳ ଏହା କରିପାରେ।ଆମ ମାନଙ୍କ ଭଳିଆ ଲୋକ ପାଇଁ ହୁଏତ ଭାବିବା ବି କଷ୍ଟ କିନ୍ତୁ କାହାକୁ ଦେଖି ଆମେ କହୁ ଏସବୁ ସହଜ ଥିଲା ଆଉ ନିଜ ସମୟ ଆସିଲେ ଆମେ ଜାଣୁ କି ଆମେ କେତେ ଶକ୍ତ।କାହାର ଦୁର୍ବଳତା କୁ ଅତି ସହଜରେ ତାର କାପୁରୁଷତା ବି କହିଦେଉ।ଏସବୁ ପାଇଁ ତ ଆମେ ଜୀବନର ସଂଜ୍ଞା ବଦଳେଇ ଦେଇଛୁ।
       ସେଇ ସବୁଦିନ ଭଳିଆ ଟିଫିନ୍ ନେଇ ବେଗ୍ ଟିକୁ କାନ୍ଧରେ ପକେଇ ବାହାରିଛି ସ୍କୁଟି ଧରି।ବୋଉ ସବୁଦିନ ଭଳି ବିଭୂତି ତା ମୁଣ୍ଡରେ ମାରି ଦେଇଛନ୍ତି।ଭାଉଜର ପଛ ଆଡ଼ୁ ଡାକ,"ଝିଅ ଟିକେ ଦେଖିକି ଟିଫିନ୍ ରୁ ଝୋଳ ଢାଳି ଗଲେ ବହି ନଷ୍ଟ ହେଇଯିବ।ସବୁକିଛି ପରିବର୍ତ୍ତନ ହେଇ ମଧ୍ୟ କିଛି ପରିବର୍ତ୍ତନ ନ ହେବାର ଦୃଶ୍ୟ,ଯିଏ ଅନୁଭବ କରିଛି ତା ପାଇଁ କି ବାତ୍ୟା ଆଉ କି ବନ୍ୟା।
     ସମସ୍ତେ କଲେଜ ରେ ଦେଖି ତାକୁ ମନେ ମନେ ଆଶ୍ଚର୍ଯ଼୍ୟ ହେଇଥିଲେ।ତା ପାଇଁ ଭଲ ପାଇବା ଲୋକ ଠୁ ବେଶୀ ଭଲ ପାଇବା ର ମୁଖା ପିନ୍ଧି ବୁଲୁଥିବା ଲୋକ ବେଶୀ ଥିଲେ।ଭାବିଥିଲେ ଆଉ ସେ ଉଠିବ ନାହିଁ।ଏଇଠି ତାର ସଂଘର୍ଷର ଆହୁତି ପଡ଼ିଲା।ହେଲେ ଏ ମାମାଲି ଯା ସାମ୍ନାରେ ସଂଘର୍ଷ ବାଧା ବିଘ୍ନ ସବୁ ମୁଣ୍ଡ ନୁଆନ୍ତି।