Nojoto: Largest Storytelling Platform

ସ୍ଵପ୍ନ - ୨ ବେଞ୍ଜାମିନ ଫ୍ରାଂକ୍ଲିନ, ନେଲସନ ମଣ୍ଡେଲା,

ସ୍ଵପ୍ନ - ୨

 ବେଞ୍ଜାମିନ ଫ୍ରାଂକ୍ଲିନ, ନେଲସନ ମଣ୍ଡେଲା, ଅବଦୁଲ କଲାମ ଆଉ ମୋର ଅତିପ୍ରିୟ ଷ୍ଟେଫେନ ହଉକିନ ଏମିତି ଅନେକ ପ୍ରେରଣାରେ ଭରପୁର ଯୁଗ ପୁରୁଷଙ୍କ ଭିତରେ ମୋ ମନଥିଲା ସ୍ବପ୍ନ ଭାଙ୍ଗିବା ଆଗରୁ ମୁଁ ବଂଚି ପକାନ୍ତି ତାଙ୍କ ଜୀବନ।ସମସ୍ତଙ୍କ ଭିନ୍ନ କାହାଣୀ,କାହାର ସାମଞ୍ଜସ୍ୟ କାହା ସହ ସେତିକି ନାହିଁ।ଏସବୁ ପଢ଼ିବା ପରେ ଅନ୍ତତଃ ମୁଁ ଫେମିନିଷ୍ଟ୍ ହେବି ନାହିଁ।ହଁ,ମୁଁ ଯେ ଟିକେ ବିଦ୍ରୋହୀ ସାଜିଯାଏ ହେଲେ ଫେମିନିଷ୍ଟ୍ କଦାଚିତ୍ ନୁହଁ।କେହିକେହି ମତେ ଏମିତି ରୂପରେ ଦେଖନ୍ତି ହେଲେ ତାଙ୍କ ଦେଖିବା ଆଉ ବୁଝିବା ହିସାବରେ ମୁଁ କେବେବି ନିଜକୁ ଢଳେଇ ପାରିବିନି। ସତକହିଲେ ମୁଁ ଡରେ ମତେ କେହି ଫେମିନିଷ୍ଟ୍ ବୋଲି କହିଲେ।ମୁଁ ଡରେ,ସେମାନଙ୍କ କାହାଣୀ ପଢ଼ିବା ପାଇଁ।ଜାଣିଛି ସେ କାହାଣୀ ମତେ ଦିନେ ନା ଦିନେ ସୋସିଆଲ ଏକ୍ତିବିଷ୍ଟ୍ ବନେଇ ଦେବ।ମୁଁ ସେଥିପାଇଁ ଦୁରେଇ ରହିଲି ତାଙ୍କ କାହାଣୀ ମାନଙ୍କ ପାଖରୁ ଯିଏ ସାରା ପୃଥିବୀରେ ଆଣିଥିଲେ ପ୍ରଳୟ,ନାରୀ ଜାଗରଣ ନାମରେ,ନାରୀର ଶକ୍ତିକୁ ବହୁଗୁଣିତ କରିଥିଲେ।ମନେକର ଦୁନିଆର ପ୍ରତ୍ୟେକ ନାରୀ ଗୋଟେ ଗୋଟେ ବିଦ୍ରୋହୀ ସାଜି ଯାଆନ୍ତେ,ତେବେ ପ୍ରତି ମୁହୂର୍ତ୍ତରେ ବିଶ୍ଵଯୁଦ୍ଧ ହୁଅନ୍ତା।ସେ ସହିଛି ବୋଲି ସବୁକିଛି ବଞ୍ଚିଛି।
ମୁଁ ଆଗକୁ ବଢୁଥାଏ। ମତେ ପଢ଼ିବାର ଥିଲା ଷ୍ଟେଫେନ ହଉକିନଙ୍କ କାହାଣୀ ଯାହାକୁ ଆଗରୁ ମୁଁ କିଛିମାତ୍ରାରେ ଜାଣିଥିଲି।ହେଲେ ମତେ ଯିଏ ପଛରୁ ଭିଡ଼ି ଧରିଲା,ସେ ଥିଲା ବିଲକୁଲ୍ ମୋ ଭଳିଆ।ଯେମିତି ମୋର ପ୍ରତିଛବି,ହେଲେ ମୁଁ ତା ଭଳିଆ ନଥିଲି ବିଲକୁଲ୍।ଆଖିରେ ତାର ନିଆଁ ଯେମିତି ଜାଳିଦେବ ସମଗ୍ର ବିଶ୍ୱ।ମୋ ସାମ୍ନାରେ ଥିଲା ଯେଉଁ ଆତ୍ମଜୀବନୀ ସେଥିରେ ସେଇ ଯୁବତୀର ପ୍ରଚ୍ଛଦପଟ। ଥରଥର ହାତକୁ ଲମ୍ବେଇ ତାକୁ ନିଜ ହାତରେ ଧରିଲି।ସେତିକିବେଳେ ମୁଁ ହରେଇବାକୁ ବସୁଥିଲି ମୋ ଭାରସାମ୍ୟ। "Feminist of the era"
A biography of jamini rout.

ଏମିତି କଣ ହେଇଥିଲା ଯେ ମୁଁ ,ଯିଏକି ଫେମିନିଷ୍ଟ୍ ହେବାକୁ ଏକ ଦୁଃସ୍ୱପ୍ନ ଭାବେ,ସେ ପୁଣି ଇତିହାସର ଫର୍ଦ୍ଦ ରେ।ଆଖି ଖୋଲିଲା ବେଳକୁ ମୁଁ ଥିଲି ମୋ ବେଡ୍ ଉପରେ। ଝାଳ ମତେ ଭିଜେଇ ଥିଲା କି ବୁଡ଼େଇ ଥିଲା ଜାଣି ପାରିଲି ନାହିଁ।ମୋ ସମ୍ପୂର୍ଣ୍ଣ ଶରୀର ଯେମିତି ଜଡ଼ ପାଲଟି ଗଲା।ମୁଁ ଭୟ କଲି ଶୋଇବା ପାଇଁ।ଏଭଳି ସ୍ବପ୍ନ ଆଉଥରେ ଦେଖିବା ପାଇଁ।

( ଏ ମୋର ସ୍ଵପ୍ନ ଥିଲା ନା ଅତୀତ,ପୂର୍ବ ଜନ୍ମ ନା ଭବିଷ୍ୟତ।ଦେଖିବା ଆଗକୁ କଣ ହେଉଛି।)