Nojoto: Largest Storytelling Platform

ତୁମ ପାଇଁ ନିରବତା ଯଦି ଗୋଟିଏ ଭାଷା ମୁଁ ସେ ଭାଷାର ଅକ୍

ତୁମ ପାଇଁ 
ନିରବତା ଯଦି ଗୋଟିଏ  ଭାଷା 
ମୁଁ ସେ ଭାଷାର ଅକ୍ଷର !
ତୁମ ପାଇଁ 
ସରଳତା ଯଦି ଏକ ଗୁଣ
ମୁଁ ସେ ଗୁଣର ଅଭୁଲା ପ୍ରଶଂସକ !
ତୁମ ପାଇଁ 
ନିରୀହତା ଯଦି ଏକ ପୋଷାକ
ମୁଁ ସେ ପୋଷାକର ଅମଳିନ ରଙ୍ଗ !
ତୁମ ପାଇଁ 
ପ୍ରକୃତି ଯଦି ଏକ ପରିବାର 
ମୁଁ ସେ ପରିବାରର ଆଜୀବନ ସଦସ୍ୟ !
ତୁମ ପାଇଁ 
ଶାନ୍ତି ଯଦି ଏକ ସ୍ୱଭାବ 
ମୁଁ ସେ ସ୍ୱଭାବର ଅଶେଷ ବିଭବ !
ତୁମ ପାଇଁ 
ପ୍ରେମ ଯଦି ଏକ ପବିତ୍ର ବନ୍ଧନ 
ମୁଁ ସେ ବନ୍ଧନର ଚିରନ୍ତନ ସାଗର !
ତୁମ ପାଇଁ 
ସୌନ୍ଦର୍ଯ୍ୟତା ଯଦି ଏକ ସନ୍ତକ 
ମୁଁ ସେ ସନ୍ତକର ଅଫେରନ୍ତା ପ୍ରେମିକ !

©Prashanta Kumar Sahu
  #Remember