Nojoto: Largest Storytelling Platform

White ଯଦି ଦେଖିବାର ଅଛି .. . ସ୍ୱପ୍ନ ଉଚ୍ଚ ର ଦେଖ ନୀଚ୍ଚ

White ଯଦି ଦେଖିବାର ଅଛି .. .
ସ୍ୱପ୍ନ ଉଚ୍ଚ ର ଦେଖ
ନୀଚ୍ଚ କରିବାକୁ ଲୋକ ଅଛନ୍ତି ନା !

ଯଦି ବଢିବାର ଅଛି .. .
ପାଦ ଆଗରେ ରଖ
ପଛେ ଟାଣିବାକୁ ଲୋକ ଅଛନ୍ତି ନା !

ଯଦି ସହିବାର ଅଛି .. .
ମନ ଆଲୋକ ଜାଳ
ଜଳିବା ପାଇଁ ଲୋକ ଅଛନ୍ତି ନା !

ଯଦି ବନିବାର ଅଛି .. .
ନିଜ ସ୍ୱତନ୍ତ୍ର ଗଢ଼
ଭିଡ଼େ ଚାଲିବାକୁ ଲୋକ ଅଛନ୍ତି ନା !

ଯଦି ଖୋଜିବାର ଅଛି .. .
ନିଜ ସୁନ୍ଦରତା ଖୋଜ
ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା !

ଯଦି କରିବାର ଅଛି .. .
ପ୍ରେମ ନିଜକୁ କର
ଘୃଣା କରିବାକୁ ଲୋକ ଅଛନ୍ତି ନା !

ଯଦି ହବାର ଅଛି .. .
ଭଲ ମଣିଷ ହୁଅ
ତାଳି ମାରିବାକୁ ଲୋକ ଅଛନ୍ତି ନା !

©KkA
  #Sunset_Time 
#Music #Life
kkaofficial9549

KkA

New Creator
streak icon15