ମାନ କରନା ************ ପ୍ରାଣ ଦହନା ମନ କାମନା । କର ଧରୁଛି ମାନ କରନା ।। ମୃଗ ନୟନା ଧୀର ଗମନା । ସୁଧା ପ୍ରୀତିର ଢ଼ାଳି ଦିଅନା ।। ତନୁ ଶୋଭନା ନବ ନବୀନା । ତୁମେ ମୋହରି ଭାବୋନ୍ମାଦନା।। ଚମ୍ପା ବରନା ନୀଳ ନୟନା । କାଞ୍ଚନକାନ୍ତି ମାନି ଯାଅନା।। ମାନ ଭଞ୍ଜନା ରୂପା ଆଇନା । ମାନ କରିଲେ ମନ ମାନେନା।। ରତ୍ନ ଗହଣା ତୁଚ୍ଛ ଗୋ ସୁନା । ମନ୍ଦିରେ ସଞ୍ଜ ବତୀ ମୂର୍ଚ୍ଛନା।। ଦୋଷ ଧରନା ଚିନ୍ତା ଚେତନା । ଈଶ୍ବରୀ ବୁଝ ମନ ବେଦନା।। ©Subrat Kanungo positive life quotes