Nojoto: Largest Storytelling Platform

କିଛି ଦାନ ର ପ୍ରତିଦାନ part 2 ପିତା ଯେବେ କରେ ନିଜକନ୍ୟା

କିଛି ଦାନ ର ପ୍ରତିଦାନ
part 2
ପିତା ଯେବେ କରେ ନିଜକନ୍ୟା ଦାନ
ସେ ପିତା ଅଟନ୍ତି ସବୁଠୁ ମହାନ।
କେବେ ଚାହେଁ ନାହିଁ ତାର ପ୍ରତିଦାନ
ଚାହେଁ ତ ଝିଅର ସଧବା ଜୀବନ।
 କିଛି ଦାନ ରତ ପ୍ରତିଦାନ ଆଶା 
କେବେ ନଥାଏ ମୂଲ୍ୟ ଅବା ପୁଣ୍ୟ।
ଯାହା ଦାନ ହେଉ ଦେଲେ ସ୍ୱଚ୍ଛ ମନେ
ଆପେ ଯେ ମନୋବାଞ୍ଛା ହୁଏ ପୁରଣ।
 ଲୋକେ ଦିଅନ୍ତି ପ୍ରଭୁଙ୍କୁ ନଡ଼ିଆ 
ପ୍ରତିଦାନ ଲାେଭେ ମାଗନ୍ତି ବହୁତ।
ଅମୁକ ଆଶା ମାନ ପୁରଣ ହେଲେ
 ନଡ଼ିଆ ସେ ଦେବ କରେ ସଙ୍କଳ୍ପିତ।
କର୍ଣ୍ଣ ବୀର ଥିଲେ ସର୍ବଶ୍ରେଷ୍ଠ ଦାନୀ
 ମାଗିଥିଲ କବଚ କର୍ଣ୍ଣ କୁଣ୍ଡଳ।
ସେ ମଧ୍ୟ ମାଗି ନ ଥିଲେ ପ୍ରତିଦାନ
କିମ୍ପା କରିଥିଲ ତାଙ୍କ ସହ ଛଳ।
ଧର୍ମ ଅଧର୍ମ ପାପ ପୁଣ୍ୟ ର ଯୁଦ୍ଧ
ପାଏନା ଥଳ କୁଳ ସଂକୀର୍ଣ୍ଣ ମନ।
ତୁମେ ଭିଆଇଲ ତ ମହାଭାରତ
 ଯୁଦ୍ଧେ ମଧ୍ୟ କର୍ଣ୍ଣ ଥିଲେ ଆତ୍ମନ।
ଦାନ ର ପ୍ରତିଦାନ ଲୋଭ ର ନିଦାନ
ବିଶ୍ୱାସ ରେ ଆସିଥାଏ ପ୍ରତିଘାତ।
ପ୍ରତିଘାତେ ଆଶା ଅସ୍ଵଚ୍ଛ ମାନସେ
 ଆସପୃହା ଅଭୀପ୍ସା ହୁଏ ବିଚ୍ୟୁତ।

©Sri batsa Meher
  କିଛି ଦାନ ର ପ୍ରତିଦାନ
P2

କିଛି ଦାନ ର ପ୍ରତିଦାନ P2 #କବିତା

2,625 Views