ଶବ କାନ୍ଧରେ ଜୀଅନ୍ତା ମଣିଷ ଶୀର୍ଷକ ଟା ଅଡ଼ୁଆ ଲାଗିପାରେ ୟେ ତ ସମ୍ପର୍କ କେଉଁ କାଳର ଦେଖୁନା ମୃତ୍ୟୁ ଯେଉଁଠି ମଣିଷଙ୍କ ଭିଡ଼ ଲାଗିଛି ସେଇଠି ବିଶ୍ୱାସ ହେଉନି, ଥରେ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କର ମଣିଷ ଉପରେ ଆପେ ବୁଝି ପାରିବ ସବୁ ସତ୍ୟତା କୁ ଚାଲ ବୁଲି ଯିବା ଶ୍ମଶାନ କୁ ମଣିଷ ମୃତ୍ୟୁ ର କାରଣ ଅନୁସନ୍ଧାନ କରିବା କୌଣସି ରୋଗ ଯୋଗୁଁ ହିଁ ମୃତ୍ୟୁ ହୋଇଛି କଣ ଏହା ହିଁ ପ୍ରକୃତ ସତ ଏଥର ଆଉ ଶବର ନୁହେଁ ଘଟଣାର ବ୍ୟବଚ୍ଛେଦ କରିବା ଚାଲନ୍ତୁ ଭେଜାଲ ଖାଦ୍ୟ, ମାଦକ ଦ୍ରବ୍ୟ ଲୁଚି ରହିଛି ମୃତ୍ୟୁ କାରଣ ପଛରେ ଏବେ ଏବ ଆଉ ଏକ ସତ୍ୟତା ଆତ୍ମପ୍ରକାଶ କରିଛି ଅତ୍ୟଧିକ ଲୋଭର ବିକୃତ ମାନସିକତା ର ନିଖୋଜ ଥିବା ମାନବିକତା ର ତଥାପି ବୁଝି ପାରୁନ ହେଉ ଫେରିଚାଲ ଜୀଅନ୍ତା ମଣିଷ ଙ୍କ ଭିଡ଼ କୁ ଏଠି ଲାଗଛି ଭେଜାଲ ସମ୍ପର୍କ ର ଭିଡ଼ ଅସରନ୍ତି ଦୁଃଖ କୋହ ଯାତନା ନିର୍ଯାତନା ସବୁ ଅଛି ଏଠି ମଣିଷ ନିକଟରେ ଓଠରେ ଚେନାଏ ହସ ପାଇଁ ସତେ ଅବା ମହାସଂଗ୍ରାମ ଢଚାଲିଛି ଅନୁଭବ ହେଉଛି ସତେ ଯେମିତି ଶବ କାନ୍ଧରେ ଜୀଅନ୍ତା ମଣିଷ ଏଣେ ତେଣେ ସବୁଆଡେ ଘୁରି ବୁଲୁଛି ।द ©Tafizul Sambalpuri #ମଣିଷ