Nojoto: Largest Storytelling Platform

ଅଗ୍ନି ଦାହ ( ଅଣୁଗଳ୍ପ ଟିଏ ଅନୁଶୀର୍ଷକ ରେ) #ଅଗ୍ନିଦାହ#

ଅଗ୍ନି ଦାହ

( ଅଣୁଗଳ୍ପ ଟିଏ ଅନୁଶୀର୍ଷକ ରେ) #ଅଗ୍ନିଦାହ#
ଆତ୍ମା ସଭିଙ୍କ ଥାଏ।ଆଉ ସଭିଙ୍କ ଆତ୍ମା କୌଣସି ନା କୌଣସି ପ୍ରିୟ ସମ୍ପର୍କ ଭିତରେ ଥାଏ।
ନିଛାଟିଆ ଗାଁ ଭିତରେ ସେଇ ଜନ ଗହଳି ମଝିରେ ଥିଲା ନଡ଼ିଆ ଗଛ। ତା ପତର ଗୋଟେ ବି କେହି ନେଇ ପାରିବେ ନାହିଁ। ଶିବୁ ର ଜୀବନ ସିଏ।ଖୁବ୍ ଲୋଭ ଗଛକୁ ନେଇ।ହେଲେ ନଡ଼ିଆ ଗାଁ ଦେବୀ କୁ ଭୋଗଲାଗି ଦେବା ବେଳକୁ କୁଆଡ଼େ ଉଭେଇ ଯାଏ ଲୋଭ କେଜାଣି?
ଗାଁ ରେ ଚହଳ ପଡ଼ିଲା।ସାଇ ଭାଇ ବସିଲେ।କହିଲେ ଶିବୁ ଟା ଚରିତ୍ରହୀନ ଟା।ସାରିଆ ଘରେ ପଶି ତା ଭାରିଜା ଉପରେ ଝାମ୍ପ ମାରିଲା ବୋଲି ପ୍ରଘଟ ହେଇଛି।ପୁଳାଏ ଇଜ୍ଜତ ର ମାଉଁଶ ଭିଣୀ ଆଣିଛି ଭୋକିଲା ଜନ୍ତୁ ଭଳିଆ।ସଭିଏ ଜାଣିଥିଲେ ସେ ଏମିତି କିଛି କରି ନଥିବ,କିନ୍ତୁ କହି ଚାଲିଲେ।ହେଲେ ସେ ଚୁପ୍ କୁ ସାରିଆ ଭାରିଜା ଚୁପ୍। ଶିବୁ ଭାବିଲା କଣ ଅଧିକ ହବ,ମତେ ବାଡ଼ିଆ ପିଟା କରି ଅଧମରା କରିଦେବେ ହେଲେ ସ୍ତ୍ରୀ ଲୋକ ଇଜ୍ଜତ ହରେଇ ସାତ ଜନମ ହନ୍ତସନ୍ତ ହେବ।
ସେ ବି ଜାଣି ଜାଣି କିଛି କରିନି।ହାତ ଓଢଣା ତଳେ ଆର ସାଇ ମଳୁଆ ତାକୁ ଭିଡ଼ି ଧରିଲା ବେଳେ ସ୍ବାମୀ ବୋଲି ସେ ବି କୁଣ୍ଢେଇ ଧରିଲା।ଏସବୁର ଏକମାତ୍ର ସାକ୍ଷୀ ଶିବୁ।ଭାଉଜ ଭାଉଜ ଡାକିଲା ବେଳକୁ ମାଳୁଅ ଛୁ।ସେତିକି ବେଳେ ପଶି ଆସିଲା ସାରିଆ। ଶିବୁ ସାଙ୍ଗରେ ଆଗରୁ ଘରର କାନ୍ଥକୁ ନେଇ ରାଗ ଥାଏ।ସେ ଏତିକି ବି ଜାଣିଥିଲା ଶିବୁ ନିଜେ ପଛେ ପଙ୍କରେ ବୁଡ଼ିଯିବ ହେଲେ ଆଉ ଜଣଙ୍କ ଉପରେ ତାର ଛିଟା ପଡ଼ିବାକୁ ଦେବ ନାହିଁ।

ଟେକା ପଥର ମାଡ ବର୍ଷିଲା ଶିବୁ ଉପରେ।ଶେଷରେ ସହି ପାରିଲା ନାହିଁ।l ସାରିଆ ର ଷଡ଼ଯନ୍ତ୍ର ସଫଳ ହେଲା। ଅପରାଧୀ ନହେଇ ମଧ୍ୟ ବାଧ୍ୟରେ ଲୁଚି ବୁଲିଲା ଶେଷରେ।କେହି ପାଇଲେ ନାହିଁ। କ୍ଷେତ ବିଲ,ନଦୀ, ଚୂଆ,ବଗିଚା ବାରି ମନ୍ଦିର ପୀଠ କିଛି ବାକି ରହିଲା ନାହିଁ।ଶେଷରେ ସାରିଆ କହିଲା ସେ ଗଛ ଜାଳି ଦିଅ, ତା ଧୂଆଁ ଉଠିଲେ ବଳେ ଆସିଯିବ ସେ।ଶେଷରେ ଲଗେଇ ଦିଆଗଲା ନିଆଁ ଶିବୁ ଜୀବନ ଠାରୁ ଅଧିକ ପ୍ରିୟ ଜୀବନରେ।ଗଛ ପାଉଁଶ ହେଲା କିନ୍ତୁ ଧୂଆଁ ଉଠି ନାହିଁ।ବୋଧେ ସେ ଚିତ୍କାର କରି କହୁଥାଏ, "ତୁ ଆଉ ଆସେ ନାହିଁ। ମୁଁ ପାଉଁଶ ହେଇଗଲି,ଅନ୍ୟାୟର ନିଆଁରେ।ସେ ପାଉଁଶ ତୋ ଆୟୁଷ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରୁଛି। ତତେ ନେହୁରା ହେଉଛି ମଣିଷ ଗଛ ଆଉ ପୋତିବୁ ନାହିଁ।ସେ କେବଳ ଜାଳି ପାରେ ଆମ ଭଳି ନିରୀହ ମାନଙ୍କୁ,ନିଜ ପାପ ପାଇଁ,ନିଜ ସ୍ବାର୍ଥ ପାଇଁ।"