Nojoto: Largest Storytelling Platform

ଆଖି ନଚେଇ ମିଠା କଥା କହି ମନଟାକୁ କିଣି ନେଲ ଭଲପାଏ ବୋଲି ମ

ଆଖି ନଚେଇ ମିଠା କଥା କହି ମନଟାକୁ କିଣି ନେଲ
ଭଲପାଏ ବୋଲି ମୋ ପାଟିରୁ ଶୁଣିବାକୁ ବାଧ୍ୟକଲ
ମୋ ସ୍ୱପ୍ନରେ ତୁମେ ଧସେଇ ପଶି ଆସିଲ
ତୁମ କଥା ଭାବିବାକୁ ମୋତେ କିମିଆ କରିଦେଲ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !
ହାତ କାଟି ମୋ ନାଁ ଲେଖିଥିଲ ରକ୍ତରେ
ମୋତେ କିଏ ଚାହିଁ ଦେଲେ ଝଗଡା କର ଖାଲିରେ
ମୁଣ୍ଡ ପିଟି ପିଟି ଘର କରିନେଲ ମୋ ହୃଦୟ ଭିତରେ
ମୋତେ ନପାଇଲେ ଆତ୍ମହତ୍ୟା କରିବାକୁ କହୁଥିଲ ମିଛରେ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

72 Views