Nojoto: Largest Storytelling Platform

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ , ରମନ୍ତେ ତତ୍ର ଦେବତାଃ । କୁ

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,
ରମନ୍ତେ ତତ୍ର ଦେବତାଃ ।
କୁହାଯାଏ ପୁଣି ନାରୀର ସମ୍ମାନ 
ସଂସ୍କୃତିର ଏକ ବିଶେଷତା।
କିନ୍ତୁ ଏହା କେତେଦୂର ଅବା ସତ୍ୟ .....
ହଉନି କି ତାର ଧର୍ଷଣ ?
ପାଉନି କି ସିଏ ନିର୍ଯାତନା ?
ମିଳୁନି କି ତାକୁ କଷଣ ?
କ'ଣ ଏହାହିଁ ନାରୀର ପ୍ରାପ୍ୟ ???
ଜଳୁଛି ସେ,
କେବେ ଯୌତୁକ ଯୁଇରେ ତ 
କେବେ କାମନା ର ନିଆଁରେ....
ଖୋଜୁଛି ନିଜକୁ
ସଂଘର୍ଷର ଅନ୍ତରାଳେ .....
ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି 
ପାଉଛି ଯେ ସିଏ ପୂଜା...
ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ 
ବଞ୍ଚାଇବା ପାଇଁ ଲଜ୍ଜ୍ୟା...

କାହିଁକି ???
ଆଜି ସେ ନିଜେବି 
      ଉତ୍ତର ଅପେକ୍ଷାରେ ......

©ଶ୍ରଦ୍ଧା...... #Woman
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ,
ରମନ୍ତେ ତତ୍ର ଦେବତାଃ ।
କୁହାଯାଏ ପୁଣି ନାରୀର ସମ୍ମାନ 
ସଂସ୍କୃତିର ଏକ ବିଶେଷତା।
କିନ୍ତୁ ଏହା କେତେଦୂର ଅବା ସତ୍ୟ .....
ହଉନି କି ତାର ଧର୍ଷଣ ?
ପାଉନି କି ସିଏ ନିର୍ଯାତନା ?
ମିଳୁନି କି ତାକୁ କଷଣ ?
କ'ଣ ଏହାହିଁ ନାରୀର ପ୍ରାପ୍ୟ ???
ଜଳୁଛି ସେ,
କେବେ ଯୌତୁକ ଯୁଇରେ ତ 
କେବେ କାମନା ର ନିଆଁରେ....
ଖୋଜୁଛି ନିଜକୁ
ସଂଘର୍ଷର ଅନ୍ତରାଳେ .....
ଗୋଟିଏ ପାର୍ଶ୍ଵ ରେ ନାରାୟଣୀ ବୋଲି 
ପାଉଛି ଯେ ସିଏ ପୂଜା...
ଆରେକ ପାର୍ଶ୍ଵରେ କରୁଛି ଲଢେ଼ଇ 
ବଞ୍ଚାଇବା ପାଇଁ ଲଜ୍ଜ୍ୟା...

କାହିଁକି ???
ଆଜି ସେ ନିଜେବି 
      ଉତ୍ତର ଅପେକ୍ଷାରେ ......

©ଶ୍ରଦ୍ଧା...... #Woman