ସପନର ନୀଡ ଭାଙ୍ଗି ଯାଏ ଏଠି ଜୀବନର ଝଡ଼ ବତାସ ବାଆରେ ହୋଇଯାଏ ଘୋରି ସମ୍ପର୍କର ଡୋରି କଳୁଷ କପଟ ଦାଢୁଆ ଦାଆରେ... ଜୀଇଁବାକୁ ମନ ମନା କରୁଥାଏ ମରଣ ଡାକଇ ପାଖକୁ ଆଆରେ ମଝି ଦରିଆରେ ଭଉଁରୀ ଖେଳଇ ବସିଥାଉ ଯେବେ ଦଦରା ନାଆରେ... ଦେଖି ଚାହିଁ ଚଳ ଏ ତ କଳି କାଳ ନିଜ ଲୋକ ଦିନେ ଥୋଇବ ପାହାରେ କାଉଲୁ ବାଉଲୁ ହଉଥିବୁ ଯେବେ ଅରି ତତେ ଧରି କହିବ ଆହାରେ... ମିଛ ଏଠି ସତ ଯୁଗ ବିପରୀତ ସବୁ ଭୁଲି ହରି ନାମ ତୁ ଗାଆ ରେ ସେଇ ତତେ ନେଇ ରଖିବ କୋଳେଇ ଆନନ୍ଦର ପୁର ବୈକୁଣ୍ଠ ଗାଁଆରେ... ©Subrat Kanungo #InternationalTeaDay