⭕❗⭕"ସୁ ପ୍ରଭାତ"⭕❗⭕ ବିନତି ଶୁଣିବା ହେବକି ପ୍ରଭୁହେ ଅଭିଳାଷ କିଛି ଅଛି ତବପାଦ ତଳେ ଆସରା ଦେଇକି ପଥ ଦିଅ ମୋର ବାଛି ଯେତେ ଦୁଃଖ ସୁଖ ଜୀବନେ ଦେଇଛ ମଥା ପାତି ସହି ଅଛି ସେ ସବୁକୁ ତବ ପଦେ ସମରପି କରମ କରି ଚାଲିଛି କେଉଁ ଜନମର କରମର ଫଳ ଏ ଜନମେ ଭୋଗୁ ଅଛି ତଥାପି ମନେମୋ ଦୁଃଖ ଟିକେ ନାହିଁ ମାଗୁଅଛି ଆଉ କିଛି ସଂସାର ଜଞ୍ଜାଳ ସରି ଆସିଲାଣି ଆଉ ବେଶି ବେଳ ନାହିଁ ବେଳ ଥାଉ ଥାଉ ଗୁହାରି କରୁଛି ଶୁଣ ଆହେ ଭାବଗ୍ରାହୀ ହାତଗୋଡ ମୋର ଚାଲୁ ଥାଉ ଥାଉ ନେଇ ଯାଅ ବିଶ୍ଵପତି ଉତ୍ତମ ମରଣ ଦେବାକୁ ପ୍ରଭୁହେ ଏଇ ମୋ ଶେଷ ବିନତି ⭕❗⭕"ଜୟ ଜଗନ୍ନାଥ ସ୍ୱାମୀ"⭕❗⭕ ©Subrat Kanungo #lonely