Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୪

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୩)

କ୍ରମଶଃ......... ସୋନଲ ବୋଉ କୁ ଚାଳିଶ ବି ଛୁଇଁ ନ ଥିବ। ସତର ବର୍ଷ ନ ପଶି ନ ଥିଲା ଆଉ ତାର ବାହାଘର ହେଇଗଲା।ଗୋଟେ ଝିଅ ପାଇଁ ବାହାଘର ତାଙ୍କ ଘର ଲୋକ ପାଇଁ ଏକ ମୌଳିକ ଜରୁରୀ ଯାହା ବିନା ବଞ୍ଚିବା ଅସମ୍ଭବ,ଯେମିତି ଖାଦ୍ୟ ବସ୍ତ୍ର ଆଉ ଗୃହ।ହେଲେ ତା ପରେ ଯଦି ସେ ଝିଅର ସ୍ବପ୍ନ ମରିଯାଏ,ତାର ବିଶ୍ୱାସ ମରିଯାଏ,ତାର ଆଶା ମଉଳି ଯାଏ କିମ୍ବା ସେ ନିଜେ ମରି ମରି ବଞ୍ଚେ ସେଥିରେ ଆଉ କାହାର କିଛି ମୁଣ୍ଡ ଖେଲେଇବାର ନାହିଁ।କାରଣ ସେ ବହୁତ୍ ବଡ଼ କର୍ତ୍ତବ୍ୟ କରି ସାରିଛନ୍ତି।ସତରେ ସେ ଦୁହିତା କେବେ ଦୁଇ କୂଳକୁ ହିତ ହୁଏ ନାହିଁ,ବରଂ ଦୁଇ କୁଲ କୁ ଜୀବନ ସାରା ପିତା ହେଇକି ରହିଯାଏ।ଦୁଇ କୁଳ କଣ ସେ ସାରା ସଂସାର ପାଇଁ ପିତା ହେଇକି ରହିଯାଏ।ବାପା ଘରେ ନିଜ କର୍ତ୍ତବ୍ୟ ର ବୋଝକୁ ହାଲୁକା କରି ଦିଅନ୍ତି ଆଉ ଶାଶୁ ଘରେ କର୍ତ୍ତବ୍ୟର ବୋଝ ଉପରେ ବୋଝ ଲଦି ଦିଆଯାଏ।ଆଉ କେତେବେଳେ ସେ ବୋଝେଇ ତା ସୁନ୍ଦର ସୁଢଳ ଶରୀର କୁଜି ହେଇଯାଏ ,ତା ମେରୁଦଣ୍ଡ ନଇଁ ଯାଏ ଆଉ ତା ଜୀବନରେ ଅସମୟ ସାୟଂକାଳ ଆସିଯାଏ ସେ ନିଜେ ବି ଜାଣି ପାରେ ନାହିଁ।ସେ ଯୌବନର ହତ୍ୟା କରା ହୁଏ ପୁଣି ତାକୁ ଅର୍ଦ୍ଧ ଦଗ୍ଧ ଯୌବନ କୁ ପରଷି ଦେବାପାଇଁ ବାଧ୍ୟ କରାଯାଏ।ଆଉ ସେ ତାର ଛିନ୍ନ ଯୌବନକୁ ଯେବେ ସଜାଡ଼ି ଦିଏ ତା ଜୀବନ ପୁଣି ଉଜୁଡି ଯାଏ।ତାର ଭୁଲ୍ କଣ ଆଉ ତା ଭୁଲ୍ ଗଣିବା ର ଅନ୍ତ କେବେ ହବ? ସୋନଲ ବୋଉ ନିଜେ ଗୋଟେ ଚାଷୀ ଘରର ଝିଅ ଆଉ ତାଙ୍କର ସାତ ଭଉଣୀ।ଇଏ ପାଞ୍ଚ ନମ୍ୱର୍ ଝିଅ।ତଳେ ପୁଣି ତିନୋଟି ସାନ ଭଉଣୀ।ଆଉ ସେତେବେଳେ ଝିଅ କୁ ସୋହଳ ଶ୍ରାବଣ ଛୁଇଁଲେ ସେ ବୁଢ଼ୀ।ତାକୁ ବର ଘର ମିଳିବ ନାହିଁ।ତା ଭିତରେ ପୁଅ କୁ ଚାଳିଶ ହଉ ନା କାହିଁକି।ପୁଅ ମାନେ କଣ କେବେ ବୁଢ଼ା ହୁଅନ୍ତି!!ତାଙ୍କ ଯୌବନ ଚିର ସବୁଜ,ବରଦାନ ପାଇଛି ପରା!ଆଉ ଦୁନିଆ ଯାକର ଅଭିଶାପ, ପାପ କରିବା ଆଗରୁ ପାପ ପୁଣ୍ୟ ର ହିସାବ ହବା ପୂର୍ବରୁ ନାରୀ ଭାଗ୍ୟରେ।ହଁ ହଁ ଈଶ୍ୱରଙ୍କୁ କାହିଁକି ନିନ୍ଦା କରିବା ଯେ,ସେ ପରା ନାରୀ କୁ ସହ୍ୟ ଶକ୍ତି ଦେଇ ମହାନ୍ ବୋଲାନ୍ତି।ହେଲେ କିଏ ତାଙ୍କୁ ମନା କରିଥିଲା ସେ ପୁରୁଷ ଙ୍କୁ ସହ୍ୟ ଶକ୍ତି ଦବାକୁ ଆଉ ତା ସାଙ୍ଗରେ ଯନ୍ତ୍ରଣା କିଛି।ସେ ଇଶ୍ଵର କଣ ଅନ୍ତର ପାନ୍ତର ଜାଣନ୍ତି!ହେଲେ କିଛି କଥା ନାହିଁ ସେ ନାରୀ ଖୁସି ଅଛି ଆଉ ଯଦି ଭାବୁଛ ସେ ଖୁସି ନାହିଁ ଥରେ ଶାନ୍ତି(ସୋନଲ ବୋଉ)ମୁହଁ କୁ ଦେଖିବ। ଯେମିତି ନାଆଁ ସେମିତି ତା ମୁଖରୁ ସନ୍ତୁଷ୍ଟିର ଜ୍ୟୋତ୍ସ୍ନା ବିଚ୍ଛୁରତ ହେଉଥିବ।କେହି ଦେଖିଲେ ବି କହି ପାରିବେ ନାହିଁ କି ତା ଜୀବନରେ କିଛି କଷ୍ଟ ଅଛି ବୋଲି।
         ବାବୁଲା(ସୋନଲ ର ବାପା)ର ବହୁତ୍ ବଡ଼ ଅଫସୋସ୍ ଝିଅ ମାନଙ୍କୁ ନେଇକି।ଗୋଟେ ପୁଅ ଆଶାରେ ଅଭାବୀ ଜୀବନ ହେଇ ମଧ୍ୟ ଚାରିଟା ଝିଅ।ପୁଅ ପରା କୁଳ ଉଦ୍ଧାର କରେ!ହେଲେ ସେ ଝିଅ ଗର୍ଭର କି ମୂଲ୍ୟ,ତା ପ୍ରସବ ଯନ୍ତ୍ରଣା ର କି ମୂଲ୍ୟ!ଯେତେବେଳେ ଗୋଟେ ଝିଅ ଜନ୍ମ ହେଇଯାଏ ,ଖୁବ୍ ମାଡ଼ ଗାଳି ଦିଏ ଶାନ୍ତିକୁ ଆଉ ସେ ଗୁଲୁଗୁଲିଆ ଆଖି ଦୁଇଟା ଦେଖି ସବୁ ସହିଯାଏ।ତା ନିଜ ଔରସ ରୁ ଜାତ ଝିଅ ତା ପାଇଁ କଳଙ୍କ କିନ୍ତୁ ସେ ନିଜେ ନିଷ୍ପାପ।ହେଲେ ସେ ଲିଙ୍ଗ ନିର୍ଦ୍ଧାରିତ ହେଇଥାଏ ପୁରୁଷ ପାଇଁ କିନ୍ତୁ ସେଥିରେ ବି ନିର୍ଯାତନା ନାରୀ କୁ।ତା ଝିଅ ମାନଙ୍କୁ ନେଇ ଶାନ୍ତି ଗର୍ବ କରେ।ବାବୁଲା ମଦ ପିଇ ଆସିବ ଆଉ ଖୁବ୍ ବାଡାଏ କଥା କଥା କୁ ଗାଳି କିନ୍ତୁ ସେ ହସି ହସି ସହିବ ଆଉ କହିବ ମୋ ଗେରସ୍ତ ତାଙ୍କ ଅଧିକାର ଅଛି ଅନ୍ୟ କାହା ଉପରେ ତ ଯାଇ ଅଧିକାର ଦେଖାଉ ନାହାନ୍ତି ନା!କେଉଁ ପର ସ୍ତ୍ରୀ କୁ ତ ନଜର ପକାଉ ନାହାଁନ୍ତି।ଆଜି କାଲି ଯୋଉ ଯୁଗ ସେ ଖାଲି ମୋର ଥାଉ,ମାରୁ କି ହାଣି ଦେଉ।ଖାଲି ମୋ ଛୁଆଙ୍କ ବାପା ହେଇକି ରହୁ।ଯାହା କଲେ ବି ଏତେ କଷ୍ଟରେ ଘରକୁ ତ ସିଏ ଚଳାଉଛି ନା, ନ ହେଲେ ମୁଁ ଏ ଘର ସେ ଘର ବୁଲି ପାଇଟି କରନ୍ତି ନ ହେଲେ ମୋ ଛୁଆଙ୍କୁ ରାସ୍ତା କଡ଼ରେ ଧରି ଭିକ ମାଗି ଧକ୍କା ଖାଆନ୍ତି।ମୋ ଭାଗ୍ୟ ଭଲ ସେ ମୋ ସ୍ବାମୀ,ମୁଣ୍ଡକୁ ଛାଉଣୀ,ଦେହ କୁ କନା ଆଉ ପେଟ ଦାନା,ସବୁ ତ ମିଳୁଛି ମତେ,ୟା ଭିତରେ ମୋ ଛୁଆ ମାନେ ପାଠ ବି ପଢୁଛନ୍ତି ଆଉ କଣ ମତେ ଦରକାର୍ ଯେ ସେ ଈଶ୍ୱରଙ୍କୁ ଗୁହାରି ଲଗେଇବି।ଏତେ କଷ୍ଟ ଭିତରେ ଖୁସି ଦେଖିବା କିଏ ତା ଠୁ ଶିଖିବ।ଜୀବନ ଦେଇକି ଭଲ ପାଏ ତା ଝିଅ ମାନଙ୍କୁ।ପୁଅ ଥିଲେ ଆଉ କେତେ ଅଧିକ ଭଲ ପାଆନ୍ତା କେଜାଣି?ସେ,ସେକଥା କେଭେ ଚିନ୍ତା କରି ନାହିଁ।ଅଷ୍ଟମ ପଢ଼ିଛି ହେଲେ ବି ସବୁବେଳେ କହେ ମୁଁ ଯାହା ଭୋଗିଛି ମୋ ଛୁଆ ମାନଙ୍କୁ ସେ କଷ୍ଟ ର ଛିଟା ବି ପକେଇବାକୁ ଦେବି ନାହିଁ।ସେ ଭଲ ପଢ଼ୁଥିଲା,ବୃତ୍ତି ପାଉଥିଲା ଆଉ ଏମିତି କି ଗୀତ ନାଚ ଖେଳରେ ବି ବହୁତ୍ ଭଲ।ହେଲେ ଯେତେବେଳେ ବାବୁଲା ର ବାହାଘର ପ୍ରସ୍ତାବ ଆସିଲା ଇଚ୍ଛା ଥିଲେ ମଧ୍ୟ ଆଗକୁ ପଢ଼ିବି କିମ୍ବା ବାପା ମୁଁ ଏବେ ବାହା ହେବି ନାହିଁ କହିକି ପଦେ ହେଲେ ମୁଁହ ଖୋଲିନି।ସତେ ଯେମିତି ଏତେ ଛୋଟରୁ ସବୁ ପରିସ୍ଥିତି କଥା ସେ ହୃଦୟଙ୍ଗମ କରି ନିଜ ସ୍ୱପ୍ନର ଜଳାଞ୍ଜଳି ଦେଇଛି ସେ ବାହାଘର ହୋମ ନିଆଁ ରେ।  ମାଷ୍ଟର ଆସି ତା ବାପାକୁ ବହୁତ୍ ବୁଝେଇଲା,ତମେ ଶାନ୍ତି କୁ ଆଉ ଦୁଇ ବର୍ଷ ପଢ଼ିବାକୁ ଦିଅ।ହେଲେ ତା ବାପା ବହୁତ୍ କିଛି କହିଦେଲେ ମାଷ୍ଟର କୁ।ତମେ କଣ ମୋ ଝିଅ ମାନଙ୍କ ବାହାଘର ଦାୟିତ୍ଵ ନେବ?ଆରେ ଯାହାର ସାତ ସାତ ଟା ଝିଅ ର ବୋଝ ଅଛି ସେ ବାପା ମୁଣ୍ଡରେ ଚାପ ତମେ କଣ ବୁଝିବ?ଚାକିରି କରିଛ ମାସକୁ ଦରମା ସେଥିରେ ଦୁଇ ତିନି ପ୍ରାଣୀ ଥିବ।ଆମ ଭଳିଆ ଚାଷୀ ମୂଲିଆ ଙ୍କୁ ଭାଷଣ ମାରିବା ବହୁତ୍ ସହଜ କିନ୍ତୁ ତାଙ୍କ କଷ୍ଟ କଥା ତମେ କଳ୍ପନା ବି କରି ପାରିବ ନାହିଁ।ହୁଏତ ମାଷ୍ଟର ପାଖରେ ଠିକ୍ ଉତ୍ତର ବି ଥିଲା କିନ୍ତୁ ସେ ଚୁପ୍ ହେଇ ସେଠୁ ଚାଲିଗଲେ।ଆମେ ଯଦି ଝିଅ ଙ୍କୁ ବୋଝ ନ ମାନି ଆମ ଶକ୍ତି ମାନିବା ତା ହେଲେ ଶାନ୍ତି ବାପା ପାଖରେ ସାତୋଟି ଦେବୀ ଙ୍କ ଶକ୍ତି ଥିଲା।ହୁଏତ ସେ ଗାଁ ର ସବୁଠୁ ବଳବାନ ବ୍ୟକ୍ତି ହୋଇଥାନ୍ତେ।ହେଲେ ଯୁଗକୁ ଚାହିଁ ସେ ସଜାଗ ଥିଲେ।ଅଜଣା ଭୟ ବି ତାଙ୍କର କିଛି ମାତ୍ରାରେ ନ୍ୟାୟ ସଙ୍ଗତ ଥିଲା ସେ ସମୟରେ।ସମୟ କଣ?ସମୟ ପରିବର୍ତ୍ତନ ସାଙ୍ଗରେ କିଛି କେବେ ବଦଳି ନ ଥାଏ।ଯାହା ଲୋକଙ୍କ ମସ୍ତିଷ୍କ ରେ ଘର କରେ ଆଉ ପିଢ଼ି ପରେ ପିଢ଼ି ତାର ସ୍ଥାନାନ୍ତରଣ ହୁଏ।
    ଗୋଟେ ବର୍ଷ ବି ପୁରି ନ ଥିଲା ଆଉ ଶାନ୍ତି ସୋନଲ କୁ ଜନ୍ମ ଦେଲା।ତାକୁ ସେତେବେଳେ ସତର। ମାଆ ଝିଅ ଖୁବ୍ ଦୁର୍ବଳ ଥିଲେ ଆଉ ବହୁତ୍ କଷ୍ଟରେ ସେ ସୋନଲ କୁ ପଳିଛି।ସେ କୁପୋଷଣ ର ଶିକାର ଥାଏ।ଆଠ ମାସରେ ତାର ଜନ୍ମ ହେଇଗଲା।ଏତିକିରେ ବି ଶାଶୁ ଙ୍କ ଗଞ୍ଜଣା ସହି ଛୁଆ କୁ ରଙ୍କୁଣୀ ଧନ କହି ଅତି ଯତ୍ନରେ ପାଳିଥାଏ।ଶାଶୁ ଆଉ ସ୍ବାମୀ ବାରମ୍ବାର କହୁଥିଲେ,"ଝିଅ ଟେ ତ ମରିଯାଉ,କୋଉ ବଞ୍ଚିବ ଯେ?ଏମିତି ହେଉଛୁ ଯେମିତି ପୁତ୍ର ରତ୍ନ ଟିଏ ଜନ୍ମ କରି ଦେଇଛୁ ପୁଣି ହୃଷ୍ଟପୃଷ୍ଟ।"ମରିବା କଥା ଶୁଣି ୟାର ଜୀବନ ପାଣି ପାଣି ହେଇଯାଉଥାଏ।ଈଶ୍ୱରଙ୍କୁ ନେହୁରା ହୋଇ ଯାଉଥିଲା।ମୋ ଆୟୁଷ ତାକୁ ଦେଇଦିଅ ପ୍ରଭୁ।ଶାଶୁ ସେ ଆଡେ ଆଳୁ ବାଇଗଣ ବରାଦ ଦେଇଦବ କହୁଥାଏ,ଇଆଡ଼େ ଶାନ୍ତି ର ଦୁଃଖ ବୁଝିବା ଆଉ ଲୁହ ପୋଛିବାକୁ କେହି ନାହିଁ।ବାପା ଘରେ ଖାଲି ମଝିରେ ମଝିରେ ନିୟମ ଅନୁଯାୟୀ ଆଉ ତା ଶାଶୁ ଡରରେ ଭାର ପଠେଇ ଦେଇ କର୍ତ୍ତବ୍ୟ ରୁ ମୁକ୍ତି ପାଉଥିଲେ।ଶାନ୍ତି ଯେତେବେଳେ ସୋନଲ ର ମିଞ୍ଜି ମିଞ୍ଜି ଆଖି ଦୁଇଟି ଦେଖିଦିଏ ସବୁ ଦୁଃଖ ଯେମିତି ଛୁ ମନ୍ତର ହେଇଯାଏ।ତାକୁ ଯେମିତି ସେ ପାଳିଛି ଆଉ ବଂଚେଇଛି ସେ ହିଁ ଜାଣେ ଆଉ ସେ ଈଶ୍ୱର ଯଦି ଦେଖୁଥିବ ହେଲେ ଦେଖୁଥିବ।ନିଜେ ସତର ବର୍ଷର ଛୁଆ କିନ୍ତୁ ସୋନଲ
ବହୁତ୍ କଷ୍ଟର ଝିଅ ସେ।ସେଥିପାଇଁ ତା ଜୀବନ ସୋନଲ।ତାର ଜନ୍ମ ସାଙ୍ଗେ କେତେବେଳେ ଏକ ଅଦ୍ଭୁତ ମାତୃତ୍ଵ ର ଜନ୍ମ ବି ହେଇଯାଇଛି ସେ ନିଜେ ବି ଜାଣି ପାରିନି, ସେଥିପାଇଁ ମାଆ ର ସୃଷ୍ଟି ଅଦ୍ୱିତୀୟ ପରା।ଆଉ ସୋନଲ ବି ବୋଉ କୁ ବହୁତ୍ ଭଲ ପାଏ।ତା ନାଁ ରେ ପାଣି ଯାଏନି।
   ତା ବଡ଼ ଜନ୍ମ ର ଛ ମାସ ପରେ ଯାଇଥିଲା ତା ବାପା ଘର।ସବୁ ସାଙ୍ଗ ମାନେ ଆସି ନୂଆଁ ନୂଆଁ ମାଉସୀ ହବା ଖୁସିରେ ତାକୁ ଅନେକ ଶୁଭେଚ୍ଛା ଜଣେଇ ଥିଲେ।ଆଉ ସେ ବି ମନେ ମନେ ଖୁସି, ମାଆ ହବାଠୁ ଆଉ ବେଶୀ ବଡ଼ ସମ୍ମାନ ଆଉ ଉପାଧି କଣ ସେ ପାଠ ପଢ଼ି ପାଇଥାନ୍ତା।ହେଲେ ଏସବୁ ଟିକେ ନିଜକୁ ବୁଝେଇବା ପାଇଁ।ସମସ୍ତେ ତା ଖୁସି ରେ ଖୁସି ଥିଲେ।ଏତେ ସୁନ୍ଦର ଝିଅ ଜନ୍ମ ଦେଇ ତୁ ଭାଗ୍ୟବତୀ କହି ପ୍ରଶଂସାରେ ପୋତି ପକାଉଥିଲେ ଆଉ ସେ ବି ଖୁସିରେ ଆତ୍ମହରା ହେଇଯାଇଥିଲା।ହେଲେ ହୃଦୟର କେଉଁ କୋଣରେ ଅବଶୋଷ ର ନିଆଁ ଟା ଅବିରତ ଜଳିବାରେ ଲାଗିଥାଏ।ତାଙ୍କୁ ଦଶମ ସାରି ନୂଆଁ ନୂଆଁ ସାଲୁଆର୍ କମିଜ୍ ରେ କଲେଜ୍ ଯିବା ତାର ଶାଢ଼ୀ ପିନ୍ଧି ଓଢଣା ଦେବା ଠୁ ନିଶ୍ଚୟ ଗର୍ବ ଆଉ ଖୁସିର କଥା ସେ ଭାବୁଥିଲା।ହେଲେ ତାର ସେ ଭାଗ୍ୟ କାଇଁ।ସିଧା ଫ୍ରକ୍ ରୁ ଶାଢ଼ୀ ଆଉ ଏବେ ତା ଝିଅ କୁ ଫ୍ରକ୍ ପିନ୍ଧି ଦେଖି ସେ ଖୁସି ହଉଛି। ଏ ସମୟ ଚକ୍ର ତା ପାଇଁ ଏତେ ଶୀଘ୍ର ଶୀଘ୍ର ବୁଲିବ ସେ ଭାବି ନ ଥିଲା।ନିଜେ ଚାଲିବା ନ ଶିଖିବା ଆଗରୁ ଏବେ ସେ ତା ଝିଅ କୁ ଚାଲିବା ଶିଖେଇବ।ତା ନିଜର ଖନେଇ ଖନେଇ କଥା ଯାଇ ନ ଥିଲା ଆଉ ଏବେ ସେ ମାଆ ଡାକ ଶୁଣିବାକୁ