Nojoto: Largest Storytelling Platform

ଅ ସମ୍ଭବ ଓ ଅସମ୍ଭବ ମଧ୍ୟରେ ପାର୍ଥକ୍ୟ ମାତ୍ର କେବଳ ଗୋଟି

ଅ

ସମ୍ଭବ ଓ ଅସମ୍ଭବ ମଧ୍ୟରେ 
ପାର୍ଥକ୍ୟ ମାତ୍ର କେବଳ
ଗୋଟିଏ ଅ ର
ଅ, ହଁ ଅ ରୁ ଆରମ୍ଭ ହୋଇ 
କ୍ଷ, କ୍ଷୟ ରେ ଶେଷ 
ଅ ରୁ କ୍ଷ ମଧ୍ୟରେ 
ଭରି ରହିଛି ଅସଂଖ୍ୟ 
ଜୀବନ ନାଟିକାର 
ଦୃଶ୍ୟ ଓ ଅଦୃଶ୍ୟ 
ତା ମଧ୍ୟରେ ରହିଛି 
ପ୍ରକାଶ୍ୟ ଓ ଅପ୍ରକାଶ୍ୟ ଅନେକ ଶବ୍ଦ
ଭାବ ଓ ଅଭାବ, ସତ୍ୟ ଓ ଅସତ୍ୟ 
ଧର୍ମ ଓ ଅଧର୍ମ, ରୂପ ଓ ଅରୂପର ସମାହାର
ସତରେ କ'ଣ ଏହି ଅ ଶବ୍ଦଟି 
ମଣିଷକୁ ଯୋଗ୍ୟ ରୁ ଅଯୋଗ୍ୟ କରିଛି 
ତର୍ଜମା ର ଫଳାଫଳ କ'ଣ ହେବ
କିଏ ସହମତ ହେବ କିଏ ଅସହମତ
ହଁ, ସେହି ବିସ୍ମୟକର ଅ
ଏବେ ବି ମୋପାଇଁ 
ଅସମାହିତ ରହିଛି ।।

©Tafizul Sambalpuri
  #TeaTimeThoughts