Nojoto: Largest Storytelling Platform

ତୁ କହ ସତରେ ତତେ ଡର ଲାଗେ ନାହିଁ ମୁଁ ତ ବହୁତ୍ ଡରେ ଡରିଲେ

ତୁ କହ ସତରେ ତତେ ଡର ଲାଗେ ନାହିଁ
ମୁଁ ତ ବହୁତ୍ ଡରେ
ଡରିଲେ ତୋ ନାଁ ଧରେ
ହେଲେ ଯଦି ତୁ ନିଜେ ଡରୁଥିବୁ?
ମୁଁ ତ ଜାଣିନି ତୁ କେତେ ସାହସୀ ଟା
ତଥାପି ତତେ ଖୋଜେ ସବୁ ବିପଦରେ
ହେଲେ ସତରେ କଣ ତୁ 
ବିପଦ କୁ ଖାତିର କରୁନୁ?
ମନ ଯେବେ ଭାଙ୍ଗି ଯାଏ
ତତେ ଭାବି ଖାଲି ଲୁହ ଗଡ଼ାଏ
ହେଲେ ତତେ କଣ କେବେ କଷ୍ଟ ହେଇନି
କଣ ତୁ କେବେ ଆଖିରୁ ଲୁହ ଗଡେଇନୁ?
ଜାଣିଛି ତୋ ଡର ତୋ ଦୁଃଖ ତୋ କଷ୍ଟ ଆଗରୁ
ତୁ ମୋ କଥା ଭାବିବୁ
ଆଉ ସେଇ ବିଶ୍ବାସ ପାଇଁ ତ
ମୁଁ ତତେ ଜାଣିବାକୁ ଚାହେଁ ନାହିଁ
କେବଳ ତୁ ଅଛୁ ଏତିକି ଜାଣିଛି
ଆଉ ସେତିକି ଯଥେଷ୍ଟ ମୋ ପାଇଁ।
 #yqbhaina#ishwara#yqodia#munodia#ଓଡିଆକାବିତ#odiawriting
ତୁ କହ ସତରେ ତତେ ଡର ଲାଗେ ନାହିଁ
ମୁଁ ତ ବହୁତ୍ ଡରେ
ଡରିଲେ ତୋ ନାଁ ଧରେ
ହେଲେ ଯଦି ତୁ ନିଜେ ଡରୁଥିବୁ?
ମୁଁ ତ ଜାଣିନି ତୁ କେତେ ସାହସୀ ଟା
ତଥାପି ତତେ ଖୋଜେ ସବୁ ବିପଦରେ
ହେଲେ ସତରେ କଣ ତୁ 
ବିପଦ କୁ ଖାତିର କରୁନୁ?
ମନ ଯେବେ ଭାଙ୍ଗି ଯାଏ
ତତେ ଭାବି ଖାଲି ଲୁହ ଗଡ଼ାଏ
ହେଲେ ତତେ କଣ କେବେ କଷ୍ଟ ହେଇନି
କଣ ତୁ କେବେ ଆଖିରୁ ଲୁହ ଗଡେଇନୁ?
ଜାଣିଛି ତୋ ଡର ତୋ ଦୁଃଖ ତୋ କଷ୍ଟ ଆଗରୁ
ତୁ ମୋ କଥା ଭାବିବୁ
ଆଉ ସେଇ ବିଶ୍ବାସ ପାଇଁ ତ
ମୁଁ ତତେ ଜାଣିବାକୁ ଚାହେଁ ନାହିଁ
କେବଳ ତୁ ଅଛୁ ଏତିକି ଜାଣିଛି
ଆଉ ସେତିକି ଯଥେଷ୍ଟ ମୋ ପାଇଁ।
 #yqbhaina#ishwara#yqodia#munodia#ଓଡିଆକାବିତ#odiawriting