Nojoto: Largest Storytelling Platform

## ସହରୀ ଆଇନା ## (ବେଣୁ ଗୋପାଳ ମହାନ୍ତ ଙ୍କ ଲେଖନୀ ରୁ ନି

## ସହରୀ ଆଇନା ##
(ବେଣୁ ଗୋପାଳ ମହାନ୍ତ ଙ୍କ ଲେଖନୀ ରୁ ନିଶୃତ ଏକ ସୁନ୍ଦର କବିତା।)

ସହର ଠିକ୍ ସେ ଆଇନା ପରି ସ୍ୱଚ୍ଛ, ନିର୍ମଳ ଆଉ ଦୂରରୁ ଚକ୍ ଚକ୍। ଟାଣି ନିଏ ନିଜ ଆଡ଼କୁ ନିଜକୁ ତର୍ଜମା କରେଇବା ଲୋଭରେ।ହେଲେ ତା ଭିତରେ ଏକ ଜାଦୁ ଘର ଏକ ସୁସଜ୍ଜିତ ମୟାଜାଲ। ବିସ୍ମୃତ କରେଇ ଦିଏ ସବୁ ସ୍ନେହ, କର୍ତ୍ତବ୍ୟ,ବନ୍ଧୁ ବାନ୍ଧବ ଆଉ ଆପଣାର ପ୍ରେମ।
ଅତ୍ୟଧିକ ମୋହରେ ମୋହିତ କରି ଭୋଗ ଲାଳସା କୁ ଚରିତାର୍ଥ କରି ଭୁଲେଇ ଦିଏ ଅତୀତ, ଲୋଭ ର କାଉଁରୀ କାଠି ବୁଲେଇ।ନିଜକୁ ବିଜ୍ଞାନର ସାମ୍ରାଜ୍ୟର ଅଧିକାରୀ କହି ଟେକ୍ନୋଲୋଜି ର ଅନ୍ଧ ପୁଟୁଳି ବାନ୍ଧି ଲୁଣ୍ଠନ କରିନିଏ ବାସ୍ତବତା ର ଅସ୍ତିତ୍ଵ।
ଆଇନା ଭୁଲିଯାଏ ତାର ସୃଷ୍ଟିର ମହତ୍ତ୍ଵ। ଭୁଲିଯାଏ ଯେତେ ବି ସମୟର ଧୂଳି ଲାଗିଲେ ବି ସେ ହେବା କଥା ନୁହଁ ତାର କର୍ତ୍ତବ୍ୟ ରୁ ନିବୃତ୍ତ।ଆଜି କାଲିକା ବସ୍ତୁବାଦୀ ସ୍ୱାର୍ଥପର ଦୁନିଆରେ ଆଇନା ଆଉ ସତ କୁହେନା। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା
 Benu Gopal Mohanta