Nojoto: Largest Storytelling Platform

White ଆଉ କିଛି ବାଟ ମୋତେ ଲୁହ ଲାଳ ହୋଇ ଚାଲିବାର ଅଛି...,

White ଆଉ କିଛି ବାଟ ମୋତେ
ଲୁହ ଲାଳ ହୋଇ ଚାଲିବାର ଅଛି...,,
ଜଣା ନାହିଁ କେତେ ବାଟ...ତଥାପି ଚାଲୁଛି,,
କିନ୍ତୁ ଜଣା ଅଛି ମୋତେ....ଏ ଜନ୍ମ ସରୁ ସରୁ
ମୋତେ ଅପେକ୍ଷା କରିଛି... ମୋ ପୁଣ୍ୟ ର
ସୁନ୍ଦର ମହଲ..,,
ପ୍ରେମ ପାରିଜାତରେ ଭରା
ସୁଗନ୍ଧମୟ ବେଳାଭୂମି...,, 
ସେଠି ଅପେକ୍ଷା ରତ ..ମୋ ମନର ମଣିଷ,, 

ଦିବ୍ୟ ଆଭାରେ ଶୋଭିତ ତନୁ ମନ..
ସ୍ୱାଗତର ଅପେକ୍ଷାରେ ନିଶ୍ଚିତ ସେ 'ମୋର',,
ମୁଁ ମଧ୍ୟ ଆତୁର..  ଆମ ଦୁଇ ଜଣଙ୍କର
ଅମୃତମୟ ମହାମିଳନ କୁ...,, 
ନାହିଁ ଛନ୍ଦ... ନାହିଁ କପଟ..
କେବଳ ଅସୁମାରୀ ପ୍ରେମର ପ୍ରତୀକ୍ଷା ରେ...
ସେ ଓ ମୁଁ....,,
ଐଶ୍ୱରୀୟ ସତ୍ତା ରେ
ଦୁଇଟି ମନ ର ମହୋଦଧି ତୀରେ...
ଯୁଗ ଯୁଗ ପାଇଁ ଲୀନ ହେବାକୁ....
ଏହା ନିଶ୍ଚିତ... ହଁ,,ନିଶ୍ଚିତ....

©Kalpalata Kanungo #good_night ❣️"ଏହା ନିଶ୍ଚିତ"❣️
White ଆଉ କିଛି ବାଟ ମୋତେ
ଲୁହ ଲାଳ ହୋଇ ଚାଲିବାର ଅଛି...,,
ଜଣା ନାହିଁ କେତେ ବାଟ...ତଥାପି ଚାଲୁଛି,,
କିନ୍ତୁ ଜଣା ଅଛି ମୋତେ....ଏ ଜନ୍ମ ସରୁ ସରୁ
ମୋତେ ଅପେକ୍ଷା କରିଛି... ମୋ ପୁଣ୍ୟ ର
ସୁନ୍ଦର ମହଲ..,,
ପ୍ରେମ ପାରିଜାତରେ ଭରା
ସୁଗନ୍ଧମୟ ବେଳାଭୂମି...,, 
ସେଠି ଅପେକ୍ଷା ରତ ..ମୋ ମନର ମଣିଷ,, 

ଦିବ୍ୟ ଆଭାରେ ଶୋଭିତ ତନୁ ମନ..
ସ୍ୱାଗତର ଅପେକ୍ଷାରେ ନିଶ୍ଚିତ ସେ 'ମୋର',,
ମୁଁ ମଧ୍ୟ ଆତୁର..  ଆମ ଦୁଇ ଜଣଙ୍କର
ଅମୃତମୟ ମହାମିଳନ କୁ...,, 
ନାହିଁ ଛନ୍ଦ... ନାହିଁ କପଟ..
କେବଳ ଅସୁମାରୀ ପ୍ରେମର ପ୍ରତୀକ୍ଷା ରେ...
ସେ ଓ ମୁଁ....,,
ଐଶ୍ୱରୀୟ ସତ୍ତା ରେ
ଦୁଇଟି ମନ ର ମହୋଦଧି ତୀରେ...
ଯୁଗ ଯୁଗ ପାଇଁ ଲୀନ ହେବାକୁ....
ଏହା ନିଶ୍ଚିତ... ହଁ,,ନିଶ୍ଚିତ....

©Kalpalata Kanungo #good_night ❣️"ଏହା ନିଶ୍ଚିତ"❣️