Nojoto: Largest Storytelling Platform
kalpalatakanungo4960
  • 408Stories
  • 14Followers
  • 4.3KLove
    11.9KViews

Kalpalata Kanungo

  • Popular
  • Latest
  • Video
1bc248f35fc7b86fe6b7865be53d3a01

Kalpalata Kanungo

ଈଶ୍ବରଙ୍କର ଏଇ ସୁନ୍ଦର ଦୁନିଆଁ ରେ ସତରେ କଣ 'ପ୍ରେମ' ଅଛି..?? ହଁ,,ମନ କହେ.. ଯଦି ଈଶ୍ୱର ଅଛନ୍ତି.. ତେବେ ନିଶ୍ଚୟ କେଉଁଠି ନା କେଉଁଠି 'ପ୍ରେମ' ଲୁଚିଛି😍🙏🌹

©Kalpalata Kanungo ହଁ,,
1bc248f35fc7b86fe6b7865be53d3a01

Kalpalata Kanungo

White ବହୁତ ମନେ ପଡୁଛି ମୋର ତୁମ କଥା..
ଏମିତି ଇଚ୍ଛା ହୁଏ...
କିଏ ମୋତେ ବୁଝେଇ ଦିଅନ୍ତା କି ;?
ସ୍ନେହ ବୋଳା କେତୋଟି ଶବ୍ଦ ମାଧ୍ୟମରେ...;;
ମନ କୁ ବୁଝିଲା ପରି..
ନିଜ ଅନ୍ତରରୁ ଆତ୍ମୀୟତା ଭରା
ପଦିଏ କଥାରେ....;; 
ବୁଝି ଯାଆନ୍ତା ମନ ମୋର..
ଟିକିଏ ଶାନ୍ତିରେ...,, 
କିନ୍ତୁ....ନା,, କେହି ନାହିଁ ସେମିତି..ତୁମ ପରି..
ଯିଏ ମୋତେ ବୁଝେଇ ଦେବ..ଆଉ ମନ ମୋର ବୁଝିଯିବ...,,
କୋହ ଭରା ମନ ମୋର.. ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ
ପ୍ରତିଟି ଦୁଃଖ କୁ ସୁଖ ମାନିନେଇ..ପୁଣି ଥରେ
ଆଗକୁ ପାଦ ଥାପିବ..,, ହେଲେ ନା..,, କେହି ନାହିଁ
ହଁ,,ସେମିତି କେହି ନାହିଁ...............
ତୁମ ସ୍ଥାନ କେବଳ ତୁମର...,,
ସେଠି ଆଉ କେହି ନାହିଁ... କି 
କେହି ରହିବେ ନାହିଁ..🙏

©Kalpalata Kanungo #good_night "କେବଳ ତୁମେ"

#good_night "କେବଳ ତୁମେ" #ଜୀବନ

1bc248f35fc7b86fe6b7865be53d3a01

Kalpalata Kanungo

White ଦୁନିଆଁରେ ସବୁଠାରୁ ମୂଲ୍ୟବାନ ହେଉଛି...
"ଆନ୍ତରିକ ସ୍ନେହ.. ପ୍ରେମ..ଭଲପାଇବା,,
ଯଦି ଆପଣଙ୍କୁ କେବେ ମିଳେ.... 
ତାକୁ କେବେ ହତାଦର କରନ୍ତୁ ନାହିଁ.. କି 
ତା ସହିତ କେବେବି ବିଶ୍ଵାସ ଘାତକତା କରନ୍ତୁ ନାହିଁ,, 
ହୃଦୟ ରୁ ସମ୍ମାନ କରନ୍ତୁ,,
"ଏହା ହିଁ ଐଶ୍ୱରୀୟ ଅନୁଭୂତି..",,

©Kalpalata Kanungo #love_shayari 'ଐଶ୍ୱରୀୟ ଅନୁଭୂତି"

#love_shayari 'ଐଶ୍ୱରୀୟ ଅନୁଭୂତି" #ଚିନ୍ତାଧାରା

1bc248f35fc7b86fe6b7865be53d3a01

Kalpalata Kanungo

ମୋତେ ଛାଡ଼ି ରହିବାର.. ଓ
ମୋ ଠାରୁ ଦୂରେଇ ଯିବାର ପ୍ରଚେଷ୍ଟା ତମର
ଖୁଵ ବଢ଼ିଆ ଥିଲା ,,ଆଉ ..
ତମେ ସଫଳ ହେଇଗଲ..,,କିନ୍ତୁ ମୁଁ.. 
ଯୋଉଠି ଥିଲି ବାସ୍ ସେଇଠି ରହିଗଲି,, 

ମୋତେ ନେଇ ତମେ କିଛି ସ୍ୱପ୍ନ ଦେଖି ନଥିଲ...
ସେଥିପାଇଁ ତମେ.. 
ଖୁଵ ସହଜ ରେ ନିଜ ରାସ୍ତା ବାଛି ନେଲ,, ହେଲେ ମୁଁ.. 
ତୁମକୁ ନେଇ ଦେଖିଥିବା.. 
ସବୁ ସ୍ୱପ୍ନ ର ପଛରେ ପଡ଼ି ପଡ଼ି..
ସେଇ ସ୍ୱପ୍ନ ର ଦୁନିଆଁ ରେ ହଜିଗଲି,, 
ଆଉ ବାହାରି ବାର ରାସ୍ତା ପାଇଲିନି,, 

ତୁମ ମିଛ ପ୍ରେମ ର ଚକ୍ରବ୍ୟୁହ ରେ ..
ଅଣ ନିଶ୍ବାସୀ ହୋଇ..ମୁଁ ଛଟ୍ ପଟ୍ ହେଲି...
ଶେଷ କୁ ରୋଗ ର ଶିକାର ହୋଇ.. 
କେବଳ ମୃତ୍ୟୁ ର ରାସ୍ତା କୁ ...
ଏଡ଼େଇବାର ପ୍ରଚେଷ୍ଟା ରେ ସମୟ ବିତେଇଲି,, 
ଏଇଥିଲା ତୁମର ମୋ ପାଇଁ ପ୍ରେମ ଉପହାର.. 
ଯାହା କୁ ନେଇ... 
ଗୋଟେ ଜନ୍ମ କାଟିବାରେ ମୁଁ ବ୍ୟସ୍ତ ରହିଗଲି..

©Kalpalata Kanungo "ମୁଁ ତମେ ଓ ଆମ ଭଲପାଇବା"

"ମୁଁ ତମେ ଓ ଆମ ଭଲପାଇବା" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ,

ନା ତାହା କାହା ସହିତ ଭାଗ କରିହୁଏ...

ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ..,

ତାହା କେବଳ.. ଏକାନ୍ତ ନିଜସ୍ୱ,

ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ....

©Kalpalata Kanungo "ଅବ୍ୟକ୍ତ ଅନୁଭୂତି"

"ଅବ୍ୟକ୍ତ ଅନୁଭୂତି" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା
ଏକ ଛଦ୍ମ ବେଶୀ ପ୍ରହେଳିକା..
ଏହାକୁ ବୁଝିବା.. ଏହାକୁ ଜିଇଁ ବା..
କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,,
କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ
କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,,

ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ
ବୁଣି ଚାଲେ ସ୍ୱପ୍ନ ର ବଗିଚା...
ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ
ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ..
ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ 
ଅବାସ୍ତବତାର ସ୍ପର୍ଶ..............
ଖୁଵ ନିଆରା... ହଁ,,ଖୁଵ ନିଆରା....

©Kalpalata Kanungo ନିଆରା ପୃଥିବୀ

ନିଆରା ପୃଥିବୀ #ଇରୋଟିକ୍

1bc248f35fc7b86fe6b7865be53d3a01

Kalpalata Kanungo

White ଏ ଦୁନିଆଁ ସତରେ କେମିତି କେଜାଣି
ମଣିଷ ମନ ବି କେମିତି..
ଗୋଟେ ମୁହୂର୍ତ୍ତରେ ହଜାରେ ସପନ
ପାଣିଫାଟିଯାଏ ଯେମିତି ,,

ସ୍ୱପ୍ନ ଦେଖାଇବା ସ୍ୱପ୍ନରେ ବଞ୍ଚିବା
ସ୍ୱପ୍ନ ଅଧା ରହେ ଯେମିତି..
କେତେ ସହଜ ରେ ମାନିନିଏ ସତେ
କିଛି କରି ନାହିଁ ଯେମିତି,,

ଫାଟିଯାଉ କାହା ହୃଦୟ ପଛକେ
ନିଜେ କିଛି ଜାଣିନାହିଁ ଯେମିତି..
ଆଶା ତାଜମହଲ ସବୁ ଲୁଟି ନିଏ
ନିଜେ ନିଜ ତାଜମହଲେ ରହିକି,,

ସ୍ୱାର୍ଥରେ ଦୁନିଆଁ ସ୍ୱାର୍ଥ ହିଁ ସର୍ବସ୍ୱ
ସ୍ନେହ ପ୍ରେମ ସତେ ଭେଳିକି..
ମାୟା ଜାଲେ ସିନା ପଡ଼େ ମଣିଷ
ମାୟା କୁ ଆପଣା ମାନିକି ..........

©Kalpalata Kanungo #life_quotes "ମାୟା"
1bc248f35fc7b86fe6b7865be53d3a01

Kalpalata Kanungo

White ଶୀତୁଆ ସକାଳ ର କଅଁଳି ଖରା ରେ ବସି

ଦିବସ ର ପଥ ମୁଁ ଚାହିଁ ବସୁନି,, କାରଣ..

ମୋ ପଥ... ଆଗରୁ ନିର୍ଦ୍ଧାରିତ,, ମୋତେ କେବଳ

ଚାଲିବାର ଅଛି... ଥକି ନଯାଇ...

ଯେତେ ହୋଇପାରେ ଆଗକୁ....,,

ଫୁଲ ହେଉ କି କଣ୍ଟା.. ମୋତେ ଆଦର୍ଶ ର ରାସ୍ତା ରେ

ପାଦ .. ନିଶ୍ଚିତ ଥାପିବାର ଅଛି,,

ଛାତିରେ କୋହ ହେଉ..କି ପୁଲକ..,, ଏହା ର

ବାଛ ବିଚାର ନକରି..ମୋତେ କେବଳ ଚାଲିବାର ଅଛି...

ସମୟ ର ସୁଅ ରେ ଆଗକୁ... ଆଗକୁ...

ଜୀବନ୍ତ ମେସିନ ଟିଏ ହୋଇ..ସବୁକିଛି ସହି ନେଇ..

ସବୁକିଛି ପାଛୋଟି ନେଇ...ସମୟ ର ସୁଅ ରେ..

କେବଳ ଆଗକୁ....ଆଗକୁ......

©Kalpalata Kanungo #good_night "ନିର୍ଦ୍ଧାରିତ ପଥରେ.."

#good_night "ନିର୍ଦ୍ଧାରିତ ପଥରେ.." #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ଜୀବନ ର ...
କସଟି ପଥର ରେ ଠିଆ ହୋଇ
"ରେ ଜୀବନ..."
ମୁଁ କେବଳ ତୋ ପଥ ଚାହିଁ ରହିଛି... 
ଏକ ସମ୍ପୂର୍ଣ୍ଣ ତା ପାଇଁ ,,
ତୋ ବିନା.. ମୋର ଗତି କାହିଁ..??
ତୁ ହିଁ କେବଳ ମୋ ପାଇଁ,, ଓ
ମୁଁ ତୋ ପାଇଁ.......

©Kalpalata Kanungo #good_night "ମୁଁ ତୋ ପାଇଁ"

#good_night "ମୁଁ ତୋ ପାଇଁ" #କବିତା

1bc248f35fc7b86fe6b7865be53d3a01

Kalpalata Kanungo

White ତମେ ବୁଝିଲନି ମୋ ମନ କଥା....
ନିଜ ମନ ନେଇ... ତମେ ଲୁଚିଗଲ ବଉଦ ଫାଙ୍କରେ...
ହଁ,,ମୁଁ ଭିନ୍ନ ଦିଗର ନଈ ଟିଏ,, ହେଲେ..
ତମେ ସେଇଠି ପାଇଥିଲ ନା ଭଲ ମୋତେ..??
କେମିତି ହଜେଇବାକୁ ମନ କଲ ନିଜ ହାତେ ହାତେ..??
କଣ ପାଇବ ବୋଲି.. ନିଜ ଇପ୍ସିତ ରାଇଜେ..??
ଆଜି ବି ମୁଁ ସେଇ ନଈ.. 
ଯିଏ ତୁମକୁ ସାଗର ବୋଲି ମାନିନେଇ..
ତୁମ ପଛେ ପଛେ ଧାଇଁଛି...,, କିନ୍ତୁ
ସରିନି ତୁମ ଲୁଚକାଳି ଖେଳ..,,
ଅସନ୍ତୁଷ୍ଟ ମନ ତୁମ..ଏବେ ବି ଅନ୍ୱେଷଣ ରେ
ପୁଳାଏ ସୁଖ ର...,,ଆଉ ମୁଁ..
ଅନେଇଛି ଆକାଶ କୁ...ନିତି ଛଳ ଛଳ ନୟନ ରେ
ସେଇ ଆକାଶ କୁ..ଯେଉଁଠି ତମେ ବୁଣିଥିଲ
ମେଞ୍ଚା ମେଞ୍ଚା ଜୋଛନା...............

©Kalpalata Kanungo #sad_quotes" 'ମୁଁ' ଓ 'ତମେ' "

#sad_quotes" 'ମୁଁ' ଓ 'ତମେ' " #ଜୀବନ

loader
Home
Explore
Events
Notification
Profile