Nojoto: Largest Storytelling Platform

॥ ଆଁ॥ (A small story in caption) କିଏ ସ୍ୱପ୍ନର ଘର

॥ ଆଁ॥

(A small story in caption) କିଏ ସ୍ୱପ୍ନର ଘର ତୋଳେ ଆଉ କାହା ପାଇଁ ଘର ତୋଳିବା ହେଇଯାଏ ଏକ ସ୍ବପ୍ନ।ପୁଅ ଝିଅ ବଡ଼ ହେଇ ସାହାଣୀ ବାବୁଙ୍କ ସାହାରା ହେଇ ପାରି ଥାଆନ୍ତେ। ଏତେ ବେଶୀ ନିଷ୍ଠୁର ନ ଥିଲା ତାଙ୍କ ଭାଗ୍ୟ।ଝିଅ କହୁଥିଲା ,"ବାପା ବୋଉ ଦୁହେଁ ଆମ ଘରେ ଆସି ରହିଯାଆ।ଏଠି ଏତେବଡ଼ ଘର।ତୁମ ଜ୍ବାଇଁ ବି କୁହନ୍ତି ମୁଁ କଣ ତାଙ୍କ ଆଉ ଗୋଟେ ପୁଅ ନୁହଁ?ଆମକୁ କାଇଁ ପର ଭାବୁଛନ୍ତି?ଆଉ ଝିଅର ତ ଅଜା ଆଈ ବୋଲିଲେ ଜୀବନ।ତମର କିଛି ଅସୁବିଧା ହବ ନାହିଁ।"
ହେଲେ ବାଧକ ସମାଜ ନୁହଁ।ଝିଅ ଘରେ ରହିବା ପାଇଁ କାହିଁକି ଆତ୍ମ ସମ୍ମାନ ବାଧା ଦିଏ କେଜାଣି?ଝିଅଘର ଠୁ ଦାଣ୍ଡ ବେଶୀ ପ୍ରିୟ।ଝିଅଘର ପାଣି ଗଳିବା ପାଇଁ ଗଳାରେ କଣା ନ ଥାଏ।ତା ଛଡ଼ା ପୁଅ ବି କେବେ ମନା କରିନି ତା ଘରେ ରହିବା ପାଇଁ।ଏତିକି କୁସଂସ୍କାର ଦେଇ ନାହାଁନ୍ତି ସାହାଣୀ ଦମ୍ପତ୍ତି।ପୁଅ ଥାଉ ଥାଉ କାହିଁକି ଝିଅ ଘରେ ପଶିବେ?ସମାଜ କିଛି କହୁ ନ କହୁ ନିଜର କଣ କିଛି ବିବେକ ନାହିଁ।

ସବୁବେଳେ ସାହାଣୀ ବାବୁଙ୍କ ସ୍ତ୍ରୀ କୁହନ୍ତି, ହଇ ହୋ ତମର ତ ସରକାରୀ ଚାକିରୀ, ଲୋନ ଉଠେଇ ଦି ବଖରା ଛାତ ପକେଇ ଦେଲେ ହୁଅନ୍ତା ନାହିଁ।କାମ ତ ଲାଗି ରହିବ ଜୀବନ ସରିଲା ଯାଏଁ।
କେମିତି କଥା କହୁଛ ତମେ?ମୋର ଛୋଟ ମାଷ୍ଟର ଚାକିରୀ।ପୁଅ ଆଗକୁ ପାଠ ପଢ଼ିବ।ଝିଅ ଟା ମୁଣ୍ଡରେ ବସିଲାଣି।ତାକୁ ବି ଭଲ ଘରେ ବାହା ଦେବା।ଏବେ ତ ନିଅଣ୍ଟ ହଉନି ହେଲେ ଆଗକୁ କଣ କରିବା?ଝିଅ ବାହାଘର କୁ ଲୋନ୍ ନେବି ଭାବିଛି।ଆଉ ଚାକିରୀ ପରେ ଯାହା ମୋଟା ରେ ମିଳିବ କିଛି ପୁଅ ଆଉ କିଛି ଝିଅ କୁ ଦେଇ ବାକି ପଇସାରେ ଆମ ପାଇଁ ବଖରା ଟେ ଘର ତୋଳି ଦେବା।ଆଉ ଦଶଟା ବର୍ଷ ଅପେକ୍ଷା କର।ଟିକେ ଦାୟିତ୍ୱ ରୁ ଅଳ୍ପ ମୁକ୍ତି ମିଳିଯାଉ।

ଛପର ଘର ଚାରି ବଖରା ଥିଲା ତାଙ୍କର କାର୍ଯ୍ୟାଳୟ।ହେଲେ ମାଆ ବାପାଙ୍କୁ କଣ କେବେ ଅବସର ଗ୍ରହଣ କରିବାର ସୁଯୋଗ ମିଳେ।ଆଉ ଯଦି ମିଳି ବି ଯାଏ ତାହେଲେ ବି ତାଙ୍କର ବାପାମାଆ ପଣିଆ କୁ ବହୁତ୍ ବାଧା ଦିଏ।ଝିଅ ବାହା,ପୁଅ ପାଠପଢ଼ା ଠୁ ଧରି ଚାକିରୀ,ବିବାହ ଆଉ ପୁଣି ଆଗକୁ ନାତି ନାତୁଣୀ କାମ ସବୁ ଗୋଟିକ ପରେ ଗୋଟିଏ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ଭଳିଆ ଆଗକୁ ଆଗକୁ ମାଡ଼ି ଯାଉଥାଏ। ଜଞ୍ଜାଳି ଜୀବନ ଯେତେ ହନ୍ତସନ୍ତ କରେ ସେତେ ସୁଖମୟ। ସେଥିପାଇଁ କେହି ଏହାକୁ ନା ଛାଡ଼ି ପାରନ୍ତି ନା ଠିକ୍ ସେ ନିଭେଇ ପାରନ୍ତି। ସାହାଣୀ ବାବୁଙ୍କ ସ୍ତ୍ରୀ ନିଜ ମନର କିଛି ଆକାଂକ୍ଷା କୁ ଚାପି କିଛି ବଡ଼ କାମ ତ କରି ନାହାଁନ୍ତି।କାରଣ ସେ ମାଆ। ପୁଅ ଝିଅ ଙ୍କ ଖୁସି ଭିତରେ ନିଜ ଖୁସି ସାଉଁଟି ବା ଖୁବ୍ ଜଣା।ପୁଅ କିନ୍ତୁ ଚାକିରୀ କରି ସାରିଲା ପାରେ ସରକାରୀ କ୍ୱାଟର ପାଇ ଯାଇଛି।ବାପା ବୋଉ ଯେତେ କହିଲେ ବି ତାଙ୍କ ଘର ଛାଡ଼ି କୁଆଡ଼େ ଯିବା ପାଇଁ ନାରାଜ।