Nojoto: Largest Storytelling Platform

##ଧୂସର ସୂର୍ଯ୍ୟ## ତୁମେ ଯେତେ ଶୀଘ୍ର ପାରୁଛ ପଳେଇଯାଅ ଏ

##ଧୂସର ସୂର୍ଯ୍ୟ##

ତୁମେ ଯେତେ ଶୀଘ୍ର ପାରୁଛ ପଳେଇଯାଅ ଏ ଘରୁ।ତୁମ ମାନଙ୍କ କିଛି ଅଧିକାର ନାହିଁ ଏ ଘରେ।ବଡ଼ ଭାଇଙ୍କ ଏମିତି କଥାରେ ଖୁବ୍ ମର୍ମାହତ ଆଉ ଦୁଃଖିତ ହେଇ ଶିବାନୀ ଆଉ ପ୍ରଶାନ୍ତ ନିଜ ଜିନିଷ ପତ୍ର ନେଇ ଘରୁ ଗୋଡ଼ କାଢି ବାକୁ ବାଧ୍ୟ ହେଉଥିଲେ।ଏଇତ ଗୋଟେ ବର୍ଷ ହେଇନି ବାହାଘର,ଶିବାନୀ କେତେ ଆଶା ଆଉ ସ୍ବପ୍ନ ନେଇ ଆସିଥିଲା ଏକ ନୂତନ ଘରକୁ ଆପଣା ପଣ ର ସନ୍ଧାନ କରୁ କରୁ ନିଜ ବିଶ୍ବାସ କୁ ଶେଷରେ ହରେଇ ଦେଲା।

ଶେଷ ଥର ପାଇଁ ଘର ସାରା ବୁଲି ସ୍ମୃତି କିଛି ସାଉଁଟି ବାହାରି ଗଲେ ଆଗ ମୁହାଁ ହେଇ।ଏ ରହି ଯା,, ତୋ ବୋପା ଘରୁ ସାଙ୍ଗରେ ଆଣିଥିବା ସେ କୁକୁର ଟିକୁ ବି ନେଇ ଯାଆ, କିଏ ଆମର ପାରେ କୁକୁର ଗୋଟେ ର ବୋଝ ମୁଣ୍ଡେଇ!

ଲିବିନ୍ ଆଖିରେ ଧୂସର ସୂର୍ଯ୍ୟ ଛାଇ ଗଲା ଏସବୁ ଦୃଶ୍ୟ ଦେଖି।ସତରେ ମଣିଷ ପାଖରେ ଶ୍ୱାନ ଚରିତ୍ର ଟିକକ ବି ନାହିଁ?ମାତ୍ର ଅଳ୍ପ ମାସ,ଏଇ ଛ ମାସ ଖଣ୍ଡେ ହବ ଶିବାନୀ ଙ୍କ ଦେଢ଼ଶୁର ଅର୍ଥାତ୍ ପ୍ରଶାନ୍ତ ଙ୍କ ବଡ଼ ଭାଇ ସୁଶାନ୍ତ ପୁରୋହିତ ନିଦ ବାଉଳା ରେ ଲଣ୍ଡା ଛାତ ଉପରୁ ଖସି ପଡ଼ିଲେ।ଆଉ ମାତ୍ର ପାଞ୍ଚ ମିନିଟ୍ ଡେରି ହେଇଥିଲେ ସେ ହୁଏତ ନ ଥାଆନ୍ତେ।କିନ୍ତୁ ଲିବୁନ୍ ତାଙ୍କୁ ଦେଖି ଶିବାନୀ କାନି କୁ ଟାଣି ଟାଣି ଆଣି ଆସିଲା ତାଙ୍କ ପାଖକୁ। ଶିବାନୀ ଆଉ ପ୍ରଶାନ୍ତ ଙ୍କ ଖୁବ୍ ସେବା ଆଉ ଯତ୍ନ ପରେ କୋମା ରୁ ବାହାରି ଏବେ ସଂପୂର୍ଣ୍ଣ ସୁସ୍ଥ।

ଶିବାନୀ ଚାହୁଁଥିଲା ଭାଇଙ୍କ କଥା ବୁଝିବା ପାଇଁ ଅନ୍ତତଃ ଲିବିନ ସେଠାରେ ରହିଯାଉ କିନ୍ତୁ ଏବେ ସେ ଗୋଟେ କଡ଼ି ବି ତାଙ୍କ ଭିତରେ ସଂଯୋଗ ସ୍ଥାପନା କରିବା ପାଇଁ ରହିବ ନାହିଁ। #yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
 #ମହା_ବିସ୍ମୟ