Nojoto: Largest Storytelling Platform

ମା ମମତାମୟୀ ଦେବୀଟିଏ । ତା ପଣତରେ ସଂସାର ଯାକର

        ମା ମମତାମୟୀ ଦେବୀଟିଏ । ତା ପଣତରେ ସଂସାର ଯାକର ସୁଖ ଥାଏ । କି କୁହୁକ ଜାଣିଥାଏ କେଜାଣି ମଣିଷ ଯେତେ ଦୁଃଖରେ ଥିଲେ ସେ ମନକୁ ପଢିଥାଏ । ଆଉ ମିନିଟ୍ ଭିତରେ ସବୁ ଦୁଃଖକୁ ଭୁଲେଇ ଦିଏ । ତା ପାଖରେ ଥିଲେ କିଛି ବି ଡ଼ର ନ ଥାଏ । ସତରେ ମା ପରି ଆଉ କେହି ନୁହେଁ ।
କିଛି ଭୁଲ କଲେ ଗାଳି ଦିଏ ସତ ଆଉ ମାରିଥାଏ ହେଲେ ତା ଅନ୍ତର ହୃଦୟ ସେଥିପାଇଁ କେତେ ଯେ କଷ୍ଟ ପାଏ । ତା ଗାଳି ବି ତା ଠୁ ସୁନ୍ଦର ।କେବେ ଦେହ ଖରାପ ହେଲେ ପାଗଳୀ ପରି ହୋଇଥାଏ ।ରାତି ରାତି ଅନିଦ୍ରା ହୋଇ ଆମର ସେ ସେବା କରେ । 

            କେହି ପାରିବ ସୁଝି ତା ମମତା ର ମୂଲ୍ୟ କୁ ,କେବେ ବି ନୁହେଁ । ତା ବିନା ଘର ଅନ୍ଧାର ,ଜୀବନ ବି ଅନ୍ଧାର । ତା ହସ ଦେଖିଲେ ଜୀବନର ସବୁ ଦୁଃଖ ଭୁଲି ଯାଏ । ଏଠି ସବୁ ତ ସ୍ବାର୍ଥ ପାଇଁ ଆମ ପାଖରେ ଥାନ୍ତି ଆଉ ଛାଡି ଚାଲିବି ଯାନ୍ତି ,କିନ୍ତୁ ମା ତ ନିଃସ୍ବାର୍ଥ ପ୍ରେମ ଆମ ଜୀବନରେ ଦେଇଥାଏ, ତା ବଦଳରେ କିଛି  ବି ଦରକାର ନ ଥାଏ ତା'ର । ସେ ତ ଖାଲି ମମତା ବଦଳରେ ମମତା ଖୋଜିଥାଏ । କିଏ ବା ତା କଷ୍ଟ ର ଋଣ ସୁଝିପାରିବ । ଦଶ ମାସ କେତେ ଯେ କଷ୍ଟ ପାଏ ଆମକୁ ପେଟରେ ଧରି । ହେଲେ ସେ କଷ୍ଟକୁ ବି ହସି ହସି ସହି ନିଏ ସନ୍ତାନ ପାଇଁ । ସନ୍ତାନ ପାଇଁ ତା ଜୀବନକୁ ବି ବାଜି ଦେଇ ପାରେ । ତା ମୂଲ୍ୟ କୁ ବୁଝନ୍ତୁ ,ତାଙ୍କୁ ସମ୍ମାନ କରନ୍ତୁ । ଏ କଥା ଭୁଲନ୍ତୁନି ଆଜି ଯାହା ବି ଅଛ ଖାଲି ମା ମାନଙ୍କ ପାଇଁ । 🙏🙏
 
 #yourfeelings 
#yqdidi 
#ମା 
#ମା_ମମତାମୟୀ

#yourfeelings #yqdidi #ମା #ମା_ମମତାମୟୀ