Nojoto: Largest Storytelling Platform

ଜୀବନର ଷ୍ଟପ୍ ଚିହ୍ନ 🍁🍁🍁🍁🍁 ଜୀବନ ରାସ୍ତାରେ କେତେ ଷ୍

ଜୀବନର ଷ୍ଟପ୍ ଚିହ୍ନ
🍁🍁🍁🍁🍁
ଜୀବନ ରାସ୍ତାରେ କେତେ ଷ୍ଟପ ଚିହ୍ନ
ପ୍ରଭୁଙ୍କର ବରଦାନ।
ସତର୍କ କରନ୍ତି କ୍ଷଣ ପ୍ରତି କ୍ଷଣ
ବିଭୁର ଅଟେ ବିଧାନ।

ସଂଘର୍ଷ ର ପଥେ ଝଡ ଝଂଜା ଗତେ
ଦୁଃଖ ସୁଖ ପରିପଥେ।
ଅଭିନୟ କରେ ଜୀବ ଥିବା ଯାଏ
ଷ୍ଟପ ଚିହ୍ନ ଅନୁ ଗତେ।

ପାହାଡ ପର୍ବତ ଦଶ ଦିଗ ପଥ
ସୁପଥ ବିପଥେ ରଥ।
ତନୁ ରଥ ଚାଲେ ମନ ଉପଗତ
ଚିତ୍ତ କୁ କରି ସ୍ଵାଗତ।

ଅଚେତନ ମଧ୍ୟେ ଶିକ୍ଷା କୁ ଆବୋରି
ଜ୍ଞାନ କୁ ସାରଥି କରେ।
ଯେତେ ଚତୁରେ ଚେତନ ଥିଲେ ସୁଦ୍ଧା
ଷ୍ଟପ ଚିହ୍ନ ଘଟ ଧରେ।

 ବିରତି ରେ ଗତି ମନରେ ଆପତ୍ତି
ସୁଖ ଖୁଁଜେ ଦିନ ରାତି।
ବିଳାସ ର ମନେ ଅଚେତନ ଜନେ
ଦୁଃଖ ପାଏ ରୀତି ମାତି।

 ଷ୍ଟପ ଚିହ୍ନ ଦେଇ ଆଭାସ ମିଳଇ
ଜନ ବୁଝି ପାରେ ନାହିଁ।
ଅବୁଝା ଅମଣା ଗତି କରି ଥାଏ
ଫୁଲ ଷ୍ଟପ ଆସେ ଧାଇଁ।

ଜୀବ ଥିବା ଯାଏ ଷ୍ଟପ ଚିହ୍ନ ଆସେ
 ଧୈର୍ଯ୍ୟ ରେ ଯିଏ ଅଟକେ ।
ଜୀବନରେ ସିଏ ବାଜି ମାରିଥାଏ
ପଥେ କେବେ ନ ଭଟକେ।

ପାଏ ପ୍ରତି ଜନ ସୁଯୋଗ ସମ୍ମାନ
ଯେବେ କରେ ପ୍ରଭୁ ଗାନ।
ଷ୍ଟପ ଚିହ୍ନ ବଳେ କରନ୍ତି ମଙ୍ଗଳ
ବେଳ ଦେଖି ହେଜ ଜ୍ଞାନ।

ଘାତ ପ୍ରତି ଘାତ ରୋଧ ପ୍ରତି ରୋଧ
ବିଷମେ ଆସେ ବିରୋଧ ।
ହେବ ଷ୍ଟପ ଚିହ୍ନ ଫୁଲ ଷ୍ଟପ ଦିନେ
ଅତି ହେଲେ ଅହଁ କ୍ରୋଧ।

ଡ଼ାଃ ଶ୍ରୀବତ୍ସ ମେହେର
ମାନେଶ୍ୱର, ସମ୍ବଲପୁର

©Sri batsa Meher
  jibana ra stop chinha
ଜୀବନର ଷ୍ଟପ ଚିହ୍ନ

jibana ra stop chinha ଜୀବନର ଷ୍ଟପ ଚିହ୍ନ #କବିତା

54 Views