ଯଦି କେବେ ସମୟ ଅଟକି ଯାଏ ତେବେ ଫଗୁଣର ସାତ ରଙ୍ଗ କୁ ଚୋରେଇ ଆଣିବି ତମକୁ ରଙ୍ଗ ରେ ଭିଜେଇବା ପାଇଁ.. ଆଷାଢ଼ର ଭିଜା ମାଟିର ମହକର ଅତର ନେଇ ଆସିବି କେବଳ ତୁମରି ପାଇଁ... ସ୍ବର୍ଗର ପାରିଜାତ ଆଣିବି ଚୋରେଇ ତୁମେ ଗଭା ରେ ଖୋଷିବ ବୋଲି.. ଜହ୍ନ କୁ ଖସେଇ ଆଣିବି ତୁମେ ଟିକିଲି କରିବ ବୋଲି... ଶ୍ରାବଣ ର ସବୁଜିମାରେ ତମକୁ ସଜେଇବି ପ୍ରକୃତି ଈର୍ଷା କରିବା ଯାଏଁ... ତମକୁ ଏମିତି ପାଉଥିବି ଭଲ ଶେଷ ନିଃଶ୍ୱାସ ମୋ ଛାଡ଼ିବା ଯାଏଁ... ©Subrat Kanungo #Sunrise