Nojoto: Largest Storytelling Platform

White ବର୍ଷା ଛିଟା ମାରେ ଶ୍ରାବଣର ସକାଳଟାରେ ଟିକେ ଟିକେ

White  ବର୍ଷା ଛିଟା ମାରେ
ଶ୍ରାବଣର ସକାଳଟାରେ
ଟିକେ ଟିକେ
ଦେହ କୁ ସେ ଓଦା କରେ 
ଆଗେ ଆଗେ ଭାରି ଭଲ ଲାଗେ
ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ
ପାପୁଲିଏ ଲାଜରେ ଲାଜେଇ ଯାଇ 
ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ
ସବୁଥିରୁ ନିଜକୁ ଦୂରେଇ ଦେଇ
ମନେ ମନେ କହୁଥାଇ
ଆଉ  କେହି ତ ପଚାରୁ ନାହିଁ
 ମୁଁ କାହିଁ ଲେଖୁ ନାହିଁ
ସତରେ
ଶପଥ କରିଛି ଆକାଶକୁ ଚାହିଁ 
କାହା ପାଇଁ  ଆଉ କେବେ ଲେଖିବି ନାହିଁ
କାହା କଥା ଭାବିବି ନାହିଁ
କାହାକୁ କିଛି କହିବି ନାହିଁ 
ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ
କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ
କି କାହାକୁ ଦୋଷ ଦେବି ନାହିଁ


                           ଚିନ୍ମୟ ମିଶ୍ର rain in morning
White  ବର୍ଷା ଛିଟା ମାରେ
ଶ୍ରାବଣର ସକାଳଟାରେ
ଟିକେ ଟିକେ
ଦେହ କୁ ସେ ଓଦା କରେ 
ଆଗେ ଆଗେ ଭାରି ଭଲ ଲାଗେ
ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ
ପାପୁଲିଏ ଲାଜରେ ଲାଜେଇ ଯାଇ 
ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ
ସବୁଥିରୁ ନିଜକୁ ଦୂରେଇ ଦେଇ
ମନେ ମନେ କହୁଥାଇ
ଆଉ  କେହି ତ ପଚାରୁ ନାହିଁ
 ମୁଁ କାହିଁ ଲେଖୁ ନାହିଁ
ସତରେ
ଶପଥ କରିଛି ଆକାଶକୁ ଚାହିଁ 
କାହା ପାଇଁ  ଆଉ କେବେ ଲେଖିବି ନାହିଁ
କାହା କଥା ଭାବିବି ନାହିଁ
କାହାକୁ କିଛି କହିବି ନାହିଁ 
ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ
କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ
କି କାହାକୁ ଦୋଷ ଦେବି ନାହିଁ


                           ଚିନ୍ମୟ ମିଶ୍ର rain in morning