Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୩

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୭)

କ୍ରମଶଃ......... କଲେଜ୍ ପହଞ୍ଚିଲା ପରେ ତା ଆଖି ଖାଲି ଯୋଗେଶ କୁ ଖୋଜୁ ଥାଏ ଯେମିତି ତା ଆଖି ର କଜ୍ଜଳ ଚିତ୍କାର କରୁଛନ୍ତି ଯୋଗେଶ ର ଝଲକ ପାଇଁ।ତା ଅଧରର ନାଲି ଏଇନେ ଫିକା ପଡ଼ି ଯିବ ତାକୁ ନ ପାଇଲେ ଆଉ ତା ହଳଦୀ ମାଖି ଦେହ ଟି କେବଳ ଯୋଗେଶ କୁ ହିଁ ଦିଶନ୍ତା ଆଉ ଅନ୍ୟ ମାନଙ୍କ ପାଇଁ ଅଦୃଶ୍ୟ ହୋଇ ଯାଆନ୍ତା।କେବଳ ଯୋଗେଶ ପାଇଁ ନିଜକୁ ସମର୍ପଣ କରିବା ଉଦ୍ଦେଶ୍ୟରେ ସେ ଦିନ ସେ ଆସିଥାଏ। ମାମାଲି ଏତେ ସୁନ୍ଦର କେବେ ବି ଦିଶିନାହିଁ,ଏମିତି କି ଏତେ ନିରୀହ ଚେହେରା ଏମିତି ଆକର୍ଷିତ ଆଖି ଜନ୍ମିତ ଶିଶୁଟିର ମଧ୍ୟ ନ ଥିବ।ଆରେ ହଁ ସେ ବି ତ ଏଇନେ ହିଁ ଜନ୍ମ ହେଇଛି ଉନ୍ମୁକ୍ତ ହୃଦୟ ଟେ ଧରି, ନୂତନ ପ୍ରେମିକା ରୂପୀ ଗୁଳ୍ମ ଟିଏ। ଏ କେ ନାୟକ ସାର୍ କ୍ଲାସ୍ ଆରମ୍ଭ ହେଇଗଲାଣି ହେଲେ ଯୋଗେଶ ଏଯାଏଁ ଆସି ନାହିଁ। ମାମାଲି ର ଧର୍ଯ୍ୟ ଶକ୍ତି ଅଧର୍ଯ୍ୟ ହେବାରେ ଲାଗିଲାଣି।ସତେ ଯେମିତି ହୃଦୟଟା ଶୀତଳଭଣ୍ଡାର ଭିତରେ ରହି ହିମ ପାଲଟି ଯାଉଛି।କିଛି କ୍ଷଣ ପରେ ସେ ସ୍ପନ୍ଦନର ଗତି ଯାହା ଧିରେ ଧିରେ ମନ୍ଥର ହବାକୁ ଲାଗିଥାଏ ଯୋଗେଶ ର ଅପେକ୍ଷାରେ,ଏବେ ବୋଧେ ତାର ବିଳମ୍ବିତ ଆଗମନ ସେ ଗତିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବ।ଶ୍ରେଣୀ ଗୃହ,ଅନ୍ୟ ବନ୍ଧୁ,ସାର୍, ବ୍ଳାକ ବୋର୍ଡ ସବୁ ତା ପାଇଁ ଅଦୃଶ୍ୟ ଥିଲେ ଆଉ organic chemistry ସବୁ ତା ମୁଣ୍ଡ ଉପର ଦେଇ ଗତି କରୁଥାଏ।ଯେମିତି ତା ହୃଦୟ ରୁ ବାହାରୁ ଥିବା ପ୍ରେମର ବିକିରଣ ତା ଚତୁଃପାର୍ଶ୍ଵର ସବୁକିଛି କୁ ବିକର୍ଷିତ କରୁଥାଏ।
     "May I coming sir"  ଏ ପଦ ଟି ବହୁତ୍ ଆପଣାର ଲାଗିଲା ଜଣକୁ।କାହାର ବନ୍ଦ୍ ହୋଇଯାଉଥିବା ହୃଦୟ ସ୍ପନ୍ଦନରେ ଅମ୍ଳଜାନ ଭଳି ଜୀବନ ଭରିଦେଲା।ସାର୍ ସରି ଆଜି ଡେରି ହେଇଗଲା କହି ଆଉ ସାର୍ ଙ୍କ ଅନୁମତି ରେ ଗୋଟେ ଲକ୍ଷ୍ୟରେ ଫାଙ୍କା ଥିବା ସିଟ୍ ରେ ବସି ପଡ଼ିଲା।ଟିକେ ବି ବିଳମ୍ବ ନ କରି ନୋଟ୍ ଆଉ ପେନ୍ କାଢ଼ି ଅତି ଆଜ୍ଞାଧୀନ ଛାତ୍ର ଟେ ପରି ଲେଖିବାକୁ ଲାଗିଲା।ସାର୍ ଙ୍କ ପ୍ରତ୍ୟେକ ବାକ୍ୟରେ ମୁଣ୍ଡ ଟିକୁ ହଲେଇ ଦେଇଥାଏ। ମାମାଲି ଯେ ଗୋଟେ ଲକ୍ଷ୍ୟ ରେ ଯୋଗେଶ କୁ ହିଁ ଲକ୍ଷ୍ୟ କରୁଥାଏ।ତାକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଲା ଯେ ଯୋଗେଶ ତା ଆଡ଼କୁ ଗୋଟେ ନଜର ବି ପକେଇ ନାହିଁ।ତା ସାଜ ସଜ୍ଜା ସବୁ ତାକୁ ଫିକା ଲାଗୁଥାଏ।ହୁଏତ ସେ ଡେରି ରେ ଆସିଛି କହିକି ଏପରି ବ୍ୟବହାର କରୁଛି ଭାବି ଟିକେ ଶାନ୍ତ ଥିଲା।ସେ ବି ନୋଟ ଲେଖିବା ଆରମ୍ଭ କରିଛି ଆଉ ଅପେକ୍ଷା ରହିଲା କ୍ଲାସ୍ ସରିବା।ସେ କ୍ଲାସ୍ ସରିବା ଘଣ୍ଟି ଟା ତାକୁ ଶିବ ମନ୍ଦିର ଘଣ୍ଟି ଠୁ ବି ବେଶୀ ପବିତ୍ର ଆଉ ଆଶିର୍ବାଦ ଭଳିଆ ଲାଗିଲା।
     ଆଜି ସେ ସବୁ କହିଦେବ ଗୋଟି ଗୋଟି କରି,ଯାହା ସେ ଅନୁଭବ କରିଛି ଆଉ କରି ଆସୁଛି।ସେ ବି କେତେ କଷ୍ଟ ପାଇଛି ,କେତେ ରାତ୍ରି ଅନିଦ୍ରା ହେଇଛି ,କେତେ ସ୍ବପ୍ନ ଦେଖିଛି ଆହୁରି ବହୁତ୍ କିଛି।ଆଜି ତାକୁ ଏସବୁ କହି ତାକୁ କେତେ ଖୁସି ଦବ ସେ ଜାଣିନି କିନ୍ତୁ ନିଜେ ହାଲୁକା ହବାର ସ୍ବାର୍ଥ ତାକୁ ଟାଣି ଆଣୁଛି ତା ପାଖକୁ।ସେ ବୋଝ ଏତେ ଦିନରୁ ତାକୁ ଭିତରୁ ଭିତରୁ ଖୋଳ କରିଦେଇ ଥିଲା। ପ୍ରେମର ପରିପ୍ରକାଶ କରିବା ଆଗରୁ ନିଶ୍ଚୟ ବହୁତ୍ ସାହସ ଦରକାର୍ ଆଉ ସେ ସାହସ ଜୁଟେଇବା ବି ଯଦି ଏତେ ସହଜ ହୁଅନ୍ତା ଆଜି ଏତେ ପ୍ରେମ କାହାଣୀ ଆରମ୍ଭ ହବା ପୂର୍ବରୁ ସମାଧି ପାନ୍ତା ନାହିଁ।ସାରା ଜୀବନ କଟି ଯାଏ ଆଉ ପ୍ରେମ ବି ମନ ଭିତରେ ଜଳି ଜଳେଇ ପାଉଁଶ କରିଦିଏ ହୃଦୟକୁ ଆଉ ଜୀବନ କୁ ଏମିତି କି ପ୍ରେମକୁ କିନ୍ତୁ ଏହାର ପ୍ରକାଶ ଯେ ଜୀବନକୁ ପ୍ରକାଶିତ କରିଥାଏ ଏ କଥା କେହି ବୁଝିବା ଆଗରୁ ସବୁଦିନିଆ ଅମାବାସ୍ୟା ର ଛାୟା ଖେଳିଯାଏ ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ।ହେଲେ ମାମାଲି ତ ବହୁତ୍ ସାହସୀ ଝିଅ।ସେ ଆଜି ଆଉ ଏକ ଉଦାହରଣ ସାଜିବାକୁ ଯାଉଛି ପ୍ରେମର ଇତିହାସରେ।ଏତେ ସବୁ ସଂଘର୍ଷ,ଭବିଷ୍ୟତ,ଲକ୍ଷୟ, ପରିବାର ଆଉ ନ୍ୟାୟ ସମସ୍ତଙ୍କ ଭିତରୁ ପ୍ରେମକୁ ପ୍ରାଧାନ୍ୟ ପ୍ରଦାନ କରି।ଏସବୁ କୁ ପ୍ରେମର ଆଗରେ ପ୍ରତିବନ୍ଧକ କରି ତ ସମସ୍ତେ ପ୍ରେମକୁ ସ୍ବୀକାର କରି ପାରନ୍ତି ନାହିଁ।ଆଗକୁ ବଢ଼େଇ ପାରନ୍ତି ନାହିଁ ସେ ସ୍ୱର୍ଗୀୟ ସମ୍ପର୍କ କୁ।ବାହାନା ନୁହଁ ପ୍ରେମ ପାଇଁ ପଦକ୍ଷେପ ଦରକାର୍।ଆଉ ୟା ମଝିରେ ଯାହା କିଛି ବି ଆସୁ ସବୁ କେବଳ ସଂକେତ ନିଜ କାପୁରୁଷତା ର।
         ଆଜି ଏ କଣ ହଉଛି?ଏସବୁ ସଂଯୋଗ ନା ଯୋଗେଶ ଜାଣି ଜାଣି ତାକୁ ଅଣଦେଖା କରୁଛି।ସେ କ୍ଲାସ୍ ରୁ ବାହାରିବା ପୂର୍ବରୁ ଯୋଗେଶ ବାହାରି ସାରିଥିଲା।ତାକୁ ବହୁତ୍ କଷ୍ଟ ହଉଥାଏ ସବୁ ଥର ଠୁ ଅଧିକ କିନ୍ତୁ ଆଜି ସେ ପଥର ହେଇକି ଆସିଛି।ସବୁ ସହିବ।ପଥର କୁ କଣ ସେ ପଥର ମାଡ଼ କଷ୍ଟ ଦେଇ ପାରିବ।ଆଜି କିନ୍ତୁ ତା ମନ ଭିତରେ ଜଳୁଥିବା ନିଆଁ ଯାହା କୁ ତାକୁ ତିଳ ତିଳ କରି ଜଳାଏ ତାକୁ ଟିକେ ଶାନ୍ତ କରିବ।ଯୋଗେଶ କିନ୍ତୁ ମନ ଭିତରେ ପଶ୍ଚ୍ୟାତାପ ର ବୋଝ ନେଇ ତା ଆଖିରେ ଆଖି ମିଶେଇ ପାରୁ ନ ଥିଲା।କିନ୍ତୁ ମାମାଲି ଆଖି ଦ୍ବୟ ବ୍ୟାକୁଳ ଥିଲେ ତାର ସେଇ ଆଖି ସାଙ୍ଗେ ପ୍ରେମର ବାର୍ତ୍ତାଳାପ ପାଇଁ।ଆଜି ସେ ସଂସ୍କାର ଆଉ ଭଦ୍ରତା ର ବି ସୀମା ଉଲଂଘନ କରିବାକୁ ରାଜି ଥାଏ।
       ଯେଉଁଠି ଯୋଗେଶ ବସେ ଯେବେ ମାମାଲି ତା ପାଖରେ ନ ଥାଏ,ଯେବେ କ୍ଲାସ୍ ନ ଥାଏ,ଆଉ ପ୍ରଥମ ଥର ଯେବେ ସେ ଯେଉଁ ଜାଗାରେ ବସି ମାମାଲି କୁ ଦେଖି ଥିଲା,ହଁ ସେଇ ତାଙ୍କ ପ୍ରେମର ପହିଲି ସାକ୍ଷୀ ବର ଗଛ ଆଉ ଚାନ୍ଦିନୀ।ଦଉଡ଼ି ଯାଉଥିଲା ପିଲାଙ୍କ ଗହଳି ଭିତରେ ତାକୁ ଡାକି ଆଣିବାକୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ।ଆସୁଥିଲା ବାଟରେ କିଛି କଥା ତାର ଦୃଷ୍ଟି ଆକର୍ଷଣ କଲା।ଯୋଗେଶ ଆଉ ତାର ପ୍ରେମ ମଧ୍ୟରେ ମାତ୍ର ଛଅ ହାତର ଦୂରତା ଆଉ ତା ମଧ୍ୟରେ ତାକୁ ଅତି ଶକ୍ତ ଚୁମ୍ବକ ଭଳି ଟାଣି ନବା ସେ ପିଲା ଦୁଇ ଜଣଙ୍କ ଧୀରେ ଧୀରେ ବାର୍ତ୍ତାଳାପ।"ସତରେ ଯୋଗେଶ ବହୁତ୍ ଭାଗ୍ୟବାନ।ଏମିତି ପରିବାର, ଭଗବାନ ଭଳି ବାପା ମାଆ କାହା ଭାଗ୍ୟରେ ଥିଲେ ଏମିତି ପରିବାର ମିଳେ।ତଥାପି ଗର୍ବ ର ଛିଟା ନାହିଁ। ମାମାଲିର ଛାତି କୁଣ୍ଢେମୋଟ ହେଇ ଯାଉଥାଏ।ତାକୁ ଲାଗିଲା ତା ପରିବାର ବିଷୟରେ କେହି କିଛି କହୁଛନ୍ତି ଆଉ ଏସବୁ ପ୍ରଶଂସା ଶୁଣି ଯେମିତି ନିଜେ ଗର୍ବିତ ଆଉ ନିଜକୁ ଭାଗ୍ୟବାନ ମନେ କରୁଛି।ତା ପରିବାର ଭଳିଆ ନୁହଁ ସେ ମନେ ମନେ ନିଜ ପରିବାର ହିଁ ଭାବିଛି।ଇଚ୍ଛା ହଉଥାଏ ଏମିତି ଶୁଣୁ ଥାଆନ୍ତା।
                   ହେଲେ ୟା ଭିତରେ ତାର ପାଦ ତଳ ଭୂଇଁ ଖସିଗଲା।ତା ହୃଦୟ ଭାଙ୍ଗିବାର ଶବ୍ଦ ହୁଏତ ଶୂନ୍ୟରେ ବି ଶବ୍ଦ କରିବ। ସ୍ବପ୍ନ ଚୁନା ହବାର ଯନ୍ତ୍ରଣା କଣ ଏତେ ଶୀଘ୍ର ସେ ଅନୁଭବ କରିବ ଜାଣି ନ ଥିଲା।ନିଜ କାନ ଉପରେ ବିଶ୍ବାସ ହଉ ନ ଥାଏ,ଯେତେବେଳେ ସେମାନେ କଥା ହେଉଥିଲେ କି,"ମାମାଲି ଭଳି ଧର୍ଷିତା ଆଉ ବିଚାରି ଝିଅ କୁ ସେ ସାହାର୍ଯ୍ୟର ପ୍ରତିଶୃତି ଦେଇ ନିଜ ମହାନତା ର ପ୍ରମାଣ ଦେଇଛନ୍ତି।"ଫୋନ୍ ଟିକୁ ବିନା ଅନୁମତି ରେ ଛଡ଼େଇ ଆଣିଲା ଆଉ ସବୁ ଦେଖି ସରିବା ପରେ ଚିତ୍କାର,ବିଳାପ ହୁଏ ତ  ଏତେ କରୁଣ ଯିଏ ଶୁଣିବ ସେ କେବଳ ଶୁଣିବ ନାହିଁ ତା କଷ୍ଟକୁ ଅନୁଭବ କରିପାରିବା।ଫୋନ୍ ଟିକୁ ତାଙ୍କୁ ଧରେଇ କ୍ଷମା କରିବେ କହିକି ଦୌଡ଼ିବାରେ ଲାଗିଲା ପଥଭ୍ରଷ୍ଟ  ବାଟୋଇ ଟେ ପରି ଦିଶାହିନ ହେଇ।ଯୋଗେଶ କିଛି ବୁଝି ପାରିଲା ନାହିଁ ତା ପଛେ ପଛେ ତା ଠୁ ବି ବେଗରେ ଦୌଡ଼ିବାକୁ ଲାଗିଲା।ଆଜି ଏ ଦୃଶ୍ୟ ବିଲକୁଲ୍ ଅଦୃଶ୍ୟ କି ଅଗୋଚର ନ ଥାଏ କାହା ସାମ୍ନାରେ।

କ୍ରମଶଃ......