Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୩

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୯)

କ୍ରମଶଃ......... ହୃଦୟ ଭାଙ୍ଗିବାର ଶବ୍ଦ କେହି ଶୁଣି ପାରନ୍ତି ନାହିଁ କିନ୍ତୁ ସେ ଶବ୍ଦ ହୃଦୟର ମହା ଶୂନ୍ୟ ରେ କୋଳାହଳ ସୃଷ୍ଟି କରିଦିଏ।ଆଉ ଏଠି ପ୍ରେମର ମୂଳଦୂଆ ବିଶ୍ବାସ କେବଳ ଭାଙ୍ଗିକି ଚୁନା ନୁହଁ ଜଳିକି ପାଉଁଶ ହେଇ ଯାଇଛି। ମାମାଲି ବହୁତ୍ ଡରେ ପ୍ରେମ କରିବାକୁ।ଯେମିତି ଯା ପୁଅ କୁ ସାପ କାମୁଡ଼ିଲେ ତା ମାଁ ପାଳ ଦଉଡ଼ି ଦେଖିଲେ ବି ଡରେ।ଠିକ୍ ସେମିତି ତା ହୃଦୟ ଏମିତି ବି ଭାଙ୍ଗି ଯାଇଥିଲା ଯେତେବେଳେ ତାକୁ ନିର୍ମମ ଭାବରେ ଧର୍ଷଣ କରାଯାଇଥିଲା। ମାନବିକତା ଉପରୁ ତାର ବିଶ୍ୱାସ ଉଠି ଯାଇଥିଲା।ଏସବୁ ପରେ ସମାଜ ତା ସାଙ୍ଗରେ ଯାହା ଅନ୍ୟାୟ କରିଥିଲା,ସେ ଯେତେଥର ଉଠିବାକୁ ଚେଷ୍ଟା କରିଥିଲା ତାକୁ ବାରମ୍ବାର ଧକ୍କା ଦେଇଥିଲା, ରୋକିଥିଲା ଆଗକୁ ଯିବାକୁ,ତାର ପ୍ରତିବନ୍ଧକ ସାଜିଥିଲା।ଆଉ ଭାଗ୍ୟ,ସେ ତ ତାର ପରମ ବଇରୀ ସାଜିଥିଲା।ଏସବୁ କଣ କମ୍ ଥିଲା ତା ପାଇଁ?ଏତେ ଭିତରେ ଭଙ୍ଗା ମନକୁ ଯୋଡ଼ି ଭାଗ୍ୟ ସାଙ୍ଗେ ଲଢ଼ି ସେ ସଂଘର୍ଷ କରିଥିଲା,ନିଜ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଆଉ ୟା ଭିତରେ ଯୋଗେଶ ର ଭଲ ପାଇବା,ତାର ପ୍ରତିବନ୍ଧକ ଥିଲା କି ତାର ପ୍ରେରଣା ସେ ଜାଣି ନ ଥିଲା ଆଉ ଅଜାଣତ ରେ ତାକୁ କଷ୍ଟ ପ୍ରଦାୟକ ପ୍ରେମ ଶେଷରେ ହେଇଗଲା।ପ୍ରେମ କିଛି ଶିଖାଉ କି ନାହିଁ ମିଥ୍ୟା ଆଶା କରିବା ଶିଖେଇ ଦିଏ।ତଥାପି ସେ ଲଢ଼ିଥିଲା ନିଜ ହୃଦୟ ସାଙ୍ଗରେ।ନିଜ ଭିତରେ ସେ ଭାବନା କୁ ଅସ୍ତ୍ରୋପଚାର କରି ସମାହିତ କରି ଦେଇଥାନ୍ତା,ସମସ୍ତ ଯନ୍ତ୍ରଣା ସହି,ହେଲେ ସେ ରାତି ତା ପାଇଁ ଆଶାର କିରଣ ବିକିରଣ କରି ଦେଇଥିଲା,ତା ପୋତି ହେଇ ଯାଇଥିବା ପ୍ରେମ ଉପରେ।ତାହା ପୁଣି ଅଙ୍କୁରିତ ହେଲା,ମୁଣ୍ଡ ଟୁଙ୍ଗାରି ଉଠିଲା।ଖାଲି ବାକି ଥିଲା ଗୋଟେ ପାଦ ର ରାସ୍ତା।ହେଲେ ତାକୁ ମୂଳରୁ ଉପୁଡ଼ା ହେଲା ପୁଣି ଦଳି ଦିଆଗଲା।
      ବହୁତ୍ କଷ୍ଟ ହୁଏ ଯେତେବେଳେ ଯାହାକୁ ନେଇ ତମେ ସପ୍ନ ଦେଖ, ଶୋଇ ଚେଇଁ,ଜାଗ୍ରତ ସୁପ୍ତ ଅବସ୍ଥାରେ,। ବର୍ଷ ର ଅପେକ୍ଷା ଆଉ ଗୋଟେ ଗୋଟେ ମୁହୂର୍ତ୍ତ ବର୍ଷ ଉପରେ ଭାରି।ଏମିତିରେ ଯେବେ ଅତି ନିଷ୍ଠୁର ଭାବରେ ତୁମକୁ ଜଣାଇ ଦିଆଯିବ କି ସେ ପ୍ରେମ ଏକତରଫା ହିଁ ଥିଲା।ତା ଭିତରେ କେବଳ ତମେ ଥିଲ,ତାର ନାମ ମାତ୍ରକ ଅବସ୍ଥିତି ନ ଥିଲା, ୟାଠୁଁ ବଡ଼ ଯନ୍ତ୍ରଣା କଣ ହେଇପାରେ।ଧାରୁଆ ଛୁରୀ, ବେଗବାନ୍ ବନ୍ଧୁକ ଗୁଳି ଆଉ ମୁନିଆଁ ତୀର କେବେ ଏତେ ଯନ୍ତ୍ରଣା ଦେଇ ପାରିବେ ନାହିଁ।ସେମାନେ ନିଜ ଅସ୍ତିତ୍ଵ ହରେଇ ଦେବେ ଏ ଯନ୍ତ୍ରଣା ସାମ୍ନାରେ।ହେଲେ ମାମାଲି....ସେ ତ ପ୍ରେମର ଚକ୍ରବ୍ୟୁହ ରେ ଫସିଥିବା ନିରୀହ ହୃଦୟ ଯାହାକୁ ମୃତ୍ୟୁ ର ଭୟ ନାହିଁ।କି ତାକୁ ସେଠୁ ବାହାରି କଷ୍ଟର ଉପସମର ଇଚ୍ଛା ନାହିଁ।ବହୁତ୍ ଭାଙ୍ଗିଗଲା ସେ।ସେ ଦିନର କାଳ ରାତ୍ରି  ଠୁ ବି ବେଶୀ ଅନ୍ଧାର ତା ପାଇଁ ଆଜି ଦିନ ହେଇଗଲା।
       ରୀତୁର ଭଲ ପାଇବା ମାମାଲି ପାଇଁ ଅତୁଳନୀୟ କିନ୍ତୁ ପ୍ରେମ ଏକ ଏମିତି ଜନ୍ତୁ ସେ କିଛି ମାନେ ନାହିଁ।ଯୋଗେଶ ପ୍ରତି ତାର ଦୁର୍ବଳତା ବହୁତ୍ ଆଗରୁ ଆସିଯାଇଥିଲା। ହୁଏତ ମାମାଲି ର ଅନୁପସ୍ଥିତି ରେ ଦୁହେଁ ପରସ୍ପର ର ସାହାରା ହେଇଥିଲେ।ଏ ଭିତରେ ନିବିଡ ବନ୍ଧୁତ୍ୱ ସାଙ୍ଗରେ କେବେ ଯେ ସେ ଯୋଗେଶ କୁ ନିଜ ମନ ଟିକୁ ସମର୍ପି ଦେଇଛି ସେ ନିଜେ ବି ଜାଣି ନ ଥିଲା।ଏସବୁ ସ୍ୱତଃପ୍ରବୃତ ନା କେବଳ ବାହାନା,କିନ୍ତୁ ରୀତୁ ସବୁ ବରଦାସ୍ତ କରିବ, ମାମାଲି ପାଇଁ ସବୁ ତ୍ୟାଗ କରି ପାରିବ ହେଲେ ଏସବୁ ଭିତରେ ଯଦି ଯୋଗେଶ ଆସେ ସେ ସ୍ୱାର୍ଥପର ହେଇଯାଏ।ହୁଏତ ସେ ଚାହିଁ ଥିଲେ ସେ ଦିନ ଗୋଟେ ସମ୍ପର୍କ ଏତେ ନିର୍ଦ୍ଦୟ ଭାବରେ ମୃତ୍ୟୁ ବରଣ କରିବା ଆଗରୁ ଜୀବନଦାନ ପାଇ ପାରି ଥାଆନ୍ତା।ହେଲେ ସେ ଚେଷ୍ଟା କରିନି କି ଜାଣି ଜାଣି କରିବାକୁ ଚାହିଁ ନାହିଁ।
ଯୋଗେଶ ସେ ଦିନ ସବୁ ଘଟଣା ତାକୁ କହିଥିଲା କାରଣ ମାମାଲି ପରେ ଯଦି କିଏ ତାର ନିକଟତର ସେ ହେଉଛି ରିତୁ।ତା ହୃଦୟର ବେଦନା,ତାର ପଶ୍ଚାତାପ୍, ମାମାଲି ପାଇଁ ଦୁଃଖ ପ୍ରକାଶ, ଚିନ୍ତା, ସବୁ ଭାବନା କୁ ଗୋଟି ଗୋଟି କରି ପ୍ରକାର କରିଥାଏ।ହେଲେ ମାମାଲି କୁ କହିବା ପାଇଁ ସେ ହିମ୍ମତ ଜୁଟେଇ ପାରି ନ ଥିଲା।ଅବଶ୍ୟ ଏସବୁ ଘଟଣା ଏତେ ଭୟଙ୍କର ରୁପ ନେବ ସେ ବି ଜାଣି ନ ଥିଲା।ନିଜ ପ୍ରତିଛବି କୁ ସୁନ୍ଦର ଭାବେ ଇନ୍ଦ୍ରାଣୀ ଦେବୀ ଙ୍କ ସାମ୍ନାରେ ଗଢ଼ି ତୋଳିବା ପାଇଁ ସେ ବହୁତ୍ ଚେଷ୍ଟା କରିଛି ଆଉ ବହୁ ମାତ୍ରାରେ ସଫଳ ବି ହେଇଥିଲା।ହେଲେ ମାମାଲି ଆଉ ଯୋଗେଶ ବିଷୟରେ ଯିଏ ସବୁଠୁ ଅଧିକ ଜାଣିଛି ସେ ରିତୁ। ମାମାଲି ମନ କଥା ତା ଠୁ ବି ବେଶୀ ଭଲରେ ଜାଣିଥିଲା ସେ।ଏସବୁ ସତ୍ତ୍ୱେ ଯଦି ସେ ଏମିତି କିଛି ଭାବିପାରେ ତା ହେଲେ ଏହା ବନ୍ଧୁତ୍ୱ ଉପରେ ପଛପଟୁ ଛୁରୀ ପ୍ରହାର। ମାମାଲି ଯେତିକି ଆଉ ଯେମିତି ପରିଚିତ ଇନ୍ଦ୍ରାଣୀ ଦେବୀ ଙ୍କ ପାଖରେ ସେ ସବୁ ରିତୁ ର ଅବଦାନ।ରିତୁ ସବୁ ବିଷୟକୁ ପୃଷ୍ଠା ଓଲଟେଇ ଲୁଚେଇଦେଲା।"ସବୁ ଭୁଲି ଯାଆ ତୁ,ମୁଁ ଅଛି ସବୁ ଠିକ୍ ହବ,କେହି ନ ହେଲେ ଆମର ଏତେ ବଡ଼ ପରିବାର,ତୋର ଲକ୍ଷ୍ୟ,ତୁ କଣ ଜଣଙ୍କ ପାଇଁ ଯିଏ କି ତୋ ଭଲ ପାଇବାର କେବେ ଯୋଗ୍ୟ ହିଁ ନ ଥିଲା ,ତା ପାଇଁ ନିଜକୁ ହରେଇ ଦେବୁ!" 
    ସେ ଏତେ ଭାଙ୍ଗି ଯାଇଥିଲା ଯେ ,ସେ ଭାଙ୍ଗିବା ଶବ୍ଦର ପ୍ରତିଧ୍ଵନି ରେ ରିତୁ କଥା ସେତେ ଭଲରେ ତା ପାଖରେ ପହଞ୍ଚି ପାରି ନ ଥିଲା।ବହୁତ୍ କଷ୍ଟରେ ସେ ଘରକୁ ଯାଇଥିଲା। ସ୍କୁଟି ରିତୁ ଚଲେଇ ତାକୁ ପହଞ୍ଚେଇ ଦେଲା।ଘରେ ତା ଅବସ୍ଥା ଦେଖି ବହୁତ୍ ଚିନ୍ତିତ ଆଉ ଅଧର୍ୟ ହେଇଗଲେ।ରିତୁ ଉପରେ ପ୍ରଶ୍ନର ବର୍ଷା।କଣ ହେଇଛି ତାର ,କିଏ କଣ କହିଲା, ସାନ ଭାଇ ରାଗରେ ପୁରା ଲାଲ୍।"ତୁ ଖାଲି ନାଁ କହ କିଏ କଣ କହିଛି ତତେ ଆଜି ମୁଁ ଛାଡ଼ିବି ନାହିଁ।ତୋ ଗୋଡ଼ ତଳେ ପକେଇଦେବି ତାକୁ।"ତାକୁ ଅନୁସରଣ କରି ଆଉ ଦୁଇ ଭାଇ କହି ଉଠିଲେ।ସମସ୍ତେ ଯେମିତି ବିଦ୍ରୋହ ଆଉ ବିପ୍ଳବ କରିବା ପାଇଁ ଏବେ ବାହାରି ପଡିବେ କିଛି ଘଟଣା ର ପକ୍ଷ ନ ଶୁଣି ତାର ତଦନ୍ତ ଆଉ ଚୁଡାନ୍ତ।ରିତୁ କେବେ ହେଲେ ଯୋଗେଶ ନାଁ ନେଇ ପାରିବ ନାହିଁ ତାକୁ ବଂଚେଇବା କେବଳ ତାର କର୍ତ୍ତବ୍ୟ ନୁହଁ ତାର ଭଲ ପାଇବାର ପ୍ରମାଣ।ହଁ ଖାଲି ଏତିକି କହିଲା,ସେ ଖବର କାଗଜ କଥା ତାକୁ ଜଣା ପଡ଼ିଗଲା ସେଥିପାଇଁ ଟିକେ ଭାଙ୍ଗି ଯାଇଛି,ହେଲେ ଠିକ୍ ହେଇଯିବ।ଏତିକି କହି ସେ ମାମାଲି ରୁମ୍ ଯାଏଁ ଛାଡ଼ିଗଲା ,ପୁଣି ବୁଝେଇ ସେଠୁ ଚାଲି ଆସିଲା। ଘରେ ସମସ୍ତେ ଚିନ୍ତିତ,ଯେଉଁ ଖବର କାଗଜ କୁ ସମସ୍ତେ ମିଶି ତାକୁ ଲୁଚେଇ ଥିଲେ ଆଜି ସେ ଖବର ସରେଆମ୍ ପାଇଗଲା,ୟା ଠୁ ଭଲ ସେ ସବୁ ଘରେ ଜାଣି ଥାଆନ୍ତା , ସମସ୍ତେ ତାର ସାହାରା ତ ହେଇପାରେ ଥାଆନ୍ତେ।ଏବେ ସେ କେତେ କଷ୍ଟ ଏକା ଏକା ସହୁଛି।ତା ପାଖକୁ ଯିବା ପାଇଁ ଆଉ କେହି ସାହସ ଜୁଟେଇ ପାରୁ ନ ଥିଲେ।ସମସ୍ତେ ସମାଜ ଆଉ ମିଡ଼ିଆ ର କଳାବଜାରୀ ପାଇଁ ଉତ୍ତ୍ୟକ୍ତ ହେଇ ଯାଉଥିଲେ ହେଲେ କଣ କରିପାରିବେ ସେମାନେ।କାହା କାହା ସାଙ୍ଗେ ଲଢ଼ିବେ ଆଉ କାହା କାହାକୁ ବଦଳାଇବେ।
      ମାମାଲି ର ଏମିତି ଅର୍ଦ୍ଧ ମୃତ ଅବସ୍ଥା ହେବା ପଛରେ ମୁଖ୍ୟ କାରଣ ଯୋଗେଶ,ଏକଥା ଭାଉଜ ଛଡ଼ା ଆଉ କେହି ବି ଜାଣି ନ ଥିଲେ।ହେଲେ ମାମାଲି ମୁହଁ ଖୋଲି ଆଜି ଯାଏଁ ମନ କଥା କହିନି ସିନା କିନ୍ତୁ ମାଆ ଟିଏ ପରି ସେ ସବୁ ମନ କଥା ପଢ଼ି ଦେଇଛନ୍ତି।ସେ ଜାଣିଛନ୍ତି ମାମାଲି ଯେତିକି ଭାଙ୍ଗିଛି ବୋଲି ଉପରୁ ଦେଖା ଯାଉଛି ତା ଠୁ ବହୁ ଗୁଣରେ ସେ ଭିତରୁ ଚୁନା ହେଇଥିବ।ଯାହାକି ଆଉ କେହି ଦେଖି ପାରିବେ ନାହିଁ।ବୋଉ ସାନ ଭାଇ ଆଉ ଭାଉଜ ଯେତେବେଳେ ତା ରୁମ୍ ଆଡ଼କୁ ଗଲେ ଭିତର ଆଡୁ କବାଟ ବନ୍ଦ୍ ଥାଏ।ଦୁଇ ତିନି ଥର କବାଟ୍ ବାଡ଼େଇଲା ପରେ ଯେତେବେଳେ ସେ ଖୋଲି ନାହିଁ ସମସ୍ତେ ଧୌର୍ଯ୍ୟ ହରା ହେଇଗଲେ।ମନ ଭିତରେ ଅନେକ ଆଶଙ୍କା ଆଉ ଭୟ ଉଙ୍କି ମାରିଲା।ହେଲେ ଭାଉଜ ସଭିଙ୍କୁ ସମ୍ଭାଳି କହିଲେ,ବୋଉ ଆମେ କଣ ଆମ ଝିଅ କୁ ଚିହ୍ନି ନାହୁଁ,କି ଆଉ କିଛି ବାକି ଅଛି ଚିହ୍ନିବାରେ।ସେ ବହୁତ୍ ବାହାଦୁର କେବେ ବି ଭୁଲ୍ କାମ କିଛି କରିବେ ନାହିଁ।ଏମିତି ସେ କେତେ ଥର ଭଙ୍ଗିଛନ୍ତି ଆଉ ନିଜକୁ ପ୍ରଥମ ଠୁ ଆହୁରି ଶକ୍ତ କରିଛନ୍ତି।ମୁଁ କଥା ଦଉଛି ସବୁ ଠିକ୍ ହେଇଯିବ।ତମେ ସମସ୍ତେ ନିଶ୍ଚିନ୍ତ ହୋଇଯାଅ ମୁଁ କଥା ହଉଛି। ବୋହୂ ଉପରେ ବିଶ୍ବାସ କରି ଭାରି ମନରେ ସମସ୍ତେ ସିନା ଚାଲିଗଲେ ,ହେଲେ ସତ କହିଲେ ଭାଉଜ ସମସ୍ତଙ୍କ ଠୁ ବେଶୀ ଡରୁଥିଲେ।କେମିତି ସାମ୍ନା କରିବେ ଆଉ କଣ କହିବେ ତାକୁ।କୋଉଠୁ ଆରମ୍ଭ କରିବେ କଣ କହି ବୁଝେଇବେ ଆଉ କେମିତି ସମ୍ଭାଳିବେ ସେ ଭଙ୍ଗା ହୃଦୟ କୁ!

କ୍ରମଶଃ..........