Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୬

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୭)

କ୍ରମଶଃ......... ସେମିତି ଦିନ ପରେ ଦିନ,ତାରିଖ ପରେ ତାରିଖ ଗଡି ଚାଲିଥାଏ। ପୃଥିବୀ ର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ସହ ଦିନ ରାତି ର ଆଗମନ ଆଉ ପ୍ରତ୍ୟାବର୍ତ୍ତନ ସ୍ଵାଭାବିକ ଚାଲିଥାଏ।ହେଲେ ଅର୍ଥର ବଳ ଯେ ସୂର୍ଯ୍ୟ ଠୁ ବଳୀୟାନ ଆଉ ତାର ଚମକ୍ ସୂର୍ଯ୍ୟଙ୍କ ଚମକ ଠୁ ବେଶୀ ତେଜୀୟାନ ତାହା ସମ୍ଭବପର ଏ କଳି ଯୁଗରେ ଯିଏ କ୍ରୁରତା କୁ ବି ବିଶ୍ରାନ୍ତ ଛାୟା ର ଅବଗୁଣ୍ଠନ ପ୍ରଦାନ କରିଥାଏ।କେବଳ ମୁଷ୍ଟିମେୟ ଅବିବେକି ଲୋକଙ୍କ ଅବଦାନ ରେ ନିୟମର ପରିବର୍ତ୍ତନ ଯଥାର୍ଥ ହେଇଥାଏ।
ଏତେ ତଥ୍ୟ ପ୍ରମାଣ ପରେ ମଣିଷ କଣ ନିର୍ଜୀବ ବସ୍ତୁ ବି ତାର  ନିଶ୍ଚଳତା ଭାଙ୍ଗି ସତ୍ୟତା ର ସ୍ଵିକାରୋକ୍ତି ପାଇଁ ବିଳାପ କରି ଉଠିବ,ନ୍ୟାୟ ଦିଅ ସେ ନ୍ୟାୟ ପିପାସୁ କୁ, ମେଣ୍ଟାଇ ଦିଅ ତାର ଶେଷ ମୁହୂର୍ତ୍ତରେ ପଦାର୍ପଣ କରିଥିବା ତୃଷ୍ଣା କୁ ନ ହେଲେ ଉଚିତ ସମୟରେ ଗୋଟେ ବୁନ୍ଦା ନ୍ୟାୟର ସଲିଳ ଅଭାବ ରୁ ଶେଷ ନିଃଶ୍ୱାସ ତ୍ୟାଗ କରିବ।ହଁ ଠିକ୍ ଏହିପରି ବିଳାପ କରି ଉଠିଥିଲେ ସେ ତଥ୍ୟ ଆଉ ପ୍ରମାଣ ସବୁ କିନ୍ତୁସବୁ  ନ୍ୟାୟର ଆସନ ଆହୋରଣ କରିଥିବା ସେ ନିଷ୍ଠୁର ବସ୍ତୁବାଦୀ ପୁରୋଧା ମାନଙ୍କୁ ସେ ସତ୍ୟତା ର ଚିତ୍କାର ର ତିଳେ ହେଲେ ଭନକ ପଡୁ ନ ଥାଏ।ନା,,,,,ସତ କହିଲେ ସେ ସବୁ ଅଭିନୟ କରୁଥିଲେ ବଧିର ହେବାର,ସେ ସବୁ ଶୁଣି ବି ଉତକ୍ଷେପଣ କରି ଦେଉଥିଲେ ଚିତ୍କାର ସବୁକୁ ସେ ଶୂନ୍ୟତା ଆଡ଼କୁ ଯେଉଁଠି ଖୁବ୍ ସହଜ ରେ ସତ୍ୟ କୁ ବନ୍ଦୀ କରାଯାଏ,ସତ୍ୟ ଲାଚାର ଆଉ ପଙ୍ଗୁ ହେଇଯାଏ।ତାଙ୍କୁ ଠିକ୍ ଜଣା ସବୁ ଠିକଣା।ନ୍ୟାୟ ତାଙ୍କ ପାଇଁ କେବଳ ଏକ ପଣ୍ୟବସ୍ତୁ ଛଡ଼ା ଆଉ କିଛି ନୁହଁ।

ଦେଖୁ ଦେଖୁ ତିନି ମାସ ବିତି ଯାଇଥିଲା।ପ୍ରୀତି ବି ଅନ୍ଧ ଭଳିଆ ବିଶ୍ବାସ କରୁଥାଏ ତାର ପ୍ରତାରକ ସ୍ବାମୀ କୁ। ସୁହାଗିନୀ ସିମନ୍ତିନି ପାଇଁ କେବଳ ଲାଲ ସିନ୍ଦୂର ମୂଲ୍ୟ ଅଛି? କଣ ସତ୍ୟର ନ୍ୟାୟର କିଛି ମୂଲ୍ୟ ନାହିଁ!କଣ ସତରେ ତାକୁ ଟିକେ ଫରକ୍ ପଡ଼େ ନାହିଁ କି ସେ ସିନ୍ଦୂରର ଗାଢ଼ତ୍ୱ ପଛରେ କେତେ ଯେ ଜୀବନ୍ତ ରକ୍ତ ନିଷ୍ଠୁର ଭାବରେ ସମାଧି ପାଇଛନ୍ତି।

ମାମାଲି ର ସ୍ବାସ୍ଥ୍ୟ ରେ ଚମତ୍କାର ଭାବରେ ଉନ୍ନତି ପରିଲକ୍ଷିତ ହେଉଥାଏ।ହେବନି କେମିତି ଯେ?ଭଲ ପାଇବା ସ୍ନେହ ଏମିତି ଅସ୍ତ୍ର ଯାହାକି ବିଶାଳ ରୁ ବିଶାଳ ଶକ୍ତି କୁ ଅଚିରେ ଧୂଳିସାତ କରିବା ପାଇଁ ଯଥେଷ୍ଟ,,,ଆଉ ଏ ଅସୁସ୍ଥତା ର କେତେ ଯେ ବଳ ଆଉ ଆୟୁଷ!ତା ଭଲ ପାଇବା ଲୋକ ମାନେ ହିଁ ତାର ଅସଲ ଚିକିତ୍ସକ ଆଉ ସଭିଙ୍କ ସ୍ନେହ ଆଉ ଯତ୍ନ ତାର ଉପଯୁକ୍ତ ଚିକିତ୍ସା।ତା ଜୀବନରେ ଯାହା ବି ବିପତ୍ତି ଆସୁ, ଭଲେ ହିଁ ଭାଗ୍ୟ ତାର ବଇରୀ ହେଉ, ସାରା ଦୁନିଆ ତାକୁ ଧିକ୍କାର କରୁ କିନ୍ତୁ ଭଲ ପାଇବା କ୍ଷେତ୍ରରେ ସେ ଦୁନିଆର ସବୁଠୁ ବେଶୀ ଧନୀ।ସେ ଭଲ ପାଇବା ତାର ଭାଇ ମାନଙ୍କ ହେଉ କି ଯୋଗେଶ ର,ତା ବାବା ବୋଉ ର ହେଉ କି ରିତୁ ର କିମ୍ବା ଭାଉଜର ଯେତିକି ଲୋକ ତା ଜୀବନରେ ଅଛନ୍ତି ସମସ୍ତଙ୍କ ସେ ଜୀବନ।କେମିତି ଯେ ତା ଜୀବନ ତାକୁ ଠକି ଦେଇ ପାରିବ,ଏତେ ସାରା ଲୋକଙ୍କ ସାମ୍ନାରେ ଲୁଚକାଳି ଖେଳି କେମିତି ଜିତି ପାରିବ ସେ?

ସମସ୍ତ ଙ୍କ ମଉଡ ମଣି ସେ। ସଭିଙ୍କ ଏକ ଏକ ମୁହୂର୍ତ୍ତ ତା ପାଇଁ ଉତ୍ସର୍ଗକୃତ।ଯୋଗେଶ କେବେ ବି ହେଳା କରି ନାହିଁ।ଆଉ ତା ପରିବାର ପାଇଁ ସେ କଣ ସେ କଥା ବର୍ଣ୍ଣନା କରିବା ହିଁ ଦୁଃସାହସ ର କଥା।ସେ କଲମ ମୁନ ରେ ସେତେ ଦମ୍ଭ ନ ଥିବ କି ସିହାଇ ବି ସେତେ ଗାଢ଼ ନ ଥିବ ତାକୁ ଶବ୍ଦର ରୂପ ଦେଇ ଗଢ଼ିବା ପାଇଁ।