Nojoto: Largest Storytelling Platform

ପ୍ରେମ କୁ ଚିହ୍ନିବା ଆଗରୁ ଯଦି ପ୍ରେମ ଆଉ ପାଖରେ ନ ଥାଏ ତା

ପ୍ରେମ କୁ ଚିହ୍ନିବା ଆଗରୁ ଯଦି ପ୍ରେମ ଆଉ ପାଖରେ ନ ଥାଏ ତାହେଲେ ପ୍ରେମ ରୂପାନ୍ତରିତ ହୋଇଯାଏ ଯନ୍ତ୍ରଣାରେ।ରିତିକ୍ କେବେ ଆହାନା କୁ ଭିନ୍ନ ଦୃଷ୍ଟିରେ ଚାହିଁ ନ ଥିଲା। ଏକା ସାଙ୍ଗରେ ପଢ଼ିବା ଖାଇବା ଆଉ ଖେଳିବା ସବୁ ହୁଏ।ହେଲେ କେଜାଣି ପ୍ରେମ କେମିତି ଅନୁଭବ ହେଇ ନ ଥିଲା?।ବୋଧେ କଟକଣା ପ୍ରେମକୁ ହୃଦୟ ସହିତ ପରିଚିତ କରେଇ ଥାଏ।ଆହାନା ର ବାପା ତାର ଦ୍ଵାଦଶ ସରିଲା ପରେ ସାଙ୍ଗରେ ନେଇଗଲେ ଅନ୍ୟ ସହର।ରିତିକ୍ ଘରେ ଭଡ଼ା ରହି ପାଠ ପଢୁଥିବା ଝିଅ ଯେ ତାର ହୃଦୟର ସବୁ ଡିହ ଅଧିଗ୍ରହଣ କରି ଶକ୍ତ କୋଠା ତିଆରି କରିଦେବ କିଏ ବା ଜାଣିଥିଲା।

ଆହାନା ମନ କଥା ଜାଣିବାଠୁ ବେଶୀ ଜରୁରୀ ଥିଲା ତା ପାଇଁ ନିଜ ମନ କଥା ଲୁଚେଇବା।ଗୋଟେ ମାସରେ ଥରେ ଅଧେ କଥା ହେଲା ଭିତରେ ପ୍ରତି ମୁହୂର୍ତ୍ତରେ ବଞ୍ଚେ ତା ସାଙ୍ଗେ। ଫୋନ ଟିକୁ କାଢ଼ି ତା ଫଟୋଟିକୁ ନିରୀକ୍ଷଣ କରୁ କରୁ ଏକ ସିଦ୍ଧାନ୍ତ ରେ ଉପନୀତ ହେଇଗଲା ରିତିକ୍।ସବୁଦିନ ଖୋଜୁଥିବା ଝିଅଟି ତାକୁ କେବେ ଭଲ ପାଇନାହିଁ।ବାପା ସାଙ୍ଗରେ ଯାଉଥିଲା ବେଳେ ସମ୍ପୂର୍ଣ୍ଣ ପରିବାର ଦୁର୍ଘଟଣାର ଶିକାର ହେଲା ପରେ ରିତିକ୍ କେବଳ ଦୋଷୀ ସଜାଏ ଆହାନା କୁ। ମାସକୁ ଥରେ ସେଇ ନମ୍ୱର୍ ରେ କଲ୍ କରେ ଆଉ ଜୀବନ୍ତ ରଖେ ଅସମ୍ପୂର୍ଣ୍ଣ ଭିତରେ ପୂର୍ଣ୍ଣତା ପାଇଥିବା ପ୍ରେମ କାହାଣୀ କୁ। #yqodia#munodia#love#prema#ଅଣୁଗଳ୍ପ