Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୩

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୮)

କ୍ରମଶଃ......... ବ୍ୟସ୍ତ ବିବ୍ରତ ସେ ଧାବମାନ ମାମାଲି ପଛେ ଯୋଗେଶ ଛାଇ ଟିଏ ପରି ପିଛା କରୁଥାଏ କିନ୍ତୁ ତାର ପାଦ ଆଉ ଥଇଥାନ ପାଉ ନ ଥିଲା। ଧୀରେ ଧୀରେ ସମ୍ପୂର୍ଣ୍ଣ କଲେଜ ଏସବୁ ଦୃଶ୍ୟ କୁ ଦେଖି ସାରିଲେଣି। ନା ଲଜ୍ୟା ନା ସମ୍ମାନ ନା ନାଁ ନା ବଦନାମ୍ ତାର କିଛି ଚିନ୍ତା ନାହିଁ।ଏମିତି ମାମାଲି ତାର ଆପା ହରେଇ ବସିଛି କିନ୍ତୁ ଯୋଗେଶ ହୋସ ରେ ଅଛି।କେମିତି ସେ ତାକୁ ଏକା କାନ୍ଦିବା ପାଇଁ ଏକା ଯନ୍ତ୍ରଣା ପାଇବା ପାଇଁ ଛାଡ଼ି ଦେବ?ଯାହାକୁ ସେ କେବେହେଲେ ନିଜ ଠାରୁ ଭିନ୍ନ ଭାବି ନାହିଁ।ତା କଷ୍ଟ ତା ସୁଖ ସବୁର ସଂଯୋଗ ଯୋଗେଶ ସାଙ୍ଗେ।ସେ ଆଜି ତା ଚେହେରା ର ଚମକ୍ ଦେଖି ଥିଲା।ତା ରୂପ ତା ସାଜସଜ୍ଜା ସବୁ କୁ ତିର୍ଚ୍ଛି ନଜରରେ ତାର ଆଖିର କ୍ୟାମେରା ରେ କଏଦ କରି ରଖିଥିଲା। ସେସବୁ ତା ଭଲ ପାଇବାକୁ ଦ୍ଵିଗୁଣିତ କରୁଥିଲା ସତ ହେଲେ ତା ମନର ବୋଝ ତାକୁ ଅଣ ନିଃଶ୍ୱାସ କରି ଦେଇଥିଲା।ସେ ନିରୀହ ଆଖି ରେ ନିଜକୁ ହଜେଇବା ଆଗରୁ କେମିତି ତାର ସାମ୍ନା କରି ଥାଆନ୍ତା ସେ!ସେଥିପାଇଁ ତା ଠୁ ନିଜକୁ ଦୂରେଇ ରଖୁଥିଲା।ସେ ଯେଉଁ ଭଲ ପାଇବା କୁ ଅପେକ୍ଷା କରୁଥିଲା ଆଜି ସେ ନିଜେ ତା ପାଖକୁ ସ୍ୱଇଛା ଆସିଥାଏ କିନ୍ତୁ ସେ ଏତେ ଦିନର ଅପେକ୍ଷା ର ଦୀର୍ଘତା ବୃଦ୍ଧି କରିଦେଇଛି,ସେ ଦୂରତା ପ୍ରେମର ପୂର୍ଣ୍ଣଚ୍ଛେଦ ନ ହେଇଯାଉ।ଏଟା ବି ତ ଭଲ ପାଇବା।ନିଜ ପ୍ରେମିକା ପାଇଁ ତା ପ୍ରେମ ଠୁ ଦୂରେଇଯିବା।
      ଆଉ ସହ୍ୟ ହେଲା ନାହିଁ,ତା ଠୁ ବେଶୀ ବେଗରେ ଦୋୖଡି ସାମ୍ନାରେ ହାତ ଦୁଇଟି କୁ ଯୋଡ଼ି ତାକୁ ରୋକିବାକୁ ଚେଷ୍ଟା କଲା।ସେ ରୂପ, ସେ ଆଖି ଯେମିତି ନିଆଁ ପିଣ୍ଡୁଳା ଟିଏ ତା ସାମ୍ନାରେ।ଏମିତି ମାମାଲି କୁ ସେ କେବେ ବି ଦେଖି ନାହିଁ।ସେ ଆଖିରେ ସେ ଯେମିତି ମୃତ ଖୁସି ଦେଖି ପାରିଲା।କିଛି କ୍ଷଣ ସେ ବାତ୍ୟାର ବିଭୀଷିକା ତାକୁ ସ୍ତବ୍ଧ କରିଦେଲା।କିଛି କହିବା, ଭାବିବା ଆଗରୁ ମାମାଲି ନିଜ କୋହ,ଘୃଣା,ରାଗ, ନିରାଶବାଦ, ପ୍ରତାରଣା ର ଅନୁଭବ ଏମିତି ଅନେକ ଭାବନା ର ମିଶ୍ରଣ କୁ ବ୍ୟକ୍ତ କରିବାରେ ନିଜକୁ ରୋକି ପାରିନି।ଆଉ ଏହାର ଶିକାର ଯୋଗେଶ ଛଡ଼ା ଆଉ କିଏ ହବ?
   ଆପଣ ମୋ ସାମ୍ନାରୁ ହଟି ଯାଆନ୍ତୁ ମିଷ୍ଟର ଯୋଗେଶ ମହାପାତ୍ର।ସମ୍ମାନିତ ସମାଜ ସେବୀ ଶ୍ରୀମତୀ ଇନ୍ଦ୍ରାଣୀ ଦେବୀ ଙ୍କ ଏକମାତ୍ର ସୁପୁତ୍ର।ମୁଁ ଅଯୋଗ୍ୟ,ବିଚାରି ପୀଡ଼ିତା ହେଲେ ମୁଁ କାହାର ଦୟାର ପାତ୍ର ହେବାକୁ ଚାହେଁ ନାହିଁ।ଆପଣ ବହୁତ୍ ଦୟା କରିଛନ୍ତି,ମୋର ବହୁତ୍ ଉପକାର କରିଛନ୍ତି ଆଉ ମୁଁ ଚିର କୃତଜ୍ଞ ରହିବି କିନ୍ତୁ ଆଉ ନୁହଁ, ମାମାଲି ତାର ଲୁହଭରା ଆଖି ଆଉ କୋହ ଭରା କଣ୍ଠ ରେ କହି ଚାଲିଥାଏ।ହେଲେ ଏସବୁ ଶବ୍ଦରେ ପ୍ରେମ ଆଉ ଅଭିମାନ ଯେମିତି ଅଦୃଶ୍ୟ ହେଇ ଯାଉଥିଲା।
"ଟିକେ ଶାନ୍ତ ହୁଅ ଆମେ ଭିତରକୁ ଯାଇ ଭଲରେ କଥା ହବା,ମୁଁ ସବୁ ଶୁଣିବି ହେଲେ ଏଠି ନୁହଁ ।"
"କାହିଁକି? ଡରୁଛ ନା! ତମର ମାନ ସମ୍ମାନ ର କାଳେ ନିଲାମ ହେଇଯିବ ଯାହାର ବୃଦ୍ଧି ପାଇଁ ତମେ କାହାର ବି ଆତ୍ମସମ୍ମାନ ର ବଳି ଦେବାକୁ ପଛ ଘୁଞ୍ଚା ଦିଅନାହିଁ।"
"ଆମେ କଥା ହବା ମାମାଲି,ମୁଁ ସବୁ ଶୁଣିବି ଆଉ ବହୁତ୍ କିଛି କହିବି ହେଲେ ତମେ ପ୍ଲିଜ୍ ଭିତରକୁ ଚାଲ,"ଏତିକି କହି ହାତ ଧରିଲା ବେଳକୁ ଖୁବ୍ ଜୋରରେ ହାତ କୁ ଛଡ଼େଇ ନେଇଛି ଯେମିତି କୋଉ ଅଜଣା ଲୋକ ବାଧ୍ୟରେ ଜୋର୍ ଜବରଦସ୍ତ ତା ହାତ ଧରିଛି।
"ଜାଣିଛ ତମେ!!ଆରେ ମତେ ଟିକେ ଦେଖ ଭଲରେ ମୁଁ ତୁମକୁ କେମିତି ଲାଗୁଛି,ବହୁତ୍ ସୁନ୍ଦର୍ ନା!କୁହନା ମୋ ଆଖି କେମିତି ଦିଶୁଛି,ଆଉ ମୋ ଗାଲ ଟିକେ ଛୁଇଁକରି ଦେଖ ନା,ମୋ ଏ କଳା ମିଶି ମିଶି ରେଶମୀ କେଶ ,ମୁଁ ବହୁତ୍ ସୁନ୍ଦର୍ ଲାଗୁଛି ନା!ଏ ଗହଣା ଏ ସାଜସଜ୍ଜା ଦେଖି କହିଲ ମୁଁ ବିଚାରି ଆଜି କେତେ ସୁନ୍ଦର ଲାଗୁଛି।ଆରେ ଆରେ ତମେ ମତେ ଭଲ ପାଉଥିଲ ନା!ଧେତ୍ ମୁଁ ଭୁଲି ଯାଇଛି ସତରେ ପାଗଳ ହେଇ ଯାଇଛି।ତମେ ଏସବୁକୁ ନୁହଁ ମୋ ଆତ୍ମା କୁ ଭଲ ପାଅ ନା!ବାଃ ମୁଁ କେତେ ଭାଗ୍ୟବାନ।ସତରେ ତମ ପ୍ରେମ ବିରଳ ଏ ଯୁଗରେ।ମୋ ଜୀବନରେ ଆଉ କଷ୍ଟ କଣ?(ତାଳି ମାରି ଆଉ ଖୁବ୍ ଜୋରରେ ତାଛଲ୍ୟ ପୂର୍ଣ୍ଣ ହସ ସାଙ୍ଗେ ଲୁହର ବେଗ ବୃଦ୍ଧି)ମୁଁ ଭୁଲି ଯାଇଥିଲି ମୁଁ କଣ?ମୋ ସାଙ୍ଗରେ କଣ ଘଟଣା ଘଟିଛି।ମୁଁ ଅପବିତ୍ରା ଧର୍ଷିତା।ଆଉ ତଥାପି ତମେ କହିଲ ମତେ ଭଲ ପାଅ ଆଉ ମୁଁ ବିଶ୍ବାସ ବି କରି ଗଲି ଆଖି ବନ୍ଦ କରି।ନା ନା ତମର ବିଲକୁଲ୍ ଭୁଲ୍ ନୁହଁ।ଭୁଲ୍ ମୋର, ମୁଁ ସ୍ବୀକାର କରୁଛି।ହେଲେ ଛି...ନିଜକୁ ଘୃଣା ଲାଗୁଛି ମୋତେ।ତମ ଭଳିଆ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ମାନଙ୍କ ପାଇଁ ତ ସାଧାରଣ ଆମ ଭଳି ମଧ୍ୟବିତ୍ତ ଦୁଃଖିତ ଲୋକଙ୍କ ହୃଦୟ ସାଙ୍ଗରେ ଖେଳିବା।ହେଲେ ମୁଁ କେମିତି ମୋହାରା ବନିଗଲି!ଜଣେ, ଗୋଟେ ଧର୍ଷିତା କୁ ପ୍ରେମ କରିବା ପଛରେ କାରଣ ମୁଁ କାହିଁକି ଖୋଜିଲି ନାହିଁ!ମୋ ଆଖିରେ ସେ ମେରୁଦଣ୍ଡ ବିହୀନ ପ୍ରେମର ଅନ୍ଧପଟି କେମିତି ବାନ୍ଧିଥିଲି ଆଉ କାହିଁକି?ତାଙ୍କ ଭିତରେ ଆଉ ତମ ଭିତରେ କଣ ଫରକ୍!ସେ ମୋ ଶରୀରର ବଳାତ୍କାର କଲେ ଆଉ ତମେ ମୋ କୋମଳ ନିରୀହ ହୃଦୟର।ଖାଲି ଏତିକି ଫରକ୍ ସେ ମାନେ ମୋର କେହି ନ ଥିଲେ କିନ୍ତୁ ତମକୁ ମୁଁ ମୋର ସବୁକିଛି ମାନି ସାରିଥିଲି। ଏମିତି ନୁହଁ କୁ ମୁଁ ଭୟଭୀତ ହେଇନଥିଲି,ଖୁବ୍ ସମ୍ଭାଳି ଥିଲି ଏହାକୁ ହେଲେ ହାର ମନିଗଲି ତୁମ ଛଳନା ସାମ୍ନାରେ। ଏବେ ମୋ ପାଖେ କିଛି ବି ନାହିଁ ଯାହାକୁ ମୁଁ ପବିତ୍ର ବୋଲି କହିବି।ଏବେ ମୁଁ ଆଉ କଣ କରିବି ଯୋଗେଶ କୁଆଡେ଼ ଯିବି।"ଏମିତି କହି ଯୋଗେଶ ର ପାଦ ତଳେ ବସି ବହୁତ୍ କାନ୍ଦିବାରେ ଲାଗିଲା।
ଯୋଗେଶ ର ପାଦ ତଳୁ ଭୂଇଁ ଖସି ଖସି ଯାଉଥାଏ।ଏସବୁ ର ପରିଣାମ ଏତେ ଭୟାନକ ହବ ସେ ସ୍ୱପ୍ନରେ ସୁଧା ଭାବି ନଥିଲା।ସେ ଏ ଅଭିଯୋଗ ର ବୋଝ କୁ ନେଇ ଦୁଃଖୀ ହବ କି ମାମାଲି କୁ କଣ କହି ବୁଝେଇବ କିଛି ବି ଜାଣି ପାରୁ ନ ଥିଲା।ତା ଆଖି ସାମ୍ନାରେ ଅନ୍ଧାର ଘୋଟେଇ ଆସୁଥିଲା।