Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୪

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୨)

କ୍ରମଶଃ......... ଦିନ ପରେ ଦିନ ବିତୁଥାଏ। ମାମାଲି ନିଜକୁ ଲୁହା ଭଳି ଗଢୁଥାଏ।ଆଜି ଗୋଟେ ସପ୍ତାହ ବିତି ଗଲାଣି କିନ୍ତୁ ଯୋଗେଶ କଲେଜ ଆସୁନି।ଯେତେ ନିଜକୁ ଦେଖେଇ ହଉଥାଏ ଆଉ ବୁଝାଉ ଥାଏ କି ତାକୁ କିଛି ଫରକ୍ ପଡୁନି ସେତେ ବେଶୀ ଫରକ୍ ପଡୁଥାଏ।ଥରେ ଥରେ ତା ଦେହ କଥା ଭାବି ମନେ ମନେ ବିଚଳିତ ହେଇ ଯାଉଥାଏ।ହେଲେ ସେ କାହାକୁ କହିବ କିମ୍ବା ଦେଖେଇବ?ଅଜାଗା ଘାଆ ଭଳିଆ ନା ସହି ପରୁଥାଏ ନା କାହାକୁ ଦେଖେଇ ପାରୁଥାଏ।ହେଲେ ସେ କଷ୍ଟ କୁ ଖୁବ୍ ଚତୁରତା ସହ ମାନବିକତା ର ନାଁ ଦେଇ ନିଜ ସାଙ୍ଗେ ବି ଛଳନା କରୁଥାଏ।କୁହନ୍ତି ପ୍ରଥମ ପ୍ରେମ ଜୀବନର ଶେଷ ନିଃଶ୍ୱାସ ତ୍ୟାଗ କଲା ଯାଏଁ ଭୁଲି ହୁଏନି।ଆମେ ଯଦି ଶେଷ ନିଃଶ୍ୱାସ ରେ ଯାହା କୁ ମନେ ପକାଉ ସେ ନିଶ୍ଚୟ ପ୍ରଥମ ପ୍ରେମ।ହେଲେ ଏସବୁ କଥା କିଏ ଜାଣେ? ନ ମଲେ କେହି ସ୍ବର୍ଗ ଦେଖିବେ ନାହିଁ ଭଳିଆ ଏହା ବି କେବଳ ଗୋଟେ ଲୋକ କଥା ହେଇଥାଇ ପାରେ।ଆଉ ଏସବୁ ର ପ୍ରଶ୍ନ କାହିଁକି ଉଠୁଛି? ମାମାଲି ପାଇଁ ତ ସେଟା କେବଳ ଛଳନା ଥିଲା ପ୍ରେମ କେବେ ନ ଥିଲା।ସେ ଏକ ଷଡ଼ଯନ୍ତ୍ର ର ଶିକାର ହେଇଥିଲା।ଯେମିତି ଭାଗ୍ୟ ତା ସାଙ୍ଗେ ଖେଳିଥିଲା ଠିକ୍ ସେମିତି ତାର ଭାଗ୍ୟରେ ପ୍ରେମ ହେଇ ଯୋଗେଶ ତା ସାଙ୍ଗେ ଖେଳି ଯେଉଁ ଭାଗ୍ୟର ଅବଶେଷ ଥିଲା ତାକୁ ଜୀବନ ସାରା ର ଅବଶୋଷ ରେ ପରିଣତ କରିଦେଲା।ଯଦି ଏସବୁ ସେ ଭାବି ବସେ ଯୋଗେଶ କଣ ତାକୁ ନିଜ ଉପରେ ଘୃଣା ଲାଗେ।ହେଲେ ବି ସ୍ମୃତି ଆଉ ଅତୀତ ସେ ବହୁତ୍ ପକ୍ଷପାତ କରେ।ବେଳେବେଳେ ଯୋଗେଶ ର ସାଥ ଦିଏ।ଆସି ସଫେଇ ଦିଏ ତା ବିଷୟରେ ମାମାଲି ସାମ୍ନାରେ।ଓକିଲାତି କରେ ଯୋଗେଶ ପାଇଁ।ହେଲେ ମାମାଲି ବି ଛାଡ଼ିଲା ଲୋକ ନୁହଁ ,ସବୁ ଦଲିଲ୍ କୁ ଖାରିସ୍ କରିଦିଏ।ହୃଦୟ ସିନା ଦୁର୍ବଳ ହେଲେ ମସ୍ତିଷ୍କ ବହୁତ୍ ତର୍ଜମା କରେ।ଆଲୋଚନା କରେ ସମାଲୋଚନା କରେ ଆଉ ନିନ୍ଦା କରେ।ତା ସାମ୍ନାରେ ହୃଦୟ ବି ହାର ମାନେ।ଯେଉଁ ଭୁଲ୍ କୁ କ୍ଷମା କରିବା ପାଇଁ ହୃଦୟ ଅନୁମତି ଦେଇଦିଏ,ମସ୍ତିଷ୍କ ନ୍ୟାୟାଳୟ ର ନ୍ୟାୟ ପୁରୁଷ ବନୁଥାଏ।କେବେ ବି ଭୁଲିବାକୁ ଦିଏ ନାହିଁ କି କ୍ଷମା ମାଗିବାକୁ ବି ଦିଏ ନାହିଁ।ବାରମ୍ବାର ତାଗିଦ୍ କରୁଥାଏ ମାମାଲି କୁ ,ଦେଖ ମାମାଲି ତୁ ଭୁଲରେ ବି ଭୁଲି ଯାଆ ନାହିଁ ।ଯାହା ଆଖିରେ ଦେଖିଛୁ ଆଉ କାନରେ ଶୁଣିଛୁ ତା ଠୁ ବଡ଼ ସତ୍ୟ ଆଉ କଣ ହେଇପାରେ?ପୁଣି ହୃଦୟ ଚିତ୍କାର କରି କରି ଥକି ଯାଏ ହେଲେ ମାମାଲି ତା କଥା ଶୁଣେ ନାହିଁ।ସେ ବିଚାରା ଆଉ କଣ କରିବ?ସେଇ ହୃଦୟର ଶୁଣି ଆଜି ଏତେ କଷ୍ଟ ପାଉଛି ପୁଣି ଆଉ ଥରେ କେମିତି ତାକୁ ବିଶ୍ବାସ କରି ପାରିବ?କେତେ ଥର ଭାଙ୍ଗିବ?ଏଥିରେ ତାର ବା ଭୁଲ୍ କଣ?ଏବେ ସେ ଜୀବନ କୁ ଭାବନା ଠୁ ବେଶୀ ବାସ୍ତବିକ ହିସାବରେ ବଞ୍ଚିବା ଶିଖି ଯାଇଛି।
       ରିତୁ କେବେ ଭାବି ନ ଥିଲା କି ଯୋଗେଶ କୁ ମାମାଲି ଠୁ ଦୂରେଇବା ଚେଷ୍ଟା ତା ପାଇଁ ଏତେ କଷ୍ଟ ଦାୟକ ହେଇଯିବ।ତା ମନର ମଣିଷ ତା ଠାରୁ ଏତେ ଦୂରକୁ ଚାଲିଯିବ।ଯେଉଁଠି ମାମାଲି ନୁହଁ ରିତୁ କିଏ ସେ ଜାଗାରେ?ସେ କିଛି ପାଇବା ପାଇଁ ବହୁତ୍ କିଛି ହରେଇଦେଲା।ଆଉ ଆଗକୁ ଯାହାର ବିଶ୍ବାସ ହରେଇବ ,ଈଶ୍ୱରଙ୍କୁ ହରେଇବା ଠୁ କିଛି କମ ନୁହଁ।କାରଣ ତାଙ୍କ ବନ୍ଧୁତା ଈଶ୍ୱର ପ୍ରଦତ୍ତ ଥିଲା।କୃଷ୍ଣ ସୁଦାମା ଙ୍କ ଠୁ ବଳିକି ବନ୍ଧୁତା ହେଇଥାନ୍ତା।ପ୍ରେମ ସେ ବନ୍ଧୁତା ସାମ୍ନାରେ ନତ ମସ୍ତକ କରିଥାନ୍ତା।ହେଲେ ରିତୁ ଆଜି ସର୍ବହରା।ଯେଉଁ ଅସ୍ତିତ୍ଵ ବିହୀନ ସମ୍ପର୍କ ଅଛି ସେ କେବଳ ତାର ଆୟୁଷ ଗଣିବା ଛଡ଼ା ଆଉ କିଛି କରି ପାରିବ ନାହିଁ।ଇନ୍ଦ୍ରାଣୀ ଦେବୀ ଙ୍କୁ ଯେତେବେଳେ ଫୋନ କରିଥିଲା,ସେ ବହୁତ୍ କିଛି ଶୁଣେଇ ଥିଲେ ତାକୁ,ନିଜ ମନର ପଶ୍ଚାତାପ ତାଙ୍କ ମନର ରାଗ ଆଉ ଘୃଣା ହେଇ ବରଷି ଯାଇଥିଲା ରିତୁ ଉପରେ।"ମୋ ପୁଅ ଯଦି ମୋର ହେଇ ପାରିନି ମୋ ସାଙ୍ଗରେ ଆଉ କାହାର କଣ ସମ୍ପର୍କ?ମୋ ସାଙ୍ଗରେ ତୋର କଥା ହବାର କଣ ଅଧିକାର ଆଉ ଆବଶ୍ୟକତା?ଆଉ ପୁଣି ତୋର ଯୋଗ୍ୟତା କଣ ଇନ୍ଦ୍ରାଣୀ ଦେବୀ ସାଙ୍ଗରେ କଥା ହବାର?"ଏସବୁ ଶୁଣି ତାର ପାଦ ତଳ ଭୂଇଁ ଖସି ପଡିଲା।ସେ ନିଜେ ଗୋଟେ ଏମିତି ମୋହରା ଥିଲା ସେ ଷଡ଼ଯନ୍ତ୍ର ର ଯିଏ ନିଜକୁ ଏକ ଖେଳାଳି ଭାବୁଥିଲା।ତାଙ୍କୁ ଆପଣାର ଭାବି ଅତିରୁ ଅତି ଆପଣା ସାଙ୍ଗେ ଧୋକା?ଏସବୁ କଣ ଘଟେଇ ଦେଲା ସେ।ମୃତ୍ୟୁ ଠାରୁ ବି ଏ ବୋଝ ନେଇ ବଞ୍ଚିବା କେତେ କଷ୍ଟ ସେ ସେଇ ସମୟରେ ହିଁ ଜାଣି ପାରିଲା।
"ମୁଁ ଏସବୁ କଣ କରିଦେଲି?ମୋ ମାମାଲି ସାଙ୍ଗରେ ପୁଣି।ଏସବୁ ଘଟଣା ଯୋଗେଶ ଯିବାର ପର ଦିନ କଥା।କେଜାଣି କେମିତି ଯୋଗେଶ ଜିବାଠାରୁ ବେଶୀ ବାଧା ଦେଇଛି ତା ମନରେ, ମାମାଲି ବିଶ୍ଵାସରେ ବିଷ ଦେବା କଥା।ଯାହା ର ଗୋଟେ ଗୋଟେ ଖୁସି ପାଇଁ ମତେ ଜୀବନ ସାରା କଷ୍ଟ ଅତି ଆଗ୍ରହ ରେ ସ୍ବୀକାର ଥିଲା ଆଜି ମୁଁ ତାକୁ ଜୀବନ ସାରା ର କଷ୍ଟ ଦେଲି।ମୁଁ ...ହଁ ମୁଁ ହିଁ କାରଣ ତାର ମରଣ ତୁଲ୍ୟ କଷ୍ଟର।ଏମିତି ହିଁ ହୁଏ ନା ଯେତେବେଳେ ଆମେ ଆମ ଚେଷ୍ଟାରେ କିଛି ନ ପାଉ,ସେଇ ଜିନିଷ କୁ ପାଇବା ପାଇଁ ଯାଃ ସବୁ ହରେଇ ଥାଉ ତା ପାଇଁ ବେଶୀ କଷ୍ଟ ହୁଏ।ଠିକ୍ ଜୁଆ ଖେଳରେ ସବୁ ବାଜି ହାରି,ଯେମିତି ସର୍ବସ୍ବ ହରେଇଲା ପରେ ଲାଗେ କେମିତି କାସ ମୁଁ ଖେଳି ନ ଥାଆନ୍ତି ଅଥଚ ମୋର ସବୁ କିଛି ତ ମୁଁ ହରେଇ ନ ଥାଆନ୍ତି।ଯୋଗେଶ ସାଙ୍ଗରେ ତ ସେ ନୂତନ ଜୀବନ ଆଉ ନୂତନ ସ୍ମୃତିର ସ୍ବପ୍ନ ଦେଖିଥିଲା।ହେଲେ,,, ମାମାଲି ଦିନେ ତାର ଜୀବନ ଠୁ ବଳି ଥିଲା।ଆଉ ତା ସ୍ମୃତି ର ରଙ୍ଗରେ ତାର ଜୀବନ ଇନ୍ଦ୍ରଧନୁ ଠାରୁ ବି ବେଶୀ ରଙ୍ଗୀନ୍ ଥିଲା।
"ହେ ଭଗବାନ୍ ମୁଁ ଏ କଣ କରିଦେଲି??ମୁଣ୍ଡ କୁ ବାଡ଼େଇ ବାଡ଼େଇ କାନ୍ଦିଛି  ସେ ସତେ ଯେମିତି ଛାତି ଫାଟିଯିବ।ଯାହାକୁ ଏତେ କଷ୍ଟରେ ମୃତ୍ୟୁ ମୁଖରୁ ଅଧା ଗିଳା ଅବସ୍ଥାରେ ପାଇଥିଲି ତାକୁ ପୁଣି ପେଲିଦେଲି ମୁଁ ସେଇ ମୃତ୍ୟୁ ମୁହଁକୁ?ମୁଁ ପାପିନି କଲଙ୍କିନୀ,କଳଙ୍କ ବନ୍ଧୁତ୍ୱ ନାମରେ।"ଖୁବ୍ ଧିକାର କରିଛି ନିଜକୁ ରିତୁ। ମାମାଲି ର ଗୋଟେ ଗୋଟେ ସ୍ମୃତି କୁ ସାଉଁଟି ଚାଲିଛି ।ଯେତେବେଳେ ସେ ପାଞ୍ଚ ବର୍ଷର ଥିଲା ଆଉ ,ତାକୁ ଲେଖି ବି ଆସି ନ ଥିଲା ତଥାପି "Friend"  କୁ "firdn"  ଲେଖି ଦେଇଥାଏ ଗ୍ରୀଟିଂ କାର୍ଡ।ଆଜିକୁ ୧୫ ବର୍ଷ ଯାଏଁ ସେ କେବେ ବି ଭୁଲ୍ ସେ ଭୁଲି ନାହିଁ ତାକୁ କାର୍ଡ ଦବାକୁ।ହଁ ଧୀରେ ଧୀରେ ଲେଖିବାରେ ତ ଉନ୍ନତି ଆସିଲା ହେଲେ ବନ୍ଧୁତ୍ୱ ରେ??କେତେ ଥର "my best friend I love you so much,loads of love, tons of love,you are my jaan,you are my life" ଏମିତି କେତେ କଣ ଲେଖା ଦେଖିକି ତାର ଆଖିର ଲୁହ ସବୁ ତାକୁ ଧିକ୍କାର କରୁଛନ୍ତି।"ଛି ରିତୁ ତୋ ପାଇଁ ଆମକୁ ନିଜ ଉପରେ ଅପମାନ ଲାଗୁଛି।ନିଜକୁ କଳଙ୍କିତ ଅନୁଭବ ହଉଛି।ତୁ ବନ୍ଧୁତ୍ୱ କଣ ଆମ ପାଇଁ ବି ଯୋଗ୍ୟ ନୁହଁ।ତୁ ଭାବୁଛୁ ଆମେ ସାହାର୍ଯ୍ୟ କରିବୁ ତୋ ପାପ ଧୋଇବାରେ?କେବେ ବି ନୁହଁ?" କୁହାଯାଏ ଏ ଲୁହ ଗଙ୍ଗା ଠୁ ପବିତ୍ର।ଏ ପଶ୍ଚାତାପ ର ଲୁହ ବଡ଼ ଠୁ ବଡ଼ ପାପ ଧୋଇଦିଏ।ହେଲେ ବନ୍ଧୁତା ସାଙ୍ଗରେ ଛଳନା ଆଉ ବିଶ୍ଵାସ ଘାତ, କଣ ୟା ଠୁ ବଡ଼ କିଛି ପାପ ଅଛି?
     ତାର ଇୟରିଂ ଠୁ ଧରିକି ତାର ଡ୍ରେସ୍,ଗହଣା ବେଶ ବୁଶା ଜିନିଷ,ବହିପତ୍ର,ବେଗ, କଲମ୍, ଚପଲ୍ ଗୋଟେ ଗୋଟେ ଜିନିଷରେ ତାର ସ୍ମୃତି।ଯେଉଁଠି କୁ ଗଲେ ଦୁଇ ଭଉଣୀ ଭଳିଆ ଏକା ଏକା ଜିନିଷ। ଦୁଇ ଭିନ୍ନ ନାମ ଆଉ ଶରୀର ସତ୍ତ୍ବେ ଏକ ପରିଚୟ।ହେଲେ ସେ କାହା ସାଙ୍ଗେ ଏସବୁ କଲା?ତାଙ୍କ ଘର ଲୋକ ଝିଅ ଠୁ ବଳି ସ୍ନେହ ଆଉ ପ୍ରେମ ।କଣ କମି ରହିଗଲା ଯେ ତୁ ଏମିତି କଲୁ ରିତୁ?ଏତେ ବର୍ଷ ର ପ୍ରେମ ଆଉ କିଛି ଦିନର ଏକ ତରଫା ପ୍ରେମ।ନିଜକୁ ପାଗେଳି ଭଳି ଗାଳି ଦେଉଥିଲା।ଭୁଇଁରେ ହାତକୁ ବିଦାରି ଦେଉଥାଏ।ନିଜ ଉପରେ ଘୃଣା ରେ ଦାନ୍ତ କାମୁଡ଼ି ଦେଉଥିଲା ଆଉ ତାର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଥରିବାରେ ଲାଗୁଥାଏ।ତା ବୋଉ ସାମ୍ନାରେ ସିନା କାନ୍ଦି ପାରିଲା କିନ୍ତୁ ବାପା ଙ୍କ ସର୍ତ୍ତ ହିସାବ ରେ ସେ ପୁଣି ଲୁହକୁ ଢକ ଢକ କରି ପି ଚାଲିଲା।ହେଲେ ତା କୁକର୍ମ କଥା କେମିତି କାହାକୁ କହିବ ଏମିତି କି ତୋ ବୋଉକୁ ବି। କାଳେ ସେ ନିଜ କୋଳ କୁ ଲଜ୍ଜିତ ମନେ କରିବେ।ତା ସାଙ୍ଗରେ ଗୋଟେ ଗୋଟେ ମୁହୂର୍ତ୍ତ ଯେଉଁଠି ସେ  କେବଳ ମାମାଲି କୁ ଭଲ ପାଉଥିବା ରିତୁ ଥିଲା।ନା ଥିଲା ଛନ୍ଦ ନା କପଟ।ସେଇ ରିତୁ ଯିଏ ଦିନେ ତାର ମାଆ ଥିଲା।ସବୁ ଟିଖିନିଖି ଖବର ବୁଝୁଥିଲା।ସେ ମୁହୂର୍ତ୍ତ ସବୁକୁ ହୃଦୟରେ ସାଇତି ବହୁତ୍ ଶାନ୍ତି ପାଉଥିଲା।ରାତି ତ କାଟିବ ଆଉ ଦିନ ଆସିବ ହିଁ ଆସିବ।ପରିବର୍ତ୍ତନ ପ୍ରକୃତି ର ନିୟମ।ହେଲେ ସମ୍ପର୍କ ବି ପରିବର୍ତ୍ତନ ହୁଏ ଦିନ ରାତି ପରି।ମଣିଷ ବି ପରିବର୍ତ୍ତନ ହୁଅନ୍ତି ଋତୁ ପରି।ଯେଉଁ ରିତୁ ତା ପାଇଁ ଚିର ବସନ୍ତ ହେଇ ତା ଜୀବନ କୁ ମୃଦୁ ମଳୟ କରିଦେଇଥିଲା,ତା ଜୀବନରେ ଖୁସିର ସବୁଜିମା ଭରି ଦେଇଥିଲା ଆଜି ତା ପାଇଁ ଗ୍ରୀଷ୍ମର ଘୂର୍ଣିବାତ୍ୟା ଆଉ ବର୍ଷା ର ,ଦୁଃଖ ଆଉ ଲୁହର ବନ୍ୟା ନେଇକି ଆସିଗଲା। ସାରା ସହର ଯାକର ଦୁଃଖ ଯେମିତି ତାର ସେ କୋମଳ ହୃଦୟରେ ଲଦିଦେଲା।ଯିଏ ଦିନେ ତା ଦୁଃଖ ନିଜ ଭାଗ୍ୟରେ ଲେଖି ଦେବାକୁ ଗୁହାରି କରୁଥିଲା ସେ କପଟି କାଳିଆ କୁ, ସେ ଆଜି ତା ଜୀବନର ସବୁଠୁ ବଡ଼ ଖୁସି କୁ ତାର ଜୀବନର ସବୁଠୁ ବଡ଼ ଭୁଲ୍ ରେ ପରିଣତ କରିଦେଲା। ମାମାଲି କଣ,ସେ ବି ନିଜକୁ