Nojoto: Largest Storytelling Platform

ତୁମେ ମୋ ପାଇଁ କ'ଣ ଜାଣିଛ? ତୁମେ ମୋର ଶୀତ ସକାଳର ଗରମ ଚା

ତୁମେ ମୋ ପାଇଁ କ'ଣ ଜାଣିଛ? 
ତୁମେ ମୋର ଶୀତ ସକାଳର ଗରମ ଚା' ପରି, 
ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, 
ତୁମେ ମୋର ଗ୍ରୀଷ୍ମ ଋତୁର 
ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, 
ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, 
ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, 
ତୁମେ ମୋର ଜଣେ ଚିତ୍ରକାରର 
ତୁଳୀରେ  ଆଙ୍କି ହେଉଥିବା  ସୁନ୍ଦର ଚିତ୍ର ପରି, 
ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... 
କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, 
ତୁମେ ମୋର  ଆଖିରୁ ବାହାରୁଥିବା 
ଅଦେଖା ଲୁହ ପରି, 
ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା 
ମୋର ଅକୁହା ଶବ୍ଦ ପରି।

©Subrat Kanungo #lonely
ତୁମେ ମୋ ପାଇଁ କ'ଣ ଜାଣିଛ? 
ତୁମେ ମୋର ଶୀତ ସକାଳର ଗରମ ଚା' ପରି, 
ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, 
ତୁମେ ମୋର ଗ୍ରୀଷ୍ମ ଋତୁର 
ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, 
ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, 
ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, 
ତୁମେ ମୋର ଜଣେ ଚିତ୍ରକାରର 
ତୁଳୀରେ  ଆଙ୍କି ହେଉଥିବା  ସୁନ୍ଦର ଚିତ୍ର ପରି, 
ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... 
କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, 
ତୁମେ ମୋର  ଆଖିରୁ ବାହାରୁଥିବା 
ଅଦେଖା ଲୁହ ପରି, 
ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା 
ମୋର ଅକୁହା ଶବ୍ଦ ପରି।

©Subrat Kanungo #lonely