White *ବାନରୀ ର ଅଭିଶାପ..* ପାହାଡ଼ କୋଣରେ ମାଆ ବାନରୀ ଟେ,ଗୁମୁରେଇ କାନ୍ଦୁଥାଏ, କୋଳରେ ତାହାର ଦୁଇଟି ଦିନର,ଛୁଆଟିଏ ଧରିଥାଏ.. ବାପା ମାଙ୍କଡ ଟି ମାଁ କାନ୍ଦ ଦେଖି,ପଚାରେ କାରଣ ତାର, କାହାପାଇଁ କହ, ଆଜି ଆଖିରେ ତୋ,ଅସରା ଲୁହର ଧାର? କି କହିବି ମୁହିଁ ଧିକ ଏ ଜୀବନ,କହୁଛି ବାନରୀ ଖୋଲି, ଏ ଦୁନିଆଁ ସତେ ଜାଣି ମୁଁ ନଥିଲି,ଏତେ ନିରିଦୟ ବୋଲି.. ପେଟ ପୋଡ଼ିଗଲା ଭୋକ ବିକଳରେ,ଛୁଆଟିକୁ ଧରି କୋଳେ, ବାହୁଡି ଗଲି ମୁଁ ଆହାର ପାଇଁ ରେ,ଖୋଜିବାକୁ ତରୁଡାଳେ.. ଯୁଆଡେ ଗଲି ମୁଁ ନିଆଁ ବାଣ ଧରି, ଘଉଡାଇ ଦେଲେ ଲୋକ, କିଛି ମିଳିଥିଲେ ମୋ କୁନିଛୁଆ ର,ମେଣ୍ଟି ଥାନ୍ତା ଟିକେ ଭୋକ.. ଶେଷରେ ହତାସେ ଫେରିବା ବାଟରେ,ଆମ୍ବ ଗଛ ଟିଏ ଦେଖି, ଅତି ଆନନ୍ଦରେ ମୋ ଧନ ହାତରେ,ଫଳ ଟିଏ ଦେଲି ରଖି.... ତାକୁ ଧରି ସତେ ଚାରିପାଶେ ମୋର,ଖୁସିରେ ମାରିଲା ଡିଆଁ, ଖନି ପାଟିରେ ତା କହୁଥିଲା କାନେ,ତୁମେ ମୋର ସୁନା ମାଁ.. କିଛି ମୁହୂର୍ତ୍ତ ରେ ଅନ୍ଧାର ଦିଶିଲା, ବୁଝି ପାରିଲିନି କିଛି, ଗଛ ମୂଳେ କିଛି ଲୋକ ଲୁଚିରହି, ମାରିଲେ ପଥର କସି.. ପଥର ବର୍ଷା ରେ ଅସହ୍ୟ ଯନ୍ତ୍ରଣା,ଆଉ ହେଲାନାହିଁ ସହି, ଛୁଆ କୁ ଧରି ମୁଁ ତରବର ହେଲି,ଘର କୁ ଫେରିବା ପାଇଁ.. କୁନି ଧନ ମୋର ଖେଳୁଖେଳୁ ସତେ, ହଠାତ୍ ପଡ଼ିଲା ଶୋଇ, ବୁଝିବା ଆଗରୁ ଧରି ତାକୁ କୋଳେ, ସଅଁଳ ଆସିଲି ଧାଇଁ... ଦେଖ ଆମ ଛୁଆ,କୋଳରେ ମୋହର ଅଚିନ୍ତାରେ ଅଛି ଶୋଇ, ନିରବି ଯାଇଛି ଚଞ୍ଚଳ ତା ଦେହ,ରହିଛି ନିସ୍ତେଜ ହୋଇ.. ବାଟ ସାରା ତାକୁ ଡାକିଡାକି ମୁହିଁ ଗଲିଣି ହତାଶ ହୋଇ.. ଯେତେ ଫଳମୂଳ ଯାଚିଦେଲେ କିଆଁ,ଆଉ ସିଏ ଉଠୁ ନାହିଁ.. ବାପା ମାଙ୍କଡ ଟି ନିରେଖି ଦେଖୁଚି ସେ କୁନି ଛୁଆର ଦେହ.. ମୁଣ୍ଡ ପାଶେ ତାର ଲାଗିଛି ଆଘାତ,ଝରୁଛି ରକ୍ତ ର ସୁଅ.. ଚାଲୁନାହିଁ ଆଉ ଛାତି ରେ ସ୍ପନ୍ଦନ, ନିଶ୍ବାସ ଯାଇଛି ରୋକି, ମାଆ ବାନରୀ ଟି ଗରଜି ଉଠିଛି,ଛୁଆକୁ ଛାତିରେ ଜାକି.. ହାଏ ରେ ମଣିଷ ନେଲୁ କୁନି ପ୍ରାଣ,ତାର ଥିଲା କି ଦୋଷ? ମୋ ଧନ ସଙ୍ଖାଳି ଜୀବନକୁ ତୁମେ, କରିଦେଲ ଏଠି ଶେଷ? ଶ୍ରେଷ୍ଠପ୍ରାଣୀ ବୋଲି ବିଧାତା ଗଢିଛି,ହେଲେ ତୋ ବିବେକ କାହିଁ? ତୋ ମାନବିକତା ମରିଗଲା ଏଠି,ଗଲୁରେ ପଥର ହୋଇ.. ତୁମ ସ୍ବାର୍ଥ ପାଇଁ କାଟିଲ ଜଙ୍ଗଲ, ଭଙ୍ଗିଦେଲ ଆମ ଘର, ବଞ୍ଚିବାର ରାହା ଖୋଜିଲେ ମିଳୁଛି,ଏଇ ତୁମ ଉପହାର..? ଫୁଲଫଳ ଖାଇ ଗଛ ଡାଳ ବୁଲି,ବଞ୍ଚିବା ଆମରି ଧର୍ମ.. ଆହାର ମୁହଁରେ ପାହାର ଦେବାକି,ମଣିଷ ର ସତକର୍ମ? ବିଧାତା ଦେଖୁଚି ନିଜସ୍ବାର୍ଥ ପାଇଁ,କରୁଅଛୁ ଯେତେ ପାପ, ତୋ କର୍ମର ଫଳ,ଭୋଗିବୁ ନିଶ୍ଚେ ରେ ଏ ବାନରୀ ର ଅଭିଶାପ... - ଭାଗ୍ୟଶ୍ରୀ - ©Kalpalata Kanungo #Moon ବାନରୀ ର ଅଭିଶାପ