ବନ୍ଧୁତା.......ଛୋଟ ଶବ୍ଦଟିଏ... କିନ୍ତୁ କେତେ ଯେ ଗଭୀର ତା ଅର୍ଥ ଯେ ତାକୁ କଳନା କରିବା ଅସମ୍ଭବ। ବୟସ ବଢିବା ସଂଗେସଂଗେ ବନ୍ଧୁ ବନ୍ଧୁ ମଧ୍ୟରେ ଦୂରତା ସିନା ବଢିଯାଏ ..... କିନ୍ତୁ ହୃଦୟର ବନ୍ଧନଟା ଅଦୃଶ୍ୟ ଥିଲେ ହେଁ ସର୍ବଦା ଅତୁଟ ରହିଥାଏ। କିଞ୍ଚିତ ମୁହୁର୍ତ୍ତ ପାଇଁ ହେଉ ନା କାହିଁକି ଯଦି ସେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇଯାଏ.... ତେବେ ପୁଣି ଥରେ ସ୍କୁଲ ହତାର ଅପାଶୋରା ସ୍ମୃତି ସବୁ ଭାଷି ଉଠନ୍ତି... ଆଖି ଆଇନାର ପ୍ରଚ୍ଛଦପଟରେ କିଛି ନୂଆଁ ପରିଚୟ ନେଇ, କିନ୍ତୁ ପୁରୁଣା ଭାବ ସହିତ..... ସତେ ଯେ କେତେ ମଧୁର ଥିଲା ସେ ପିଲାଦିନ......... କେବଳ ତା କଳ୍ପନାରେ ମନେ କେତେ ଅସରନ୍ତି ଖୁସିର ଜୁଆର ଉଠେ ଯେ... ତାର କଳନା ନାହିଁ.......କି ସେ ବନ୍ଧୁତାର କିଛି ତୁଳନା ନାହିଁ..... ଖୁସି ଲାଗେ କି ଦୁଃଖ ଯେ ଜାଣି ହୁଏନି କେବଳ ଖାଲି ଇଚ୍ଛା ହୁଏ.... ପୁଣି ଥରେ ଫେରିଯିବା ପାଇଁ.... ସେଇ ଅଫେରା ସମୟକୁ..... ©ଶ୍ରଦ୍ଧା...... friends