Nojoto: Largest Storytelling Platform

ଇତିଶ୍ରୀ (ଅନୁଶୀର୍ଷକରେ ପଢନ୍ତୁ କାହାଣୀ ଟିଏ)— % & "ମୁଁ

ଇତିଶ୍ରୀ

(ଅନୁଶୀର୍ଷକରେ ପଢନ୍ତୁ କାହାଣୀ ଟିଏ)— % & "ମୁଁ ଆରମ୍ଭ କରିଥିଲି ଯେଉଁ ଯୁଦ୍ଧ,ନିଜ ପାଇଁ ସଭିଙ୍କ ବିରୋଧରେ ଆଜି ସେ ସମସ୍ତେ ମୋ ନିଜର;ମୁଁ ଘୋଷିତ ବିଜୟ ହେଲା ପରେ। ଏମିତିବି ମୁଁ କେବେବି ହାରିନାହିଁ,ତଥାପି ହାରେ ବାରମ୍ବାର ସଭିଙ୍କ ନଜରରେ।ମତେ ମୁକୁଟ ପିନ୍ଧେଇବା ପାଇଁ ଏବେ ଚାଲେ କ୍ଷୁଦ୍ର ଯୁଦ୍ଧ ତାଙ୍କ ଭିତରେ।ମୋ ମୁକୁଟରେ ତାଙ୍କ ଟିପ ଚିହ୍ନ। ସେଇ ଟିପ ଦିନେ ହାତରେ କାଳି ଧରି କଳଙ୍କ ବୋଳିବା ପାଇଁ ଆଗଭର ଥିଲା ବେଳେ ଆଜି ଧରାଶାୟୀ ତାଙ୍କ ମନସ୍କାମନା।ଜାଣିନି ଜିତିଲି କି ହାରିଲି ।ଏ ମୋ ଆଉ ଗୋଟେ ସଂଘର୍ଷର ଆରମ୍ଭ ନା ଇତିଶ୍ରୀ।"

ଇତିଶ୍ରୀ କୁହେ ସେ ସବୁକିଛି କରି ପାରିବ।ଅନେକ ପ୍ରତିଯୋଗୀତାରେ ଯେବେ ପୁରସ୍କାର ଆଣି ଧରେଇ ଦିଏ, ମାଆ ତା ମଥାରେ ଗୋଟେ ଚୁମ୍ବନ ଲେପି ଦିଅନ୍ତି ଠିକ୍ ତିଳକ ଭଳି।ବାପା ପୁରସ୍କାର ଜାଗାରେ ତାକୁ ଦୁଇ ହାତରେ କୋଳେଇ ଧରନ୍ତି।ଏମିତି ସେ ବିଜେତା,ବିଶ୍ଵ ବିଜେତା; ତା ମାଆ ବାପାଙ୍କ ସାମ୍ନାରେ।ଥରେ ଥରେ ପ୍ରତିଯୋଗୀତା ରେ ଦୌଡ଼ି ଦୌଡ଼ି ଥକି ପଡ଼େ। କେବେ କହି ନାହାଁନ୍ତି ବାପା ମାଆ,"ନାଇ ମାଆ ତତେ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ,ଏହାର କିଛି ଆବଶ୍ୟକତା ନାହିଁ।ତୁ ଏବେ ଜିତି ସାରିଲୁଣି।"ଦିନକୁ ଦିନ ସେ ହୁଏ ସବଳ।ଗୋଡ଼ ଶକ୍ତି ପାଉ କି ନପାଉ କିନ୍ତୁ ଅଭ୍ୟସ୍ତ ହେଇ ଯାଇଛି।ନା ପ୍ରତିଯୋଗିତାର  ଅନ୍ତ ହୁଏ ନା ପ୍ରତିଯୋଗୀଙ୍କ ହ୍ରାସ।ଜୀବନ ମାନେ ତ ସେଇଆ। ଯଦି ଜୀବନ ମାନେ କେବଳ ନିଶ୍ବାସ ନେବା ତାହେଲେ ସେ ପ୍ରତିଯୋଗିତା କେବଳ ନିଜ ସାଙ୍ଗେ। ଏ ବୃଥା ପ୍ରତିଯୋଗିତାରୁ ମିଳିବ କଣ କେଜାଣି?ଥକି ପଡ଼େ ତଥାପି ଇତିଶ୍ରୀ।

ଥରେ ଆସିଥିଲା ଖାଲି ହାତରେ।ବାପା ମୁହଁରେ ନଥିଲା ହସ, ମାଆ ମୁହଁରେ ନଥିଲା ଆକର୍ଷଣ।ସେ ତାଙ୍କୁ ଦେଖି ଝାଉଁଳି ପଡୁଥାଏ।ଶିବାନୀ କେଉଁଥିରେ ବି କିଛି ପୁରସ୍କାର ପାଏ ନାହିଁ କିନ୍ତୁ ତା ଭାଗ ନେବାରେ ହିଁ ତା ବାପା ବୋଉ ମୁହଁରେ ଥାଏ ଚମକ୍। ଇତିଶ୍ରୀ ଭାବେ ସବୁଦିନ ଜିତିବା ଝିଅ ପ୍ରକୃତରେ ହାରୁଥାଏ ତାକୁ ଜଣା ପଡ଼ିଲା ନାହିଁ।ସେଦିନ ପରେ ଖାଲି ଜିତିବାକୁ ଚେଷ୍ଟା କଲା ଅହରହ।ମାଆ ବାପା ବନ୍ଧୁ ବାନ୍ଧବଙ୍କ ବିଶ୍ୱାସ।ଯାହା ବାରମ୍ବାର ସାମାନ୍ୟ କଥାରେ ଭାଙ୍ଗେ।

ଆଗକୁ ତାକୁ ଓଡ଼ିଶୀ ସାଙ୍ଗରେ ପାଠକୁ ସମାନ୍ତରାଳ ଗତିରେ ନେବାକୁ ହେବ।ଜିତିବା ଠାରୁ ଅଧିକ ଗୁରୁତ୍ବ ସଭିଙ୍କ ଭଲ ପାଇବା। ଘୁଙ୍ଗୁର ଛିଣ୍ଡିଲେ ଯୋଡ଼ିବା ଲୋକ ଅନେକ ଆସି ଯାନ୍ତି ହେଲେ ରକ୍ତ ସରସର ପାଦ କୁ ଆଉଁଶି ବା ପାଇଁ କେହି ନଥାନ୍ତି।
ସେଦିନ ଖୁବ୍ କରତାଳି ବାଜୁଥାଏ ଦର୍ଶକଙ୍କ ପଟୁ।ଝରି ପଡୁଥାଏ ବୁନ୍ଦା ବୁନ୍ଦା ରକ୍ତ।ମାଆ ବାପା ଦେଖେଇ ଦେଉଥିଲେ ସେ ଝିଅ ମୋର ବୋଲି। ଜଣା ଅଜଣା ସଭିଙ୍କୁ।ସେ ଭିତରେ ଗୋଟେ ଅଜଣା ହାତ ଆସି ତାକୁ ଭିଡ଼ି ନେଇଛି  ମଞ୍ଚ ପଛ ପଟକୁ।ନିଜ ଆଣ୍ଠୁରେ ତା ପାଦକୁ ଥୋଇ ପୋଛି ଦେଉଥାଏ ନିଜ ରୁମାଲ୍ ରେ।ସଂକେତ ଅନେକ ସମୟ ଏମିତି କରିଛି।ପ୍ରେମ ପାଇଁ କେବେ କିଛି ସଂକେତ ଦେଇନି କିନ୍ତୁ ତା କଷ୍ଟ ଯେ ତାକୁବି କଷ୍ଟ ଦିଏ ଏଥିରେ ଦ୍ୱିଧା ନାହିଁ।