Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୪

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୪)

କ୍ରମଶଃ......... ସୋନଲ ର ଏ ପରିବର୍ତ୍ତନ ମାମାଲି ମନରେ କିଛି ଅଜଣା ଭୟ ସୃଷ୍ଟି କରିବା ସହ କିଛି ମାତ୍ରାରେ କଷ୍ଟ ମଧ୍ୟ ଦେଉଥାଏ।
ଆଜି ନିଶ୍ଚୟ ପଚାରିବି ଭାବିକି ସେ ଘରୁ ବାହାରିଛି ହେଲେ ତାକୁ କଲେଜ ରେ ନ ଦେଖି ନିରାଶ ହେଇଯାଇଛି। ମାମାଲି ର ପ୍ରକୃତି କେହି କିଛି ତା ଆଡ଼ୁ ନ ପଚାରିଲା ଯାଏଁ ସେ ଭିତରେ ଭିତରେ ଶଢୁ ଥିବ ପଛେ କିନ୍ତୁ ନିଜ ତରଫ ତୁ ପଚାରିବ ନାହିଁ।କିନ୍ତୁ ଆଜି ତାକୁ ନିଜର ସେ ଗୁଣ ଉପରେ ବହୁତ୍ ଖରାପ୍ ଲାଗୁଛି। କେତେ ଭଲ ହେଇଥାନ୍ତା ସେ ଆଗରୁ ପଚାରି ଦେଇଥାନ୍ତା।ଆଜି ଗୋଟେ ଗୋଟେ ମିନିଟ୍ ତାକୁ ଭାରି ଲାଗୁଛି।ଛୁଟି ହେଲେ ଘରକୁ ଯିବ ଆଉ ସବୁ କଥା ବୁଝିବ ଭଲସେ। କ୍ଲାସ୍ ସରିଲା,ରିତୁ କୁ ଏକା ଯିବାପାଇଁ କହିଲା ହେଲେ ରିତୁ ତାକୁ ଏକା ଯିବାପାଇଁ ପୁରାପୁରି ମନା କରିଦେଲା ଆଉ ଦୁହେଁ ଗଲେ ବସ୍ତି ଭିତରକୁ।ପୁରା ପୁରି ଦୁର୍ଗମ ରାସ୍ତା।ସ୍କୁଟି ଚଳାଉ ନେଇକି ଯିବା କଷ୍ଟ। ଗଳି ଗଣିବା ବି କଷ୍ଟ ହେଲେ ମାମାଲି ର ସବୁ ରାସ୍ତା ମନେଅଛି।ୟା ଆଗରୁ ଦୁଇ ଥର ଆସି ସାରିଛି ସୋନଲ ସାଙ୍ଗରେ କିନ୍ତୁ ଏ କଥା ତାଙ୍କ ଘରେ ବି ଜାଣି ନାହାଁନ୍ତି। ସୋନଲ ନିଜେ ବି ମନା କରେ ତାକୁସିବା ପାଇଁ ହେଲେ ସେ ଜିଦ୍ କରି ବସେ,"ତୁ ଯଦି ରହି ପାରୁଛୁ ଏଠି ମୋର ଆସିବାରେ କଣ ଅସୁବିଧା ଆଉ ମୁଁ କଣ ତୋ ଠୁ ଅଲଗା ଜନ୍ତୁ କି!" ମାମାଲି ସାଙ୍ଗରେ କିଏ କଥାରେ ପାରିବ,କାହାର ଜିଭରେ ହାଡ଼ ଅଛି!!

     ଗାଡ଼ିଟି ଖଣ୍ଡେ ବାଟରେ ଛାଡ଼ି ଦୁଇ ଜଣ ଚାଲି ଚାଲି ଗଲେ।କାଦୁଆ ରାସ୍ତା ଆଉ ରାସ୍ତା କଡ଼ରେ ବେ ସାଇଜିଆ ମାଟି ଘର ସବୁ।ବସ୍ତିରେ ବେଶୀ ଲୋକ ଜଣା ପଡୁ ନ ଥିଲେ ବି ହୋ ହାଲ୍ଲା ର ଅଭାବ ନ ଥାଏ।ଗୋଡ଼ କୁ ଅତି ଯତ୍ନରେ ଆଗକୁ ଆଗକୁ ପକାଉଥାନ୍ତି ଦୁଇ ଜଣ ଆଉ ସେ ଶବ୍ଦ ମାନଙ୍କ ଭିତରେ କିଛି ଚିହ୍ନା ଶବ୍ଦ ସ୍ପଷ୍ଟ ବାରି ପାରୁ ଥିଲେ ସେ ଦୁହେଁ।

ବାପା ମତେ ବିଶ୍ବାସ କର ମୁଁ କାଲି କୁଆଡେ଼ ଯାଇ ନ ଥିଲି ମୋ ସାଙ୍ଗ ଘର କିଛି ନୋଟ ଆଣିବାକୁ ଯାଇଥିଲି।ତମେ ବୋଉ କୁ ଛାଡ଼ିଦିଅ।ତାର କଣ ଦୋଷ?ଯଦି କିଛି ଭୁଲ୍ କରିଛି ମତେ ମାର ମୁଁ ସବୁ ମୁଣ୍ଡ ପୋତି ସହିଯିବି ହେଲେ ମୋ ବୋଉ ଆଖି ଲୁହ, ମୋ ହୃଦୟ ରୁ ରକ୍ତ ଝରେଇ ଦଉଛି। ସୋନାଲ ର ଆକୁଳ କ୍ରନ୍ଦନ ଆଉ ଚିତ୍କାର ଦୁହିଁଙ୍କ କାନରେ ଧୀରେ ଧୀରେ ସ୍ପଷ୍ଟ ହେଉଥାଏ।ଏଠି ନିଜ ଘର ଝଗଡ଼ା ନିଜ ଘରେ କେହି ଦେଖିବାକୁ ଦର୍ଶକ ନା ବୁଝାଇବାକୁ ମାର୍ଗଦର୍ଶକ।କିଏ ଏଠି ସାଧୁ ଅଛି ଯେ? ମାମାଲି ମନେ ମନେ ଭାବୁଥାଏ ତାଙ୍କ ସେଠି ଟିକେ କେଉଁଠି କଣ ହେଲେ ଦର୍ଶକ ର କିମ୍ବା ସମଲୋଚକଙ୍କ ଅଭାବ ନାହିଁ।ହେଲେ ତାଙ୍କ ଭୟ ବଢ଼ି ବଢ଼ି ଯାଉଥାଏ।କଣ ଯାଇକି ସେଠି କହିବେ କେମିତି ବୁଝେଇବେ ଆଉ ତାଙ୍କୁ ଦେଖି ଯଦି ତା ବାପା ଆହୁରି ରାଗି ଓଲଟି ପ୍ରଶ୍ନ କରନ୍ତି କିମ୍ବା ତାଙ୍କୁ ଗାଳି ଦିଅନ୍ତି!!ଦୁଇ ଜଣଙ୍କ ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଯାଉଥାଏ।ଦୁଆର ମୁହଁ ରେ ଠିଆ ହେଇ ପରସ୍ପର କୁ ଭୟରେ ଦେଖୁଥାନ୍ତି।ସେତିକି ରେ ମାମାଲି ସାହସ କଲା,"ଚାଲେ ରିତୁ ଏତେ ଦୂର ଆସିଛୁ ଏମିତି କଣ ଫେରିଯିବା!ଆଉ ପୁଣି ଆଖି ସାମ୍ନାରେ ଦେଖୁଛୁ ସୋନଲ ର ପରିସ୍ଥିତି ଏମିତି କଣ ତାକୁ ଆମେ ଛାଡିକି ଯିବା ଉଚିତ୍ ହବ?
"ହେଲେ ମାମାଲି ହୁଏ ତ ଏଟା ତାଙ୍କ ଘରର ନିତିଦିନିଆ ଘଟଣା ଆଉ ପୁଣି ମଉସା ମାଉସୀ ଆମକୁ ବେଶୀ ଭଲରେ ଜାଣନ୍ତି ନାହିଁ,ମୋର ଡର ମତେ ଚିହ୍ନି ପାରିବେ କି ନାହିଁ।ତୁ କହୁଛୁ ଏମିତି କାହା ଘର ବିଷୟରେ ମୁଣ୍ଡ ପୁରେଇବା ଠିକ୍ ହବ କି?ଆଉ ଆଗକୁ ଯଦି ସୋନଲ ଆମକୁ ଓଲଟା କହେ ତେବେ ତ ଆହୁରି ଖରାପ୍ ଲାଗିବ।"