Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୪

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୦)

କ୍ରମଶଃ......... ଆମ ଜୀବନ ଟା ସତରେ ନା ଝୁଲି କରି ରହିଯାଏ ସେ ଭଲ ପାଇବା ଆଉ ଭଲପାଇବା ର ମଣିଷ ଭିତରେ!!ଯଦି ସେ ମଣିଷ ଆମଠାରୁ କୌଣସି କାରଣ ମତେ ଦୂରେଇ ଯାଏ କଣ ଭଲ ପାଇବା ବି ଦୂରେଇ ଯିବ?ସତରେ କଣ ସମୟ ଆଉ ପରିସ୍ଥିତି ପ୍ରେମ ଠୁ ବି ବଳବାନ୍ ?କିଛି ତ ଅଛି ସେ ପ୍ରେମ ଶବ୍ଦ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ନ ହେଲେ ଆଜି ଲୋକେ ପ୍ରେମ କରିବାଠୁ ବେଶୀ ପ୍ରେମ ଶୁଣିବାକୁ ପସନ୍ଦ କରନ୍ତେ ନାହିଁ।କିଛି ତ ଆକର୍ଷଣ ଅଛି ସେ ଶବ୍ଦରେ ଯାହା ପାଇଁ ଦୁନିଆଁ କୁ ଆବିଷ୍କାର କରୁଥିବା ମଣିଷ ନିଜେ ନିଜ ଭିତରେ ହଜିଯାଏ।
        ଥରେ ଥରେ ଭ୍ରାନ୍ତଧାରଣା କୁ ପ୍ରେମର ପରୀକ୍ଷା ଭାବିକି ତାକୁ ସମୟ ହାତରେ ଛାଡ଼ି ଦବାକୁ ଇଚ୍ଛା ହୁଏ।ନିଜେ ପବିତ୍ରତା ର ଏକ ମୂର୍ତ୍ତି ହେଇ ମଧ୍ୟ ମିଥ୍ୟା କଳଙ୍କ ର ଆବରଣ କୁ ପ୍ରେମରେ ମିଳିଥିବା ଆଭୂଷଣ ମନେ କରିଥିଲା ଯୋଗେଶ।ପ୍ରେମରେ ହାରି ଥିବା ମଣିଷ ହୁଏତ ନିଜକୁ ସମ୍ଭାଳି ଦେବ ହେଲେ ସେ ବିଶ୍ବାସ ହରେଇଛି ପୁଣି ଯାହାକୁ ନିଜ ନିଶ୍ବାସ ଠୁ ଅଧିକ ବିଶ୍ବାସ କରିଥିଲା ତାର।ବହୁତ୍ କିଛି ପ୍ରମାଣ ସାକ୍ଷୀ ସବୁକିଛି ଥିଲେ ତା ପାଖରେ କିନ୍ତୁ ସେ କେବେ ନିଜକୁ କାଠଗଡ଼ା ରେ ରଖି ,ପ୍ରମାଣ ଦେଖେଇ ତାର ପ୍ରେମର ଅପମାନ କରିବାକୁ ଚାହିଁ ନ ଥିଲା।ହେଲେ ସତେ ଯେମିତି ତାର ମେରୁଦଣ୍ଡ ଭାଙ୍ଗଯାଇଛି ଆଉ ସେ ଜୀବନରେ କେବେହେଲେ ମୁଣ୍ଡ ସିଧା କରି ଆଉ ନିଜକୁ ଠିଆ କରେଇ ପାରିବନାହିଁ।ପ୍ରେମର ପ୍ରହାର ହଜାର ହଜାର ଭୋଲ୍ଟ୍ ର ବିଜୁଳି ଝଟକା ଠୁ ଢେର୍ ଗୁଣା ଅଧିକ ଯାହା କେବଳ ଶରୀର ନୁହଁ ହୃଦୟର ମାଂସ ପିଣ୍ଡୁଳା ଟିକୁ ମିଳେଇ ଦିଏ। ମାମାଲି ଠାରୁ ଯୋଗେଶ ର ଯନ୍ତ୍ରଣା ସେତେ ଅଧିକ ନୁହଁ କହି କି କେହି ତୁଳନା କଲେ ବ୍ୟର୍ଥ ହବ।
              ତାର ରୂପ ଭେକ ଆଉ ସେ ଜୀବନ ଶୂନ୍ୟ ଆଖି ଦେଖି ମାଁ ଇନ୍ଦ୍ରାଣୀ ଦେବୀ ପୁରା ମର୍ମାହତ ହେଇଗଲେ।ସେ ସ୍ୱପ୍ନରେ ଭାବି ନ ଥିଲେ ଯୋଗେଶ କୁ କେବେ ଏମିତି ଅବସ୍ଥାରେ ଦେଖିବେ।
"କଣ ହେଇଛି ବାପା,ତୋର ଏଇ ଅବସ୍ଥା?ପୁଣି କାହା ସାଙ୍ଗରେ ଝଗଡ଼ା ହେଲା କି?ତତେ କିଏ କଣ କହିଲା କି?ମତେ କହ ଧନ,ମୁଁ ତୋ ପାଇଁ ସବୁକିଛି କରି ପାରିବି କିନ୍ତୁ ତତେ ଏମିତି ଦେଖି ପାରିବି ନାହିଁ"
"ତମେ ମତେ ମାମାଲି ଦେଇ ପାରିବ ମମି??"
ମାମାଲି??ଏ ଭିତରେ ତାର ନାଁ ?ତତେ ସେ କାହିଁକି ଦରକାର?ତୁ କଣ କହିବାକୁ ଚାହୁଁଛୁ ମତେ ଭଲରେ କହ ବାପା।
"ମମି ମତେ ଟିକେ ତମ କୋଳରେ ଶୁଏଇ ଦିଅ ନା!ମୋ ମୁଣ୍ଡ କୁ ଟିକେ ଆଉଁଶି ଦିଅ ନା?ମୁଁ ଯେମିତି ମରି ମରି ଯାଉଛି ମତେ ସେମିତି ଲାଗୁଛି ମମି।"ଲାଗୁଛି ନୁହଁ ମମି ଆଜି ମୁଁ ମରିଯାଇଛି ତା ଆଖିରେ ଆଉ ମୁଁ ଆଉ କାହା ଆଖିରେ କେମିତି ବଞ୍ଚି ପାରିବି ??ତମ ପୁଅ ହାରି ଗଲା ପ୍ରେମରେ,ଜୀବନ ଠୁ ଅଧିକା ଭଲ ପାଉଥିଲି ତାକୁ ଆଉ...
ମମି ମତେ ଟିକେ ବଞ୍ଚେଇ ଦିଅ ମୁଁ ମରି ମରି ଯାଉଛି।ସତରେ ମୁଁ ବଞ୍ଚି ପାରିବି ତା ବିନା,ତା ଘୃଣା ସାଙ୍ଗରେ ଜୀବନ ସାରା??