Nojoto: Largest Storytelling Platform

ଭଙ୍ଗା ଈଶ୍ୱର କେତେଥର ଦେଖିଲିଣି ଭାଙ୍ଗି ଥାଏ ତାର ଶରୀର ପ

ଭଙ୍ଗା ଈଶ୍ୱର

କେତେଥର ଦେଖିଲିଣି
ଭାଙ୍ଗି ଥାଏ ତାର ଶରୀର
ପଞ୍ଜରାକୁ ଲୋଡ଼ା ହୁଏ ପିଞ୍ଜରା
ବନ୍ଦୀ କରେ ଭକତ
ଭକ୍ତି କହି ଶକ୍ତି ଲଗେଇ
କାହାର ବେଶୀ ବଳ
ଜାଣି ନପାରି
ମୁଁ ସନ୍ଦିହାନ ଭକ୍ତ ବୋଲାଇ।

ବିସର୍ଜନ ହୁଏ ତାର
ତା ସାଥିରେ ସେ ଅଛି ବୋଲି
ମାଟି ଚକଟା ବିଶ୍ବାସର
ଗୋଟେ ବର୍ଷରେ
ଗଣିବା ପାଇଁ ତା ନାମ
ଦଶ ଅଙ୍ଗୁଳି 
ହେଇ ପାରେନି ଅକ୍ଷମ।

ଈଶ୍ୱର କୁ ଖୋଜୁନି ଭକତ
ଏବେ ଈଶ୍ୱର ଖୋଜେ ତାକୁ
ଆଉ ନିଜ ଅସ୍ତିତ୍ବ
ପଥର ଭିତରେ ଠାକୁର
କିଛି ଏମିତି ଭାବନାକୁ
ଜୀବନ୍ତ କରୁଛି
ପଥର ହୃଦୟ ଧାରି ମଣିଷ। #yqodia#munodia#ishwara
ଭଙ୍ଗା ଈଶ୍ୱର

କେତେଥର ଦେଖିଲିଣି
ଭାଙ୍ଗି ଥାଏ ତାର ଶରୀର
ପଞ୍ଜରାକୁ ଲୋଡ଼ା ହୁଏ ପିଞ୍ଜରା
ବନ୍ଦୀ କରେ ଭକତ
ଭକ୍ତି କହି ଶକ୍ତି ଲଗେଇ
କାହାର ବେଶୀ ବଳ
ଜାଣି ନପାରି
ମୁଁ ସନ୍ଦିହାନ ଭକ୍ତ ବୋଲାଇ।

ବିସର୍ଜନ ହୁଏ ତାର
ତା ସାଥିରେ ସେ ଅଛି ବୋଲି
ମାଟି ଚକଟା ବିଶ୍ବାସର
ଗୋଟେ ବର୍ଷରେ
ଗଣିବା ପାଇଁ ତା ନାମ
ଦଶ ଅଙ୍ଗୁଳି 
ହେଇ ପାରେନି ଅକ୍ଷମ।

ଈଶ୍ୱର କୁ ଖୋଜୁନି ଭକତ
ଏବେ ଈଶ୍ୱର ଖୋଜେ ତାକୁ
ଆଉ ନିଜ ଅସ୍ତିତ୍ବ
ପଥର ଭିତରେ ଠାକୁର
କିଛି ଏମିତି ଭାବନାକୁ
ଜୀବନ୍ତ କରୁଛି
ପଥର ହୃଦୟ ଧାରି ମଣିଷ। #yqodia#munodia#ishwara